ଜୀବନଶୈଳୀ

ଟ୍ରେନରେ ବିନା ଟିକେଟରେ ଧରାପଡିଲେ ମହିଳା ,ଆଉ କିଛି ଏପରି କଥା କହିଲେ ଯେଉଁଥିରେ ଭାବୁକ ହୋଇଗଲେ ରେଳ ଅଧିକାରୀ ।

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ତାହା ଆଇନିଗତ ଅପ-ରା-ଧ ଅଟେ। ଆଉ ଏଥିପାଇଁ ସରକାର 6 ମାସର ଦ-ଣ୍ଡ-ବିଧାନ ରଖିବା ସହ ଜୋରିମାନାବି ଲାଗୁ କରିଛନ୍ତି। କିନ୍ତୁ ଏହାପରେ ବି କିଛି ଏପରି ଲୋକଅଛନ୍ତି ଯେଉଁମାନେ ବିନା ଟିକେଟରେ ଯାତ୍ରା କରନ୍ତି ଏବଂ ଧରାପଡିବା ପରେ ଜୋରିମାନା ମଧ୍ୟ ଦେଇଥାନ୍ତି।

ଆଜି ଆମେ ଏହିପରି ଏକ ଘଟଣା ବିଷୟରେ କଥା ହେବା ଯେଉଁଥିରେ ଏକ ମହିଳା ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବା ସମୟରେ ଧରାପଡ଼ିଥିଲେ କିନ୍ତୁ ସେ କିଛି ଏପରି କଥା କହିଲେ ଯାହାକୁ ଶୁଣି ରେଳ ଅଧିକାରୀଙ୍କ ଆଖିରୁ ଲୁହ ଝରିଗଲା , ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ।

କଥାଟା ହେଉଛି , ପଶ୍ଚିମ ରେଳବାଇର ଜଣେ ଅଧିକାରୀ ଯେତେବେଳେ ଟିକେଟ ଚେକ୍ କରୁଥିଲେ ସେ ସମୟରେ ସେ ଏକ ମହିଳାଙ୍କୁ ଦେଖିଲେ ଯିଏ ବିନା ଟିକେଟରେ ଯାତ୍ରା କରୁଥିଲେ । ସେ ଯେତେବେଳେ ସେ ମହିଳାଙ୍କୁ ଟିକେଟ ମାଗିଲେ ସେ ମହିଳା ଜଣଙ୍କ ବହୁତ ଜୋରେ କାନ୍ଦିବାରେ ଲାଗିଲେ।

ଏହାପରେ ଅଧିକାରୀ ଜଣଙ୍କ କହିଲେକି କାନ୍ଦିଲେ କାମ ଚଳିବ ନାହିଁ , ତୁମର ଟିକେଟ କେଉଁଠାରେ ଅଛି କୁହ। ଏହାପରେ ମହିଳା ଜଣଙ୍କ କାନ୍ଦି କାନ୍ଦି ସେ ଅଧିକାରୀଙ୍କୁ କିଛି କହିଲେ ଏବଂ ତାହା ଶୁଣି ଅଧିକାରୀଙ୍କ ଆଖିରୁ ଲୁହ ଝରିଗଲା। ଏହାପରେ ସେ ତାଙ୍କ ଡିଆରଏମ ସାହେବଙ୍କୁ ଡକାଇଲେ ଏବଂ ଡିଆରଏମ ସାହେବ ସେଠାରେ ପହଂଚି ସେ ମହିଳାଙ୍କୁ ପଚରାଉଚାର କଲେ।

ଏହାପରେ ମହିଳା ଜଣଙ୍କ କହିଲେକି ତାଙ୍କର ସବୁ ଜିନିଷ ଚୋରିହେଇଯାଇଛି , ତିନିଦିନ ହେଲା କିଛି ଖାଇନାହାନ୍ତି  ଏହାସହ ତାଙ୍କ ପିଲାମାନେ ବି କିଛି ଖାଇନାହାନ୍ତି ତେବେ ସେ ଟିକେଟ କେଉଁଠାରୁ ଆଣିବେ । ଯେତେବେଳେ ଖାଇବା ପାଇଁ ପଇସା ନାହିଁ ତେବେ ଟିକେଟ କିପରି କିଣିବେ। ଏହାଶୁଣି ଡିଆରଏମ ସାହେବଙ୍କ ଆଖିରେ ପାଣି ଆସିଗଲା , ସେ ସଂଗେ ସଂଗେ କହିଲେକି ଏହି ମହିଳାଙ୍କୁ ଏବଂ ତାଙ୍କ ପିଲାଙ୍କୁ  ପେଟପୁରା ଖାଇବା ଦିଆଯାଉ ତାସହିତ ସୁରକ୍ଷିତ ଭାବରେ ଏମାନଙ୍କୁ ଗନ୍ତବ୍ୟ ସ୍ଥାନରେ ରେଳ ଦ୍ୱାରା ପହଁଚାଇ ଦିଆଯାଉ। ଏହାଶୁଣି ରେଳରେ ସମସ୍ତଙ୍କ ଆଖି ଲୁହରେ ଭରିଗଲା ଏବଂ ସମସ୍ତେ ବଡ ଅଧିକାରୀଙ୍କ ବହୁତ ପ୍ରଶଂସା କଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button