କରୋନା

ଓମିକ୍ରୋନ୍ ପରେ ବର୍ତ୍ତମାନ କାୟା ମେଲାଉଛି ଡେଲମୀକ୍ରନ ! କରୋନାର ନୂଆ ଭ୍ୟାରିଏଣ୍ଟ ଆମେରିକା ଓ ୟୁରୋପରେ ମିଳିଲା ନୂଆ ନମୁନା…

ଦୀର୍ଘ ଦୁଇ ବର୍ଷ ହେବ ସାରା ବିଶ୍ୱ କରୋନା କବଳରେ ରହିଅଛି। ଏ ପର୍ଯ୍ୟନ୍ତ କରୋନା କୋପରୁ କୌଣସି ଦେଶ ମଧ୍ୟ ବଞ୍ଚି ପାରି ନାହିଁ। ଯାହାଫଳରେ ସମସ୍ତ ଦେଶ ଟୀକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ତେବେ ଅନେକ ଦେଶରେ ଟୀକାକରଣ ହେବା ସତ୍ତ୍ୱ କରୋନାରେ ଲୋକମାନେ ଏ ପର୍ଯ୍ୟନ୍ତ ଆକ୍ରାନ୍ତ ହେଉଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କରୋନାର ଦ୍ୱିତୀୟ ଲହରରେ ଡେଲ୍ଟା ଭ୍ୟାରିଏଣ୍ଟର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଓମିକ୍ରୋନ୍ ଭ୍ୟାରିଏଣ୍ଟ ସାରା ବିଶ୍ୱ ପାଇଁ ତୃତୀୟ ଲହର ସାଜିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି।

ଓମିକ୍ରୋନ୍ ଭ୍ୟାରିଆଣ୍ଟ ଦ୍ରୁତଗତିରେ ସଂକ୍ରମିତ କରୁଥିବା ‘ହୁ’ ପକ୍ଷରୁ ଚେତାବନୀ ଦିଆଯାଇଛି। ଏପରିକି ଡେଲଟା ଭାରିଆଣ୍ଟ ଦ୍ବାରା ୩ ମାସରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓମିକ୍ରୋନ୍ ଦ୍ବାରା ମାତ୍ର ୧୫ ଦିନରେ ସଂକ୍ରମଣ ତୀବ୍ର ହେଉଛି। ଭାରତରେ ଏହି ଭ୍ୟାରିଏଣ୍ଟ ପହଞ୍ଚି ସାରିଲାଣି ଏବଂ ଧୀରେ ଧୀରେ ଏହା କାୟା ବିସ୍ତାର କରିବାରେ ଲାଗିଛି। ଗତ କାଲି ସାରା ଦେଶରେ ଏହି ଭ୍ୟାରିଏଣ୍ଟ ରେକର୍ଡ଼ କରିଛି। ଏହି ଭ୍ୟାରିଏଣ୍ଟରେ ଗତ କାଲି ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଥିବା ବେଳେ ସାରା ଦେଶରେ ଏହି ମାମଲା ୨୦୦ ରେ ପହଞ୍ଚିଛି। ଆମ ରାଜ୍ୟରୁ ସମୁଦାୟ ୪ ଜଣ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସବୁ ସ୍ତରରେ ସତର୍କତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରୁ ୨୦୨୧ ଭଳି ଆସନ୍ତା ନୂଆ ବର୍ଷରେ ବି ଦେଶ ମହାମାରୀରୁ ମୁକୁଳିବା ପରି ମନେ ହୁଏ ନାହିଁ। ଓମିକ୍ରନର ଗବେଷଣା ସମ୍ପୂର୍ଣ୍ଣ ଆରମ୍ଭ ହୋଇନଥିବା ବେଳେ ଆଉ ଏକ ନୂଆ ଭାରିଏଣ୍ଟ ଡେଲମୀକ୍ରନ ଭାଇରସ ସାମ୍ନାକୁ ଆସିଛି। ତେବେ ଡେଲମୀକ୍ରନ ଭ୍ୟାରିଏଣ୍ଟ ବର୍ତ୍ତମାନ ବିଦେଶୀ ଗଣମାଧ୍ୟମ ରେ ଚହଳ ସୃଷ୍ଟି କରୁଛି। ତେବେ ଏହି ନୂଆ ଭାଇରସ ଆମେରିକା ଓ ୟୁରୋପରେ ସଂକ୍ରମଣ କରାଉଥିବାର ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଏହି ନୂଆ ଭାରିଏଣ୍ଟ ଡେଲ୍ଟା ଏବଂ ଓମିକ୍ରନର ମିଳିତ ସଂକ୍ରମଣରେ ସୃଷ୍ଟ ବୋଲି ଅନୁମାନ କରାଯାଉଛି।

ତେବେ ଏହାକୁ ନେଇ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ଙ୍କ ଭାଇରୋଲଜି ବିଭାଗ ମୁଖ୍ୟ ଡା. ସଞ୍ଜୟ ରାୟଙ୍କ କହିବାନୁଯାୟୀ, ବର୍ତ୍ତମାନ ସୁଦ୍ଧା ଡେଲମୀକ୍ରନ ଭ୍ୟାରିଏଣ୍ଟର କୌଣସି ସବିଶେଷ ସୂଚନା ମିଳିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button