ସ୍ୱାସ୍ଥ୍ୟ

ନବଜାତ ଶିଶୁ ହେଲା ଋତୁସ୍ରାବ, ଭୟରେ ହସ୍ପିଟାଲରେ ଭର୍ତ୍ତି କରାଇଲେ ମା :-

ଗୋଟିଏ ଝିଅ ଯେତେବେଳେ ଏକ ପରିପକ୍ୱ ଅବସ୍ଥା ପ୍ରାପ୍ତ କରେ ସେତେବେଳେ ତା ଶରୀରରେ ବାହ୍ୟ ଏବଂ ଆଭ୍ୟନ୍ତର ରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ଯେପରିକି ଝିଅ ମାନଙ୍କ ଠାରେ ଋତୁସ୍ରାବ ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । କିନ୍ତୁ ଯଦି ତାହା ୫ ଦିନର ନବଜାତ ଶିଶୁ ଠାରେ ଦେଖାଯାଏ ତେବେ ତାଠାରୁ ଆଶ୍ଚର୍ଯ୍ୟ ଜନକ କଥା ଆଉ କଣ ହୋଇପାରେ ? ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଚାଇନା ରେ ଘଟିଥିବା ଏପରି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଘଟଣାଟି ୨୦୧୯ ମସିହାର ଅଟେ । ଚାଇନା ର ଜେଜିଆଙ୍ଗ ପ୍ରଦେଶରେ ଜଣେ ମହିଳା ଏକ କନ୍ୟା ଶିଶୁ କୁ ଜନ୍ମ ଦେଇଥିଲେ । ମାତ୍ର ଜନ୍ମ ହେବାର ୫ – ୬ ଦିନ ପରେ ଶିଶୁର ରକ୍ତସ୍ରାବ ହୋଇଥିଲା । ଯାହା ଦେଖିବା ପରେ ମହିଳା ଭୟଭୀତ ହୋଇ ଶିଶୁ କୁ ଡାକ୍ତରଖାନା ନେଇ ଯାଇଥିଲେ । କିନ୍ତୁ ଡାକ୍ତର ମାନେ ତାହା ସାଧାରଣ ବୋଲି କହିଥିଲେ ।

ତେବେ ଡାକ୍ତର ମାନଙ୍କ କହିବା କଥା ଯେ ଏହା ପରିପକ୍ୱ ଝିଅଙ୍କ ଠାରେ ଦେଖା ଯାଉଥିବା ମାସିକ ଋତୁସ୍ରାବ ନୁହେଁ ବରଂ ଏହାକୁ ନିଓନାଟାଲ ମାସିକ ଋତୁସ୍ରାବ କୁହାଯାଏ । ଯାହାକି ସାଧାରଣତଃ ଶିଶୁ କନ୍ୟାଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ତେବେ ଚାଇନା ର ହାଙ୍ଗଜୋରେ ଥିବା ପ୍ରଥମ ହସ୍ପିଟାଲର ଡାକ୍ତର ୱାଙ୍ଗ କହିଥିଲେ ଯେ ଶିଶୁ ମା ପେଟରେ ଥିବା ସମୟରେ ସେତେବେଳେ କୌଣସି କାରଣ ବଶତଃ ଇଷ୍ଟ୍ରୋଜେନ ଶିଶୁ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଯାହାକି ଜନ୍ମ ହେବାର କିଛି ଦିନ ପରେ ଶରୀରରୁ ନିର୍ଗତ ହୋଇଥାଏ ।

ଏହା ୭ ଦିନ ପରେ ବନ୍ଦ ହୋଇ ଯାଇଥାଏ ଅର୍ଥାତ ଶିଶୁ ଶରୀରରେ ଥିବା ଇଷ୍ଟ୍ରୋଜେନ ବାହାରି ଯାଇଥାଏ । କିନ୍ତୁ ମାତା ପିତା ଶିଶୁ ଯନୀରୁ ଏପରି ହଠାତ ରକ୍ତସ୍ରାବ ହେବା ଦେଖି ଭୟଭୀତ ହୋଇ ଯାଆନ୍ତି । ଯାହାକି ବାସ୍ତବରେ ଏକ ସାଧାରଣ କଥା ଅଟେ । ଚାଇନା ର ପ୍ରେସ ଦ୍ୱାରା ଏହି ଖବର ମଧ୍ୟ ପରବର୍ତ୍ତୀ ସମୟରେ ପ୍ରକାଶ ପାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button