ଓଡିଶା

ଏଠାରେ କେବଳ ୩୫ଟଙ୍କା ଠାରୁ ଆରମ୍ଭ ହୁଏ ହେଲମେଟ ଦାମ, ଜାଣନ୍ତୁ ଭାରତ କେଉଁ ଜାଗାରେ ଅଛି ଏତେ ଶସ୍ତା ମାର୍କେଟ

ଆପଣ ସମସ୍ତେ ଜାଣିଛନ୍ତି ଯେ ଜୀବନ ରହିଲେ ମଜା ନେଇ ପାରିବେ କିନ୍ତୁ ଜୀବନ ନ ରିହିଲେ କଣ କରି ପାରିବେ । ଆପଣଙ୍କ ଟିକେ ଭୁଲ ପାଇଁ ଆପଣଙ୍କ ହାତ ଗୋଡ ଭାଙ୍ଗି ପାରେ ବା ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ । ତେବେ ଆପଣ ପ୍ରତି ବର୍ଷ ଲକ୍ଷେ ଲକ୍ଷେ ରୋଡ ଏକ୍ସିଡେଣ୍ଟ ଖବର ଶୁଣିବାକୁ ପାଉଥିବେ କିନ୍ତୁ ଏହା ପରେ ମଧ୍ୟ କିଛି ଲୋକ ଷ୍ଟାଇଲ ପାଇଁ ହେଲମେଟ ପିନ୍ଧନ୍ତି ନାହିଁ ।

ଏକ୍ସିଡେଣ୍ଟ ରେ କେବଳ ଆପଣଙ୍କ ଅସୁବିଧା ହୁଏ ନାହିଁ ଆପଣଙ୍କ ସହ ପୁରା ଘର ପରିବାର ସମସ୍ୟା ରେ ପଡି ଯାଏ ।

ଆମ ଭାରତ ସରକାର ବହୁତ ଥର ଲୋକଙ୍କୁ ହେଲମେଟ ପିନ୍ଧିବା ପାଇଁ କହିଛନ୍ତି ଓ ଏହା ପାଇଁ ସବୁବେଳେ ବିଜ୍ଞାପନ ମଧ୍ୟ ଦିଆ ଯାଇଛି କିନ୍ତୁ ଲୋକ ଏବେ ବି ହେଲମେଟ ପିନ୍ଧିବା ପାଇଁ ନାରାଜ ଅଛନ୍ତି ବହୁତ ଲୋକ ହେଲମେଟ ପିନ୍ଧିବା ପାଇଁ ଚାହନ୍ତିନି କିନ୍ତୁ ନିଜ ସୁରକ୍ଷା ପାଇଁ ପିନ୍ଧାନ୍ତି କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏ ଭାବନ୍ତି ଯେ ତାଙ୍କୁ କେବେ କିଛି ହବ ନାହିଁ କିନ୍ତୁ ସେ ଏହି କଥା ଜାଣି ପାରନ୍ତିନି ଯେ କାହାକୁ କେତେବେଳେ କଣ ହବ ତାହା କେହି ଜାଣି ନାହିଁ ଓ ସୁରକ୍ଷିତ ରହିବା ଆମ ପାଇଁ ଉଚିତ ଅଟେ ।

କେତେକ ଲୋକ ହେଲମେଟ ନାପିନ୍ଧିବା ପାଇଁ ବହୁତ ପ୍ରକାର ବାହାନା ମାରନ୍ତି ଯେମିତିକି ହେଲମେଟ ଦ୍ଵାରା ଚୁଟି ଖରାପ ହୋଇଯାଏ ବା ହେଲମେଟ ବହୁତ ମହଙ୍ଗା ଆସେ । ମୁଣ୍ଡ ଦୁର୍ଘଟଣା ରେ ଫାଟିବା ଅପେକ୍ଷା ଚୁଟି ଖରାପ ହବା ଉଚିତ ଅଟେ ଓ ହେଲମେଟ ମହଙ୍ଗା ଅଛି ଏହି କାରଣ ପାଇଁ ଆଜି ଆମେ ଆପଣଙ୍କ ପାଇଁ ଭଲ ଖବର ଆଣିଛୁ ।

ଭାରତ ର ରାଜଧାନୀ ଦିଲ୍ଲୀ ରେ ଏମିତି ଗୋଟେ ମାର୍କେଟ ଅଛି ଯେଉଁଠି ହେଲମେଟ କେବଳ ୩୫ ଟଙ୍କା ରେ ଆରମ୍ଭ ହୁଏ, ଯଦି ଆମେ ସାମାନ୍ୟ ମାର୍କେଟ କଥା କହୁ ତେବେ ସାମାନ୍ୟ ମାର୍କେଟ ରେ ଅତି କମ ଦାମ ହେଲମେଟ ୩୦୦ ଟଙ୍କା ରେ ମିଳେ ଏହା ହେଲମେଟ ଆରମ୍ଭ ଦାମ ଅଟେ । ଯଦି ଆପଣଙ୍କୁ ଆଇଏସଆଇ ମାର୍କ ହେଲମେଟ ଦରକାର ତେବେ ଏହା ଆପଣଙ୍କୁ ୫୦୦-୬୦୦ ଭିତରେ ସାମାନ୍ୟ ମାର୍କେଟ ରେ ମିଳିବ କିନ୍ତୁ ଏହା ସାମାନ୍ୟ ଲୋକ ପାଇଁ ଏହା ମହଙ୍ଗା ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button