ମନୋରଞ୍ଜନ

ଅମ୍ବାନୀ ପରିବାରର ଛୋଟ ବୋହୂଙ୍କ ସୌଦର୍ଯ୍ୟତା ଆଗରେ ବଲିଉଡ ଅଭିନେତ୍ରୀ ମଧ୍ୟ ଫେଲ।

ଯେତେବେଳେ କେବେବି ସାମର୍ଥ୍ୟ କଥା କୁହାଯାଏ, ସେତେବେଳେ କଣ୍ଠରେ ସର୍ବପ୍ରଥମେ ଅମ୍ବାନୀଙ୍କ ପରିବାରର ନାମ ଆସିଥାଏ। ନିଜର ବ୍ୟବସାୟକୁ ନେଇ ଏହି ପରିବାରର ସର୍ବଦା ଚର୍ଚ୍ଚାର ବିଷୟ ବନିଛି। ଏହି ପରିବାରର ପ୍ରତ୍ୟେକ ଫଂକ୍ସନରେ ଦେଶବିଦେଶରୁ ନାମୀଦାମୀ ଲୋକେ ଆସିଥାନ୍ତି ଏବଂ ବଲିଉଡର ସବୁ ସେଲିବ୍ରୀଟି ମଧ୍ୟ ପହଞ୍ଚି ଥାନ୍ତି। ଏମାନଙ୍କର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ଏହି ଫୋଟୋ ଚିତ୍ରକୁ ନେଇ ସର୍ବଦା ଏମାନେ ଚର୍ଚ୍ଚାରେ ରହିଥାନ୍ତି। ଏବେ ମଧ୍ୟ ଏହି ପରିବାର ଚର୍ଚ୍ଚାରେ ରହିଛି ।

ଛୋଟ ପୁଅର ଘର ବସାଇବାର ସମୟ ଆସିଛି –

ଅମ୍ବାନୀ ପରିବାରରେ କିଛି ଦିନ ପୂର୍ବରୁ ବଡ଼ ପୁଅଙ୍କ ବିବାହ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ଅମ୍ବାନୀ ପରିବାରରେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଖବର ଅନୁସାରେ ଅମ୍ବାନୀ ପରିବାରର ସାନ ପୁଅ ଏବେ ଘର ବସାଇବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସେ ଜଣେ ସୁନ୍ଦର ବହୂ ଖୋଜି ସାରିଛନ୍ତି। ସୂତ୍ର ଅନୁସାରେ ସେମାନଙ୍କର ଏଙ୍ଗେଜମେଣ୍ଟ ହୋଇ ସାରିଛି। ଏମାନଙ୍କର ସାନ ବୋହୂ ଅମ୍ବାନୀ ପରିବାର ସହିତ ନଜର ଆସୁଛନ୍ତି।

Google

ସାନ ବୋହୂର ମଧ୍ୟ ବ୍ୟବସାୟ ପରିବାର ସହିତ ରହିଛି ସମ୍ବନ୍ଧ –

ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ ଯେଉଁ ଯୁବତୀଙ୍କ ସହିତ ଏଙ୍ଗେଜମେଣ୍ଟ ହୋଇଛି, ସେ ଜଣେ ବ୍ୟବସାୟୀ ପରିବାର ସହିତ ଜଡିତ ରହିଛନ୍ତି। ଅମ୍ବାନୀ ପରିବାରର ସାନ ବୋହୂ ରାଧିକା ମଚେଣ୍ଟ ଅଟେ। ରାଧିକା ମୁମ୍ବାଇରେ ରହନ୍ତି। ମୂଳ ରୂପରେ ତାଙ୍କ ପରିବାର ଗୁଜରାଟରେ ରହନ୍ତି। ଧୀରୁଭାଇ ଅମ୍ବାନୀଙ୍କ ଭଳି ରାଧିକାଙ୍କ ପରିବାର ଏକ ସାଧାରଣ ଟେଣ୍ଡର ଜରିଆରେ ବ୍ୟବସାୟୀ ହୋଇଥିଲେ। ରାଧିକା ମଚେଣ୍ଟଙ୍କ ବଡ଼ ବ୍ୟବସାୟ ରହିଛି।

Google

ବଡ଼ ବଡ଼ ଅଭିନେତ୍ରୀଙ୍କୁ ସୁନ୍ଦରତାରେ ପଛରେ ପକାଇଛନ୍ତି –

ଖବର ଅନୁସାରେ ପ୍ରତ୍ୟହ ଅମ୍ବାନୀ ପରିବାର ସହିତ ରାଧିକା ନଜର ଆସିଥାନ୍ତି। ଅମ୍ବାନୀ ପରିବାର ମଧ୍ୟ ରାଧିକା ଙ୍କ ଖୁବ୍ ଧ୍ୟାନ ରଖିଥାନ୍ତି। ଖବର ଅନୁସାରେ ନୀତା ଅମ୍ବାନୀ ଙ୍କ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ରହିଛି। ନୀତା ରାଧିକାଙ୍କ ଧ୍ୟାନ ରଖିଥାନ୍ତି। ରାଧିକା ଅତ୍ୟନ୍ତ ସୁନ୍ଦରୀ ଦେଖବାକୁ ଏବଂ ତାଙ୍କର କ୍ୟୁଟନେଶ ବଲିଉଡର ବଡ଼ ବଡ଼ ଅଭିନେତ୍ରୀ ମଧ୍ୟ ପଛରେ ପଡ଼ି ଯିବେ। ରାଧିକାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ବହୁତ ସୁନ୍ଦରୀ ଦେଖା ଯାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button