ଜୀବନଶୈଳୀ

ଶୋଇବା ସମୟରେ ନିଜ ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଦାରିଦ୍ର୍ୟତା ଆପଣଙ୍କ ପାଖ ଛାଡ଼ିବ ନାହିଁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଉଛି। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବାର ଅନେକ କାରଣ ରହିଥାଏ। ଆମ ଦୈନନ୍ଦିନ ଜୀବନରେ କିଛି ଏଭଳି ବସ୍ତୁ ରହିଛି, ଯାହା ଆମକୁ ଅନେକ କ୍ଷତି ପହଞ୍ଚାଇ ଥାଏ। ଆମ ଦ୍ଵାରା ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ହୋଇ ଯାଇଥାଏ, ଯାହାଦ୍ଵାରା ଆମ ସଫଳତାରେ ବାଧା ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି କେଉଁ ଜିନିଷ ରାତିରେ ଶୋଇବା ସମୟରେ ନିଜ ପାଖରେ ବା ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ।

ଶୋଇବା ସମୟରେ ଆମ ଶରୀର ଅଧିକ କାର୍ଯ୍ୟ କରିଥାଏ। ତେଣୁ ଏହି ସମୟରେ ଶରୀରକୁ ବିଶ୍ରାମ ଦେବାର ଆବଶ୍ୟକତା ରହିଛି। ଆପଣ ରାତିରେ ଶୋଇବା ପୂର୍ବରୁ ପାଖରେ ମୟୂର ପର ଲଗାଇ ଶୁଅନ୍ତୁ। ଯଦି ଆପଣ ସକାରାତ୍ମକ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କୁ ନିଦ୍ରାର ସମସ୍ୟା ରହିଛି ତାହେଲେ ଏହି ଉପାୟ କରନ୍ତୁ। ଗୋଟେ ରୁମାଲରେ କିଛି କର୍ପୂର ରଖି ବନ୍ଧୁ ଦିଅନ୍ତୁ ଏବଂ ଏହାକୁ ସର୍ବଦା ଆପଣ ନିଜ ପାଖରେ ରଖନ୍ତୁ। କର୍ପୂର ପାଖରେ ରଖିବା ଦ୍ଵାରା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

ଯଦି ଶୋଇବା ସମୟରେ ଆପଣ ଖରାପ ସ୍ବପ୍ନ ଦେଖୁଛନ୍ତି, ତାହେଲେ ଗୋଟେ ଲାଲ କପଡ଼ାରେ ଅଳ୍ପ ଚାଉଳ ବାନ୍ଧି ନିଜ ତକିଆ ପାଖରେ ରଖି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ କେବେବି ଖରାପ ସ୍ବପ୍ନ ଆସିବ ନାହିଁ। ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଥାଏ କି, ନିଜ ମଇଳା ଲୁଗା ବିଛଣା ଉପରେ ପକାଇ ରଖିଥାନ୍ତି। ମଇଳା ପୋଷାକରୁ ନକାରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ସେଥିପାଇଁ କୌଣସି ଶୁଭ କାର୍ଯ୍ୟରେ ମଇଳା ପୋଷାକ ପରିଧାନ କରାଯାଇ ନଥାଏ।

କିଛି ଏଭଳି ଜିନିଷ ରହିଛି, ଯାହାକୁ ଶୋଇବା ସମୟରେ ନିଜ ପାଖରୁ ଦୂରେଇ ରଖିବା ଆବଶ୍ୟକ। ବୈଜ୍ଞାନିକ ମାନଙ୍କ ଅନୁସାରେ ଏହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ମଧ୍ୟ କୁହାଯାଇଛି। ଏହା ବାସ୍ତୁ ଦୋଷର କାରଣ ମଧ୍ୟ ହୋଇଥାଏ। ସେଗୁଡିକ ହେଉଛି – ଲୁଣ, ହଳଦୀ, କୁଙ୍କୁମ, ଜୋତା, ମୋବାଇଲ, ବହି ଖାତା ଇତ୍ୟାଦି। ଅଧିକାଂଶ ବିଦ୍ୟାର୍ଥୀ ନିଜ ମୁଣ୍ଡ ପାଖରେ ବହି ରଖି ଶୋଇ ଥାଆନ୍ତି। ଏଭଳି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ।।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button