କରୋନା

ଚୀନ୍ ରେ କୋରୋନା ପୁଣି ଥରେ ତା’ର ଆ-ତଙ୍କ ବିସ୍ତାର କରିବାରେ ଆରମ୍ଭ କରିଲାଣି।ଲକଡାଉନ୍ ଓ ସଟଡାଉନ୍ ର ଅବସ୍ଥା ଆସି ପହଞ୍ଚିଲାଣି।

କୋରୋନା ଏକ ଏପରି ଶବ୍ଦ ଟିଏ ଯିଏ ପୁରା ବିଶ୍ଵ କୁ ନିଜ କବଳ ରେ ଧରି ରଖିଥିଲା।ଯାହା ଫଳ ରେ ସବୁ କାମ ଏକପ୍ରକାରେ ବନ୍ଦ ହୋଇଯାଇଥିଲା।ଏହି ରୋଗ ବହୁତ ଲୋକଙ୍କର ଜୀବନ ମଧ୍ୟ ନେଇଛି।ବହୁତ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି।ଲୋକ ମାନେ ଭଲ ଭାବରେ ଘରୁ ବାହାରିପାରୁ ନଥିଲେ।ଲକଡାଉନ୍ ଓ ସଟଡାଉନ୍ କରାଯାଇଥିଲା।ଯାହା ଫଳ ରେ କୋରୋନା ର ପ୍ରକୋପ ବହୁତ ମାତ୍ରାରେ କମିଥିଲା।

ତଥାପି କୋରୋନା ର ପ୍ର-ଭାବ ପୁରା ପୁରି ଯାଇନାହିଁ।ଏବେ ବି ଲୋକ ମାନେ କୋରୋନା ରେ ସଂକ୍ର-ମିତ ହେଉଛନ୍ତି।ଏହି କୋରୋନା ଯେପରି ଲୋକ ମାନଙ୍କର ଜୀବନଶୈଳୀ କୁ ପୁରା ପରିବର୍ତ୍ତନ କରିଦେଇଥିଲା।ତେବେ କୋରୋନାର ଯେଉଁଠୁ ଉତ୍ପତ୍ତି ହୋଇଥିଲା ସେଠି ବର୍ତ୍ତମାନ ପୁଣି ଥରେ କୋରୋନା ସଂକ୍ର-ମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଅର୍ଥାତ୍ ଚୀନ୍ ରେ ପୁଣିଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି।

ଏବେ ଯେଉଁ ସୂଚନା ମିଳିଛି ଯେ ଚୀନ ରେ କୋରୋନା ସଂକ୍ର-ମିତ ଙ୍କ ସଂଖ୍ୟା ବଢିବାରୁ ସେଠାକାର ପ୍ରଶାସନ ଲକଡାଉନ୍ ଓ ସଟଡାଉନ୍ କରିଛି।ଏମିତିକି ବିନା କୋରୋନା ଟେଷ୍ଟ୍ ରେ ଘରୁ ମଧ୍ୟ ଲୋକ ମାନେ ବହାରି ପାରିବେନି।ଲୋକ ମାନେ ସେଠାରେ ଗୋଟେ ପ୍ରକାର ର ଗୃହବନ୍ଦୀ ଭାବରେ ରହୁଛନ୍ତି।

ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ।ଏପରି ଆତଙ୍କ ଖେଳିଲାଣି ଯେ ଲୋକ ମାନେ କମ୍ପାନୀ ରୁ ଲୁ-ଚିକି ନିଜ କାମ ଛାଡି ଘର କୁ ପଳାଇ ଆସୁଛନ୍ତି।କୋରୋନା ଚୀନ୍ ର କାରବାର ଉପରେ ବହୁତ ଖରାପ ପ୍ର-ଭାବ ପକାଉଛି। ଏ ନେଇ ଚୀନ୍ ର ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ବୋଲି ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button