ବିଚାର

ଏହି ଗଛ ଘରେ ରହିଲେ ହୋଇଯିବେ ଲକ୍ଷ୍ମୀଛଡ଼ା

ଶାସ୍ତ୍ରଅନୁଯାୟୀ ଘରେ ଗଛର ଅବସ୍ଥିତିକୁ ପବିତ୍ର କୁହାଯିବା ସହ ଏହା ଦ୍ବାରା ପରିବେଶରେ ସକରାତ୍ମକ ଉର୍ଜା ଜାତ ହୋଇଥାଏ ବୋଲି କୁହାଯାଇଥାଏ। ଏହି କାରଣରୁ ପ୍ରାୟ ସମସ୍ତଙ୍କ ଘରେ କିଛି ଏପରି ଗଛ ଲଗାଯାଇଥାଏ ଯାହା ସକରାତ୍ମକ ଉର୍ଜା ଯାତ କରିବା ସହ ଧନ ବଢ଼ାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଗଛ ରହିଛି ଯାହା ଘରେ ସକାରତ୍ମକ ନୁହଁ ବରଂ ନକରାତ୍ମକ ଭାବନା ଜାତ କରିଥାଏ। ଆଜି ଆମେ ଘରେ କେଉଁ ଗଛ ଲଗାଇବା ଅନୁଚିତ୍ ତାହା ବିଷୟରେ କହିବାକୁ ଯାଉଛୁ ।

faded  plant

ମୃତ ଗଛ

ଯଦି ଆପଣଙ୍କ ଘରେ କିଛି ଗଛ ମରିଯାଇଛି ବା ଝାଉଁଳି ଯାଇଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ବାସ୍ତୁଶାସ୍ତ୍ର ମୁତାବକ ଏପରି ଗଛ ଘରେ ନକରାତ୍ମକ ପରିବେଶ ଯାତ କରିଥାଏ। ଏହା ଛଡା ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ମରିଥିବା ଗଛ ଅକ୍ସିଜେନ୍ ଛାଡିବା ପରିବର୍ତ୍ତେ ଗ୍ରହଣ କରିଥାଏ , ଯାହା ଦ୍ୱାରା ପାଖ ପରିବେଶରେ ଅକ୍ସିଜେନ୍ ପରିମାଣ କମିଯାଇଥାଏ।ଏଣୁ ମରିଥିବା ବା ଝାଉଁଳି ଥିବା ଗଛ ଭୁଲରେ ମଧ୍ୟ ଘରେ ଲଗାଇବା ଉଚିତ୍ ନୁହଁ।

cactus

କ୍ୟାକ୍ଟସ୍ ଗଛ 

ବାସ୍ତୁଶାସ୍ତ୍ର ମୁତାବକ ଘରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ୍ ନୁହେଁ। ଏହାଛଡା ଯେଉଁ ଗଛକୁ କାଟିଲେ କିମ୍ବା ଚୋପା ଛଡାଇଲେ କ୍ଷୀର ବାହାରିଥାଏ ତାହାକୁ ମଧ୍ୟ ଘରେ ଲଗାଇବା ଅନୁଚିତ୍। ଏହି ଗଛ ନକରାତ୍ମକ ଉର୍ଜା ବଢ଼ାଇବା ସହ ଧନହାନୀର ସମ୍ଭାବନା ବଢ଼ାଇଥାଏ।

bonsai

ବୋନସାଇ ଗଛ 

ଯଦି ଆପଣଙ୍କ ଘରେ କିମ୍ବା ଆଖପାଖରେ ବୋନସାଇ ଗଛ ଲଗାଯାଇଥାଏ ତେବେ ତାହାକୁ ତୁରନ୍ତ ବାହାର କରନ୍ତୁ। କାରଣ ଏହା ଦାରିଦ୍ରତାର କାରଣ ହୋଇଥାଏ , ଏଥିପାଇଁ ବାସ୍ତୁଶାସ୍ତ୍ରରେ ନକରାତ୍ମକ ଉର୍ଜା ଯାତ ହେବା ସହ ଲକ୍ଷ୍ମୀଙ୍କୁ ଘରୁ ଦୂର କରିଥାଏ । ଏହାଛଡ଼ା ବୋନସାଇ ଗଛ ଘରର ବିକାଶରେ ବାଧକ ସାଜିଥାଏ। ଏହା ଦ୍ବାରା ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button