କ୍ରାଇମ

ଫ୍ଲାଟ ନୁହେଁ ବରଂ ଫାର୍ମହାଉସରେ ସୁଶାନ୍ତଙ୍କର ହତ୍ୟା କରା ଯାଇଥିଲା , ମୁମ୍ବାଇ ପୋଲିସର ସହଯୋଗ ଦ୍ୱାରା ପୁରା ହୋଇଥିଲା ସମସ୍ତ କାମ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହେବାର ୩ ମାସ ବିତିଗଲାଣି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଜଣାପଡି ନାହିଁ ଯେ ତାଙ୍କର ମୃତ୍ୟୁର ପ୍ରକୃତ କାରଣ କଣ ଥିଲା? ଖବର ରହିଛି ଯେ CBI ହାତରେ ଅନେକ ଦୃଢ଼ ପ୍ରମାଣ ଲାଗିଅଛି , ଯାହାଫଳରେ ସେମାନେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ବୋଲି କୋର୍ଟରେ ପ୍ରମାଣ କରିପାରିବେ। ଏଥିସହ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଅନେକ ପ୍ରକାରର ତଥ୍ୟ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି।

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନୂତନ ତଥ୍ୟ ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କ ବାନ୍ଦ୍ରା ଫ୍ଲାଟରେ ନୁହେଁ ବରଂ ପାଭାନା ହ୍ରଦ ନିକଟ ଫାର୍ମହାଉସରେ ହତ୍ୟା କରାଯାଇଥିଲା। ଏହି ତଥ୍ୟ ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କ ଫାର୍ମହାଉସରେ ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ବାନ୍ଦ୍ରା ସ୍ଥିତ ଫ୍ଲାଟକୁ ଅଣାଯାଇଥିଲା ଏବଂ ଏପରି ପରିସ୍ଥିତି ସୃଷ୍ଟି କରା ଯାଇଥିଲା ଯେ ଯାହାକୁ ଦେଖି ଅନୁଭବ ହେବ ସୁଶାନ୍ତ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଠିକ ସୁଶାନ୍ତଙ୍କ ମୃତ୍ୟୁ ପରେ ଏହିପରି ଅନେକ ଭିଡିଓ ଏବଂ ଫୋଟ ସାମ୍ନାକୁ ଆସିଥିଲା , ଯାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଦେଲା ଯେ ଏହି ମାମଲାରେ ନିଶ୍ଚିତ ଭାବରେ କୌଣସି ଖରାପ ଖେଳ ରହିଛି।

Google

ଡାର୍କ ୱେବ ମାଧ୍ୟମରେ ହତ୍ୟାର ଲାଇଭ ଟେଲିକାଷ୍ଟ ହୋଇଥିଲା:-

ଏହାପୂର୍ବରୁ ଏକ ତଥ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଯେଉଁମାନେ ସୁଶାନ୍ତଙ୍କୁ ହତ୍ୟା କରିଥିଲେ ସେମାନେ ତାଙ୍କ ମୃତ୍ୟୁର ଲାଇଭ ଟେଲିକାଷ୍ଟ କରିଥିଲେ। ବିଭୋର ଆନନ୍ଦ ଟ୍ୱିଟ କରି ଲେଖିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ , ଦିଶା ସାଲିଆନ ଏବଂ ଆଉ ଜଣେ ସାଧାରଣ ନାବାଳିକାର ହତ୍ୟାକୁ ଡାର୍କ ୱେବ ମାଧ୍ୟମରେ ସାରା ବିଶ୍ୱରେ ଲାଇଭ ଟେଲିକାଷ୍ଟ କରାଯାଇଥିଲା। ଏହି କାରଣରୁ ସୁଶାନ୍ତଙ୍କୁ ଅତ୍ୟନ୍ତ ନିର୍ଦ୍ଦୟତାର ସହ ହତ୍ୟା କରାଯାଇଥିଲା ଏବଂ ବଲିଉଡର ସମସ୍ତ କଳାକାର ସୁଶାନ୍ତଙ୍କ ମୃତ୍ୟୁକୁ ଲାଇଭ ଦେଖୁଥିଲେ। ଏହି ଦାବି ଶୁଣିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି।

ଶଟଗନରେ ମାରିବାପରେ ହାଡ ଭଙ୍ଗା ଯାଇଥିଲା:-

Google

ଏହା ମଧ୍ୟ କୁହାଯାଇଛି ଯେ ସୁଶାନ୍ତଙ୍କୁ କୌଣସି ଗୁପ୍ତ ତଥ୍ୟ ପ୍ରକାଶ ନ କରିବାକୁ ଧମକ ଦିଆ ଯାଇଥିଲା , କିନ୍ତୁ ସେ ଯେତେବେଳେ ମାନି ନଥିଲେ , ସେତେବେଳେ ତାଙ୍କ ଉପରେ ଏକାସାଙ୍ଗରେ ୬-୭ ଜଣ ଲୋକ ଆକ୍ରମଣ କରିଥିଲେ ଏବଂ ଶଟଗନ ସାହାଯ୍ୟରେ ପକ୍ଷାଘାତ କରି ଦେଇଥିଲେ। ଏହା ପରେ ଏହି ଲୋକମାନେ ସୁଶାନ୍ତଙ୍କୁ କଷ୍ଟ ଦେଇ ଦେଇ ହତ୍ୟା କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button