ମନୋରଞ୍ଜନ

ଦେଖନ୍ତୁ ଭିଡ଼ିଓ:- ଭୁବନେଶ୍ୱରରେ କମେଡି କିଙ୍ଗ କପିଲ ଶର୍ମା, ବାଇକ ଧରି ଗଳି ଗଳି ବୁଲି ଡେଲିଭରି କରୁଛନ୍ତି ଖାଦ୍ୟ।

ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଆଜ୍ଞା ହଁ, କପିଲ ଶର୍ମା ଯିଏକି ନିଜର ଦକ୍ଷତା ମାଧ୍ୟମରେ ସାରା ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ତାଙ୍କର ପ୍ରଶଂସକ ରହିଛନ୍ତି।

ତେବେ ଆପଣମାନେ ଜାଣିଥିବେ ସୋନି ଟିଭିରେ ଦେଉଥିବା କମେଡି ଶୋ’ “ଦ କପିଲ ଶର୍ମା ଶୋ” ଏହା ସବୁଠାରୁ ଲୋକପ୍ରିୟତା ଶୋ’ ଅଟେ। କମେଡି କିଙ୍ଗ୍‌ କପିଲ ଶର୍ମା ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି। ତେବେ ତାଙ୍କର ଏହି ଶୋ’ ରେ ବଡ଼ ବଡ଼ କଳାକାର ଫିଲ୍ମ ପ୍ରମୋଶନରେ ଆସିଥାନ୍ତି। କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୨୦୧୯ ମସିହାରେ ହେଉଥିବା ସର୍ଭେ ଅନୁସାରେ ଟେଲିଭିଜନ ଜଗତରେ ସର୍ବାଧିକ ପାରିଶ୍ରମିକ ପାଉଥିବା ସୁପରଷ୍ଟାର କପିଲ ଶର୍ମା ଥିଲେ। ତେବେ ସେ ଏହି ଫର୍ମ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରଖିଛନ୍ତି। ଏହାର ଅର୍ଥାତ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅଧିକ ପରିଶ୍ରମିକ ନେଉଥିବା କଳାକାର ଅଟନ୍ତି। ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ।

ରିପୋର୍ଟ ଅନୁଯାୟୀ କପିଲଙ୍କ ବାର୍ଷିକ ଆୟ ହେଉଛି ୩୦ କୋଟି। ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି। ଏଥିସହିତ କପିଲ ଦୁଇଟି ଫିଲ୍ମ କରି ସାରିଛନ୍ତି। ଯଦିଓ ଏହି ଦୁଇଟି ଫିଲ୍ମ ସୁପରହିଟ୍ ହୋଇ ନଥିଲେ ମଧ୍ୟ ଲୋକମାନେ ଖୁବ ଭଲ ପାଇବା ଦେଇଥିଲେ। ତେବେ ବର୍ତ୍ତମାନ କପିଲ ତୃତୀୟ ଫିଲ୍ମ ସୁଟିଂ କରୁଥିବାର ନଜରକୁ ଆସିଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ କପିଲ ଫିଲ୍ମ ସୁଟିଂ କରିବା ପାଇଁ ଆମ ରାଜଧାନୀ ଭୁବନେଶ୍ବର କୁ ଆସିଛନ୍ତି।

ବର୍ତ୍ତମାନ ଓଡ଼ିଶାର ଗୌରବ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ ଷ୍ଟାର୍‌ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ନେଇ ସିନେମା ନିର୍ମାଣ କରୁଛନ୍ତି। ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଛି। ତେବେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକାରେ ନଜରକୁ ଆସିବେ। ତେବେ ଏହି ଫିଲ୍ମରେ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି।

ତେବେ ଶନିବାର ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପରିସରରେ ସୁଟିଂ କରାଯାଇଥିଲା। ଏହି ଫିଲ୍ମରେ ଓଡିଶା ବାସୀ ଙ୍କ ପ୍ରଭାବ ରହିବ ବୋଲି ଓଡ଼ିଶାରେ ସୁଟିଂ ଚାଲିଛି। ତେବେ କପିଲ ଓଡିଶା ଆସୁଥିବା ଖବର ଜାଣିବା ପରେ ଦର୍ଶକ ରାସ୍ତାରେ ଏବଂ ସୁଟିଂ ସ୍ପଟ୍‌ରେ ଭିଡ଼ ଜମାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button