ଧର୍ମ

ଧନତେରସ ଏବଂ ଦୀପାବଳି ଦିନ ଲୁଣ ଡବାରେ ଚୁପଚାପ ରଖି ଦିଅନ୍ତୁ ଏହି ଜିନିଷ । ଏଗାର ଟଙ୍କାର ଏହି ଜିନିଷ ଆଣି ହୋଇ ଯାଆନ୍ତୁ ଧନୀ ।

ଆମ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଛି । କିନ୍ତୁ ଦୀପାବଳି ଦିନ ଏହି ଲୁଣକୁ ବ୍ୟବହାର କରି କିଛି ଖାସ ଉପାୟ କଲେ ଅନେକ ଫଳ ପ୍ରାପ୍ତ ହୋଇଥାଏ । ଲୁଣ ଚନ୍ଦ୍ରମା ରାହୁ ଏବଂ ଶୁକ୍ରଙ୍କ ପ୍ରତୀକ । ତେଣୁ ଲୁଣ ଡବାରେ କିଛି ଜିନିଷ ରଖିଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହେବେ । ଘରେ ନକରାତ୍ମକ ଶକ୍ତି ଥିଲେ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇ ନଥାଏ ।

ତେଣୁ ବଜାରରୁ କଳା ଲୁଣ ଆଣି ନାଲି କପଡ଼ାରେ ଗୁଡ଼ାଇ ରଖିଲେ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଲୁଣର ରଙ୍ଗ ବଦଳିଲେ ଜାଣିବେ ଯେ ନକରାତ୍ମକ ଶକ୍ତି ଶେଷ ହୋଇ ଯାଉଛି । ଏହାକୁ ସମୟ ସମୟରେ ବଦଳାଇ ଦିଅନ୍ତୁ । କେଵକ ଗୁରୁବାରକୁ ଛାଡ଼ି ପାଣିରେ ଲୁଣ ମିଶାଇ ଘରେ ପୋଛା ଲଗାଇଲେ ମାତା ଲକ୍ଷ୍ମୀ ଖୁସି ହେବେ ଏବଂ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯିବ ।

ରୋଷେଇ ଘରେ ଥିବା ଲୁଣ ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ତାହାକୁ ଖାସ କରି କାଚ ଡବାରେ ରଖିବା ଉଚିତ । ଲୁଣ ଡବାକୁ ଖୋଲା ରଖିବା ଉଚିତ ନୁହେଁ । ଯଦି ଆପଣ ଖୋଲା ରଖୁଛନ୍ତି ତେବେ ତାହାକୁ ଖାଦ୍ୟରେ ବ୍ୟବହାର କରନ୍ତୁ ନାହିଁ । ଲୁଣ ଡବାରେ ଦୁଇ ଚାରୋଟି ଲବଙ୍ଗ ପକାଇ ରଖିଲେ ତାହା ପବିତ୍ର ରହିଥାଏ ।

ଏହି କାମ ଖାସ କରି ଧନତେରସ ଏବଂ ଦୀପାବଳି ଦିନ କଲେ ଘରକୁ ଧନ ସୁଖ ସମୃଦ୍ଧି ଆସିବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଘରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିବାଦ କଳି ଝଗଡ଼ା ଲାଗୁଥିଲେ ଦୀପାବଳି ଏବଂ ଧନତେରସ ଦିନ ଏକ କାଚ ଗ୍ଲାସରେ ଏକ ତୃତୀୟାଂଶ ପାଣି ନେଇ ଏକ ଚାମଚ ଲୁଣ ମିଶାଇ ତାହା ଉପରେ ନାଲି ରଙ୍ଗ ଲଗାଇ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖି ଦିଅନ୍ତୁ ।

ତାହାକୁ ଆଦୋୖ ଘୋଡ଼ାନ୍ତୁ ନାହିଁ । ଏହି ଦିନ ମାନଙ୍କରେ ହିଁ ବାଥରୁମରେ ଏକ ପାତ୍ରରେ ଲୁଣ ଭରି ରଖି ଦେଲେ ନକରାତ୍ମକତା ଦୂର ହେବ ଏବଂ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଧନତେରସ ଏବଂ ଦୀପାବଳି ଦିନ ଏଗାର ଟଙ୍କିଆରେ ଏକ ଜିନିଷ ଆଣି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରି ପାରିବେ ।

ଏଗାର ଟଙ୍କାରେ ଧଣିଆ ଆଣି ମାତା ଲକ୍ଷ୍ମୀ ଏବଂ ଧନନ୍ତରିଙ୍କ ଚରଣରେ ରଖି ନିଜର ମନସ୍କାମନା କହି ତାହାକୁ ଲୋକଙ୍କୁ ବାଣ୍ଟି ଦିଅନ୍ତୁ । ଧଣିଆ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏଗାର ଟଙ୍କାରେ ବତାସା ମିଠା ଆଣି ମଧ୍ୟ ମାତାଙ୍କୁ ଭୋଗ ଲଗାଇ ପାରିବେ । କାରଣ ଧଳା ରଙ୍ଗ ମାତାଙ୍କର ପ୍ରିୟ ଅଟେ । ଧନତେରସ ଏବଂ ଦୀପାବଳି ଦିନ ଦକ୍ଷିଣ ଦିଗକୁ ମୁଖ କରି ଦିଅ ଜଳାନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ । ଏହା ଆପଣଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button