ଜୀବନଶୈଳୀ

ଏହି ଦିଗରେ ଭୋଜନ କରୁଥିବା ବ୍ୟକ୍ତିଙ୍କର ହୋଇଥାଏ ଅକାଳ ମୃତ୍ୟୁ !

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ତିନି ପ୍ରକାରର ଭୋଜନ ବିଷ ସମାନ ହୋଇଥାଏ । ଏପରି ଭୋଜନ ମନୁଷ୍ୟର ଆୟୁଷକୁ କମ କରିଥାଏ ଏବଂ ଏହାଦ୍ବାରା ମନୁଷ୍ୟକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରି ଭୋଜନକୁ ଗ୍ରହଣ କରିବା ଦ୍ୱାରା ତାର ଜୀବନକୁ ଦୁର୍ଭାଗ୍ୟ ଆସିଥାଏ ଏବଂ ଦାରିଦ୍ର୍ୟତାରେ ଜୀବନ ବିତାଇବାକୁ ପଡ଼ିଥାଏ । ପୁରାଣ ଏବଂ ଶାସ୍ତ୍ରରେ ଏଭଳି ଅନେକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି ।

ପୁରାଣରେ ଏଭଳି ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ମନୁଷ୍ୟ ମାନିଲେ ମନୁଷ୍ୟ ଖୁବ ସହଜରେ ଦୁନିଆର ସବୁ ଭୌତିକ ସୁଖକୁ ପ୍ରାପ୍ତ କରିବା ସହିତ ନିଜର ଆୟୁଷକୁ ମଧ୍ୟ ବଢ଼ାଇ ପାରିବ । ପୁରାଣରେ ଅନେକ ପ୍ରାଚୀନ ମୁନି ଋଷି ଦୀର୍ଘ ଆୟୁଷରେ କିଭଳି ବଞ୍ଚୁଥିଲେ ସେହି ବିଷୟରେ ବର୍ଣ୍ଣନା ରହିଛି । ହିନ୍ଦୁ ଧର୍ମରେ ୧୮ ମହାପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ ଅଟେ ।

ଯେଉଁଥିରେ ଶ୍ରୀକୃଷ୍ଣ ଏବଂ ଗରୁଡ଼ଙ୍କ ସମ୍ବାଦ ବିଷୟରେ ବର୍ଣ୍ଣନା କରାଯାଇଛି । ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଜୀବନ ଏବଂ ମୃତ୍ୟୁ ସମ୍ବନ୍ଧରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉକ୍ତି ଦେଇଛନ୍ତି । ଏହାବ୍ୟତୀତ ଗୃହସ୍ଥ୍ୟ ସମ୍ବନ୍ଧୀୟ ଆଚାର ବିଚାର ଏବଂ ଭୋଜନ ସମ୍ବନ୍ଧୀୟ ଅନେକ ନିୟମ ବିଷୟରେ କହିଛନ୍ତି । ଆଜି ଆମେ ଆପଣଙ୍କୁ ଗରୁଡ଼ ପୁରାଣରେ ଭୋଜନ ସମ୍ବନ୍ଧୀୟ ନିୟମ ବିଷୟରେ କହିବୁ ।

ପ୍ରତ୍ୟେକ ମନୁଷ୍ୟକୁ ଭୋଜନ ଗ୍ରହଣ କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ସଂସାରରେ ପ୍ରତ୍ୟେକ ମନୁଷ୍ୟକୁ ବଞ୍ଚିବା ପାଇଁ ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତି ଆବଶ୍ୟକ , ଯାହାକି ଖାଦ୍ୟରୁ ମିଳିଥାଏ । ତେଣୁ ମନୁଷ୍ୟ ପ୍ରତ୍ୟେକ ଦିନ ଭୋଜନ କରିବା ଆବଶ୍ୟକ । କିନ୍ତୁ ଏହି ସମୟରେ ଶାସ୍ତ୍ରରେ ବର୍ଣ୍ଣିତ କିଛି ବିଶେଷ ନିୟମ ମଧ୍ୟ ପାଳନ କରିବା ଆବଶ୍ୟକ । ଏହାଦ୍ବାରା ଦେବଦେବୀ ପ୍ରସନ୍ନ ହୋଇ ଆଶୀର୍ବାଦ ଦିଅନ୍ତି ।

ଏହାବ୍ୟତୀତ ମାତା ଲକ୍ଷ୍ମୀ ଏବଂ ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ରହିଥାଏ ଯାହାଦ୍ୱାରା ଘରେ କେବେ ଧନ ଏବଂ ଅନ୍ନର ଅଭାବ ହୁଏନାହିଁ । ଭଗବାନ ଶ୍ରୀକୃଷ୍ଣଙ୍କ ସୁଲଭ ଅନୁଯାୟୀ ମନୁଷ୍ୟ ତିନି ପ୍ରକାରର ଭୋଜନ ସେବନ କରିବା ଉଚିତ ନୁହେଁ । ଏହା ଅଭିଶାପ ସଦୃଶ୍ୟ ହୋଇଥିବାରୁ ତାହାକୁ ସେବନ କରିବା ଦ୍ୱାରା ଆୟୁଷ କମିଥାଏ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସେଭଳି ଖାଦ୍ୟ ପ୍ରେତାତ୍ମାଙ୍କ ପାଇଁ ହୋଇଥାଏ ।

ଯଦି ମନୁଷ୍ୟ ଏଭଳି ଖାଦ୍ୟକୁ ଭୁଲରେ ଗ୍ରହଣ କରିଥାଏ ତେବେ ଖୁବ କମ ସମୟରେ ତାର ମୃତ୍ୟୁ ହୋଇଯାଏ । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ନିଜର ପାଞ୍ଚ ଆଙ୍ଗୁଠି , ଦୁଇ ହାତ ଏବଂ ଦୁଇ ଗୋଡ଼କୁ ସଫା କରି ଭୋଜନ କରିବା ଉଚିତ । ଏହାଦ୍ବାରା ମନୁଷ୍ୟର ଶରୀର ରୋଗମୁକ୍ତ ହୋଇଥାଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ ହୋଇଥାଏ । ଏହି କାମ ସଂସାରର ସବୁ ପ୍ରାଣୀ କରିବା ଉଚିତ ।

ଏହାଦ୍ବାରା ପାପ ଲାଗି ନଥାଏ । ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ମନୁଷ୍ୟ ଭୋଜନ କରିବା ସମୟରେ ବାର୍ତ୍ତାଳାପ କରିବା ଉଚିତ ନୁହେଁ । ମନୁଷ୍ୟ କ୍ରୋଧରେ ରହିଥିବା ସମୟରେ , କାନ୍ଦୁଥିବା ସମୟରେ କିମ୍ବା ହସୁଥିବା ସମୟରେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଏଥିରେ ଶରୀରରେ ବିକାର ଉତ୍ପନ୍ନ ହୋଇଥାଏ । ଭୂମି ଉପରେ ବସି ଭୋଜନ କରିବା ସର୍ବଶ୍ରେଷ୍ଠ ହୋଇଥାଏ ଯାହାଦ୍ୱାରା ଶରୀର ମଧ୍ୟକୁ ଉଷ୍ମତା ପ୍ରବେଶ କରିଥାଏ ଏବଂ ଖାଦ୍ୟ ଭଲଭାବରେ ହଜମ ହୋଇଥାଏ ।

ଖଟ ଉପରେ ବସି ଏବଂ ଘରର ଦ୍ୱାରରେ ଭୋଜନ କଲେ ରୋଗ ଉତ୍ପନ୍ନ ଏବଂ ମନୁଷ୍ୟର ଆୟୁଷ କମ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ରୁସ୍ଟ ହୋଇଥାନ୍ତି । ହାତରେ ଧରି ଚାଲି ଚାଲି ଭୋଜନ କଲେ ଜୀବନରେ ଦାରିଦ୍ର୍ୟତା ଆସିଥାଏ । ଭୋଜନ ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଭୁଲରେ ଭୋଜନ କରିବା ଉଚିତ ନୁହେଁ ।

ଭୋଜନ କରିବା ପାଇଁ ସର୍ବୋତ୍ତମ ଦିଗ ପୂର୍ବ ଦିଗ ଏବଂ ଉତ୍ତର ଦିଗ ହୋଇଥାଏ । ଏହି ଦିଗରେ ମୁଖ କରି ଭୋଜନ କଲେ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ । ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ପୂର୍ବ ଦିଗକୁ ମୁଖ କରି ଭୋଜନ କଲେ ଶରୀରର ବିକାର ନଷ୍ଟ ହୋଇଥାଏ । ଯଦି କେହି ବ୍ୟକ୍ତି କୌଣସି ଭୋଜନ ଉପର ଦେଇ ଡେଇଁ ଚାଲି ଯାଆନ୍ତି କିମ୍ବା ପାଦ ପକାଇ ଚାଲି ଯାଆନ୍ତି ସେହି ଭୋଜନ ଅଶୁଦ୍ଧ ହୋଇଯାଏ ଏବଂ ସେହି ଭୋଜନକୁ ସେବନ କଲେ ମନୁଷ୍ୟର ଆୟୁଷ କମ ହୋଇଥାଏ ଏବଂ ଶରୀରରେ ଭିନ୍ନ ଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ଭୋଜନରୁ ଚୁଟି ବାହାରିଲେ ତାହା ମଧ୍ୟ ଅଶୁଦ୍ଧ ହୋଇଥାଏ । ତେଣୁ ସେହି ଭୋଜନ ଖାଇବା ମଧ୍ୟ ବର୍ଜିତ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button