ଜୀବନଶୈଳୀ

ପ୍ରେମିକ ହୁଅନ୍ତୁ କିମ୍ବା ସ୍ୱାମୀ , ଝିଅମାନେ ଏହି 5 ଟି ସିକ୍ରେଟ୍ କେବେବି କାହା ସହ ସେୟାର କରନ୍ତି ନାହିଁ:-

ଯେକୌଣସି ଝିଅ ପ୍ରତ୍ୟେକ ଖରାପ ସମୟ ସହିତ କିପରି ଲଢିବା ଏବଂ ମୁକାବିଲା କରିବାକୁ ହେବ ତାହା ଜାଣନ୍ତି, ତେଣୁ ସେ ବନ୍ଧୁ, ଗର୍ଲଫ୍ରେଣ୍ଡ ଏବଂ ପତ୍ନୀ ଭଳି ପ୍ରତ୍ୟେକ ସମ୍ପର୍କକୁ ଭଲ ଭାବରେ ପରିଚାଳନା କରନ୍ତି । କିଛି ଲୋକ ଚିନ୍ତା କରନ୍ତି ଯେ, ଝିଅମାନଙ୍କୁ ବୁଝିବା ଅସମ୍ଭବ, କାରଣ ପ୍ରତ୍ୟେକ ଜିନିଷକୁ ବୁଝିବାରେ ସେମାନଙ୍କର ନିଜର ଭିନ୍ନ ଉପାୟ ଥାଏ ।

ଝିଅମାନେ ତାଙ୍କ ସାଙ୍ଗ କିମ୍ୱା ବୟଫ୍ରେଣ୍ଡଙ୍କୁ ବହୁତ କଥା ସେୟାର କରନ୍ତି, କିନ୍ତୁ କିଛି ଜିନିଷ ଅଛି ଯାହା ସେମାନେ କେବେବି କାହାକୁ କୁହନ୍ତି ନାହିଁ । ଝିଅମାନେ ଏହି ଜିନିଷଗୁଡ଼ିକୁ ଲୁଚାନ୍ତି । ଏହାର ଅର୍ଥ ସେ ଆପଣଙ୍କୁ ମିଛ କହିବା କିମ୍ବା ଧୋକା ଦେବାକୁ ଚାହୁଛନ୍ତି ତାହା ନୁହେଁ ବରଂ ସେମାନେ କିଛି ଜିନିଷ ନିଜ ମନରେ ରଖିବାକୁ ଚାହାଁନ୍ତି ।

ସମଗ୍ର ବିଶ୍ୱରେ ଏହି ବିଷୟରେ ଏକ ଅନୁସନ୍ଧାନ କରାଯାଇଛି, ଯେଉଁଥିରେ ମହିଳାମାନଙ୍କୁ ପଚରାଯାଇଥିଲା ଯେ ସେମାନେ ନିଜ ପ୍ରେମିକ, ସାଥୀ କିମ୍ବା ସ୍ୱାମୀଙ୍କଠାରୁ କେଉଁ କଥା ଲୁଚାଇବାକୁ ଚାହୁଁଛନ୍ତି କି? ଏହି ଅନୁସନ୍ଧାନରେ, କିଛି ମହିଳା ଖୋଲାଖୋଲି ଭାବରେ କହିଥିଲେ ଯେ ସେମାନେ କେଉଁ କଥା ଲୁଚାନ୍ତି ତ କେହି କେହି ଏହାର ଉତ୍ତର ଦେଇ ନଥିଲେ । ତେବେ ଆସନ୍ତୁ ଜାଣିବା ଅଧିକାଂଶ ମହିଳା ନିଜ ସାଥୀଙ୍କଠାରୁ କେଉଁ କଥା ଲୁଚାଇ ରଖିବାକୁ ପସନ୍ଦ କରନ୍ତି ।

ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ ଝିଅମାନେ ନିଜ ଗର୍ଲ ଗ୍ୟାଙ୍ଗ ସହିତ ହୋଇଥିବା କଥା କେବେବି ସେୟାର କରନ୍ତି ନାହିଁ । ଝିଅମାନଙ୍କ କଥାବାର୍ତ୍ତା କେବଳ ତାଙ୍କ ମଧ୍ୟରେ ହିଁ ସୀମିତ ରୁହେ । ଆପଣଙ୍କ ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡ ଏହାକୁ ଆପଣଙ୍କ ସହ ସେୟାର କରିବେ ନାହିଁ ।

ଆପଣଙ୍କ ପତ୍ନୀ କିମ୍ବା ଗର୍ଲଫ୍ରେଣ୍ଡ ସେମାନଙ୍କ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇ ଫେରିଲେ ଯଦି ଆପଣ ତାଙ୍କୁ ପଚାରିବେ ତୁମେ ସମସ୍ତେ ଦିନସାରା କ’ଣ କରିଛ, ତେବେ ତାଙ୍କର ଅତି ସରଳ ଉତ୍ତର “କିଛି ନାହିଁ କେବଳ ବୁଲିଲୁ, ଖାଇଲୁ ଏଵଂ ଆସିଲୁ” । ସେ କେବେବି ସାଙ୍ଗମାନଙ୍କ ସହିତ ଘଟିଥିବା ଘଟଣା ସେୟାର କରିବେ ନାହିଁ ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅଟି ଜଣଙ୍କୁ ଭଲ ପାଉଥିଲେ ଏହି ସମ୍ପର୍କରେ ନିଜର ଶତ ପ୍ରତିଶତ ଦେଇଥାଏ । କିନ୍ତୁ କାହା ଉପରେ କ୍ରସ୍ ଆସିବା ଅର୍ଥ ନୁହେଁ ଯେ ସେ ତୁମକୁ ଧୋକା ଦେଉଛନ୍ତି । ଏହା ହୋଇପାରେ ଯେ, ଯେପରି ପୁଅମାନଙ୍କର କ୍ରସ୍ ଜଣେ ଅଭିନେତ୍ରୀ ହୋଇପାରେ, ସେହିଭଳି ଜଣେ ଅଭିନେତା ମଧ୍ୟ ଝିଅମାନଙ୍କର କ୍ରସ୍ ହୋଇପାରନ୍ତି । ଅଧିକାଂଶ ଝିଅ ସେମାନଙ୍କ ସାଥିଙ୍କ ଠାରୁ ଏହି କଥାକୁ ଲୁଚାଇବାକୁ ପସନ୍ଦ କରନ୍ତି ।

ଜଣେ ଝିଅର କହିବାନୁସାରେ ପ୍ରାୟତଃ ଝିଅମାନେ କେଉଁ ପୁରୁଷ ସାଙ୍ଗ ସହିତ କଥା ହୁଅନ୍ତି ତାହା ନିଜ ପ୍ରେମିକଙ୍କ ଠାରୁ ଲୁଚାଇବାକୁ ଚାହାଁନ୍ତି । କାରଣ ଯଦି ସେ ଏକ ପୁଅ ସହିତ କଥାବାର୍ତ୍ତା ହେଉଛନ୍ତି ବୋଲି ତାଙ୍କ ପ୍ରେମିକ ଜାଣନ୍ତି, ତେବେ ତାଙ୍କ ପ୍ରେମିକ କିମ୍ବା ସ୍ୱାମୀ ମଧ୍ୟ ମହିଳା ବନ୍ଧୁଙ୍କ ସହିତ କଥା ହୋଇପାରନ୍ତି । ଏଥିରେ ଅସୁରକ୍ଷିତତା ବଢ଼ିଯାଏ, ତେଣୁ ସେମାନେ ଏହି ଜିନିଷକୁ ମଧ୍ଯ ଲୁଚାନ୍ତି ।

ଝିଅମାନେ ଯେଉଁ ସମ୍ପର୍କରେ ଥାଆନ୍ତି ତାକୁ ବହୁତ ଭଲ ଭାବରେ ପ୍ରତିପାଦନ କରନ୍ତି । ଏହା ସ୍ୱାମୀ-ସ୍ତ୍ରୀ କିମ୍ବା ପ୍ରେମିକ-ପ୍ରେମିକାର ସମ୍ପର୍କ ମଧ୍ଯ ହେଉଥାଉ । କିନ୍ତୁ ଏପରି ମଧ୍ୟ ହୋଇଥାଏ ଯେ ଅନେକ ସମୟରେ ସେମାନେ ତାଙ୍କର ପୂର୍ବ ପ୍ରେମିକଙ୍କୁ ମନେ ପକାନ୍ତି । ସେମାନେ ବହୁତ ଭଲ ଭାବରେ ଜାଣନ୍ତି ଯେ ଏହା ଉଚିତ୍ ନୁହେଁ, କିନ୍ତୁ ଆପଣ ଜାଣନ୍ତି ଯେ ଅତୀତକୁ ମଧ୍ଯ ସମ୍ପୂର୍ଣ୍ଣ ଭାବରେ ଭୁଲିଯିବା ଏତେ ସହଜ ନୁହେଁ । ତେବେ ଝିଅମାନଙ୍କୁ ତାଙ୍କ ପୂର୍ବ ପ୍ରେମିକଙ୍କ କଥା ମନେ ପଡିଲେ ମଧ୍ଯ, ସେମାନେ ଏହାକୁ ନିଜ ମନରେ ରଖନ୍ତି ଏବଂ ଏହାକୁ କେବେବି ତାଙ୍କ ସାଥିଙ୍କ ସହ ସେୟାର କରନ୍ତି ନାହିଁ ।

ଅନେକ ମାମଲାରେ ଝିଅମାନେ ନିଜ ସାଥୀଙ୍କ ସହିତ ଯୌନ ଜୀବନ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇପାରନ୍ତି ନାହିଁ । ସେମାନେ ନିଜ ସାଥୀକୁ ସେମାନଙ୍କର ଆନନ୍ଦ, ସେକ୍ସର ଇଚ୍ଛା, ପୋଜିସନ୍ ଆଦି ବିଷୟରେ କେବେବି କୁହନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button