ଜୀବନଶୈଳୀ

ବିବାହର ୨ ଦିନ ପରେ, ନୂଆ ବୋହୂ ଏମିତି କାମ କଲେ ଯେ ପୁରା ପାରିବାର ଲୋକେ ପହଞ୍ଚିଲେ ଡାକ୍ତରଖାନାରେ।

ବିବାହ କରିବା ପ୍ରତ୍ୟେକ ପୁଅର ସ୍ୱପ୍ନ। କେବଳ ପୁଅ ନୁହେଁ ତାଙ୍କ ପିତାମାତା ମଧ୍ୟ ଘରକୁଏକ ସୁନ୍ଦର ଏବଂ ସୁଶୀଳ ବୋହୂ ଆଣିବାର ସ୍ୱପ୍ନ ଦେଖନ୍ତି। କିନ୍ତୁ ରାଜସ୍ଥାନର ଜୟପୁର ଜିଲ୍ଲାରେ ଗୋଟିଏ ପରିବାରକୁ ନୂଆ ବୋହୂ ଆଣିବା ମହଙ୍ଗା ପଡିଛି। ବିବାହର ଦୁଇ ଦିନ ପରେ ବୋହୂ ଏମିତି କାମ କରିଥିଲା ଯେ ପୁରା ପରିବାର ଡାକ୍ତରଖାନାରେ ପହଞ୍ଚିଗଲେ। କେବଳ ଏତିକି ନୁହେଁ ବର ଏବଂ ତାଙ୍କ ପରିବାର ଲୋକେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି।

ବାସ୍ତବରେ ଏହି ଘଟଣା ଜୟପୁର ଜିଲ୍ଲାର କୋଟପୁଟଲି ସହରର । ୨୨ ଫେବୃଆରୀରେ କୃଷ୍ଣ ଟକିଜ୍ ନିକଟ ପାଟୱା ଅଞ୍ଚଳରେ ରହୁଥିବା ଏକ ପରିବାରରେ ବାହାଘର ହେଇଥିଲା। ଏହି ବିବାହ କୋଟପୁଟଲିର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ହେଇଥିଲା। ନନ୍ଦୁ ପାଟୱା ଦୀର୍ଘ ସମୟ ଧରି ତାଙ୍କ ପୁଅ ପାଇଁ ଭଲ ଝିଅଟିଏ ଖୋଜୁଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ସେ ବୋହୂକୁ ପାଇପାରିଲେ ନାହିଁ,ତାପରେ ସେ ଭଲ ବୋହୂ ଖୋଜିବା ପାଇଁ ମଧ୍ୟସ୍ଥିଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଲେ।

ଫେବୃଆରୀ ୨୨ ରେ, ବିବାହ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମାପ୍ତ ହେଲା। ବୋହୂ ପୂଜା ମଧ୍ୟ ତାଙ୍କ ଶାଶୁ ଘରେ ଖୁସିରେ ଜୀବନଯାପନ କରିବା ଆରମ୍ଭ କଲେ। ବିବାହର ଦୁଇ ଦିନ ପରେ ପୂଜା ନିଜ ହାତରେ ସମସ୍ତଙ୍କ ପାଇଁ ରୋଷେଇ କଲେ। ସେ ଏହି ଖାଦ୍ୟକୁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଖାଇବାକୁ ଦେଲେ କିନ୍ତୁ ନିଜେ ଏହାକୁ ଖାଇ ନଥିଲେ। ଖାଦ୍ୟ ଖାଇବା ପରେ ପରିବାର ଲୋକେ ବେହୋସ୍ ହେଇଗଲେ। ପ୍ରକୃତରେ ପୂଜା ସେ ଖାଦ୍ୟରେ ବିଷ ମିଶାଇ ଥିଲେ।

ପରିବାର ଲୋକଙ୍କ ଚେତା ଯିବା ମାତ୍ରେ ପୂଜା ନଗଦ ଟଙ୍କା, ଅଳଙ୍କାର ଏବଂ ମୋବାଇଲ୍ ନେଇ ଘରୁ ପଳାଇ ଗଲେ। ସକାଳେ ଘରୁ କେହି ଲୋକ ବାହାରକୁ ନ ଆସିବାରୁ ପଡୋଶୀମାନେ ସନ୍ଦେହଜନକ ହୋଇ ପୋଲିସକୁ ସୂଚନା ଦେଲେ। କୋଟପୁଟଲି ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିବାରର ସମସ୍ତ ସଦସ୍ୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିଲେ। ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ସରକାରୀ ବିଡିଏମ ଡାକ୍ତରଖାନାକୁ ନେଲେ। ଚିକିତ୍ସା ପରେ ସମସ୍ତେ ଚେତା ଫେରି ପାଇଲେ। ଖୁସିର କଥା ବିଷ ଯୋଗୁଁ କେହି ମରି ନାହାଁନ୍ତି।

ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। କନ୍ୟାର ନାମ ଏବଂ ଉଲ୍ଲେଖ କରାଯାଇଥିବା ସ୍ଥାନ ଭୁଲ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏପର୍ଯ୍ୟନ୍ତ ଡକାୟତ କନ୍ୟାର କୌଣସି ସୂଚନା ମିଳିନି। ବାହାଘର ଠିକ୍ କରିଥିବା ମଧ୍ୟସ୍ଥି ଏବଂ ଅନ୍ୟ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି।

ଅନ୍ୟପକ୍ଷରେ, ଏହି ବିବାହରେ ମିଳୁଥିବା ପ୍ରତାରଣା ହେତୁ ବର ଏବଂ ତାଙ୍କ ପରିବାର ଲୋକେ ବହୁତ ଭାଙ୍ଗି ପଡିଛନ୍ତି। ଆଜି କାଲି ଏମିତି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ସେଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ବାହା ହେବା ପୂର୍ବରୁ ପୁଅ ଏବଂ ଝିଅ ବିଷୟରେ ସବୁକିଛି ଭଲ ଭାବରେ ଜାଣି ବାହାଘର କରିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button