କରୋନା

ସୋସିଆଲ ମିଡ଼ିଆରେ ଭାଇରାଲ ହେଲେ ୨ ବର୍ଷର କୁନି ପିଲା, ନିଜ ବୁଦ୍ଧି ବଳରେ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ। : ଦେଖନ୍ତୁ ଏହି ଭିଡ଼ିଓ

କରୋନା ମହାମାରୀ ସମୟରେ ଲୋକମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିଲେ। ଯେଉଁ ମଜାଦାର ଭିଡ଼ିଓ ସାମ୍ନାକୁ ଆସୁଥିଲା ଲୋକମାନେ ତାହାକୁ ସେୟାର କରି ଭାଇରାଲ କରୁଥିଲେ। ଏହିଭଳି ଭାବରେ ସୋସିଆଲ ମିଡ଼ିଆରେ ଅନେକ ଭାଇରାଲ ଭିଡ଼ିଓ ଦେଖିବାକୁ ମିଳୁଥିଲା। ତେବେ ଭିଡ଼ିଓ ଭାଇରାଲ ହେବା ପରେ କେହି କେହି ଲୋକପ୍ରିୟତା ହାସଲ କରୁଥିବା ବେଳେ ଆଉ କାହାର ଅସଲି ଚେହେରା ସାମ୍ନାକୁ ଆସୁଥିଲା।

ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟ ଫର୍ମ ଯେଉଁଥିରେ କି ସମସ୍ତେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇ ପାରୁଛନ୍ତି। ସୋସିଆଲ ମିଡ଼ିଆରେ ନିଜର ଦକ୍ଷତା ଦେଖାଇ ଖୁବ ଲୋକ ପ୍ରିୟତା ହାସଲ କରୁଛନ୍ତି। କେହି କେହି ରାତାରାତି ଷ୍ଟାର ଏବଂ ସୁପରଷ୍ଟାର ହେଉଛନ୍ତି ତ ଆଉ କାହାର ଅସଲି ଚେହେରା ସାମ୍ନାକୁ ଚାଲି ଆସୁଛି।

ବର୍ତ୍ତମାନ ସମୟରେ ଏକ କୁନି ପିଲାଟି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ତେବେ ପିଲାଟି ଭାଇରାଲ ହେବା ପଛରେ ମୁଖ୍ୟ କାରଣ ହେଉଛି ବୁଦ୍ଧି। ସେ ନିଜର ବୁଦ୍ଧି ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏବଂ ସୋସିଆଲ ମିଡ଼ିଆରେ ପୂରା ଛାଇ ହୋଇ ରହିଛି। ତେବେ ଆସନ୍ତୁ ଜାଣିବା ଏହି କୁନି ପିଲା ବିଷୟରେ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ୨ ବର୍ଷୀୟ କୁନି ପିଲାର ନାମ ହେଉଛି ଗୁରୁ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗୁରୁର ସ୍ମରଣ ଶକ୍ତି ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ତେବେ ଆପଣମାନେ ଜାଣିଛନ୍ତି ଯେ ଛୋଟ ପିଲା ଖେଳକୁଦ ରେ ଅଧିକ ଲିପ୍ତ ରହିଥାନ୍ତି। କିନ୍ତୁ ଗୁରୁ ଅନ୍ୟ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଗୁରୁ ବୁଦ୍ଧି ମାମଲାରେ ବଡ଼ ଲୋକଙ୍କୁ ମଧ୍ୟ ହରେଇ ଦେବ।

ଗୁରୁଙ୍କ ବାପାଙ୍କ ନାମ ହେଉଛି ଅରବିନ୍ଦ ଉପାଧାୟ ଓ ମାଙ୍କ ନାମ ହେଉଛି ପ୍ରିୟା ଉପାଧାୟ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗୁରୁର ବୁଦ୍ଧି କମ୍ପ୍ୟୁଟର ବୁଦ୍ଧି କୁ ମାତ ଦେଇଦେବ। ସେ ଦୁଇ ବର୍ଷର ହୋଇଥିଲେ ମଧ୍ୟ ବିଶ୍ୱର ସମସ୍ତ ଦେଶର ପତାକା କୁ ଅତି ସହଜରେ ଚିହ୍ନି ଦେଇ ପାରିବ। ଏହା ସହ ଭାରତରେ ଥିବା ସମସ୍ତ ରାଜ୍ୟ ଗୁଡିକ ବିଷୟରେ ମଧ୍ୟ ଗୁରୁ ଜାଣିଛନ୍ତି। କେବଳ ସେତିକି ନୁହେଁ କେଉଁ ଦିଗରେ କେଉଁ ମହାସାଗର ରହିଛି ସେ ବିଷୟରେ ମଧ୍ୟ ଗଭୀର ଜ୍ଞାନ ଗୁରୁ ପାଖରେ ରହିଛି। ତେବେ ସେ ଦୁଇ ବର୍ଷର ହୋଇଥିଲେ ମଧ୍ୟ ତା’ର ସ୍ମରଣ ଶକ୍ତି ୨୦ ବର୍ଷ ଯୁବକ ଠାରୁ କମ୍ ନୁହେଁ।

ତେବେ ଗୁରୁର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଗୁରୁର ବୁଦ୍ଧି କୁ ପ୍ରଶଂସା କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button