ମନୋରଞ୍ଜନ

୮୦୦ ଟଙ୍କା ଦରମା ପାଉଥିବା ନୀତା ଅମ୍ବାନୀ ବାହାଘର ସମୟରେ ମୁକେଶ ଅମ୍ବାନୀଙ୍କ ପାଖରେ ରଖିଥିଲେ ଏମିତି ସର୍ତ୍ତ – ଏବେ ହିଁ ଜାଣିରଖନ୍ତୁ

ମୁକେଶ ଅମ୍ବାନୀ ଏମିତି ଜଣେ ବ୍ୟକ୍ତିତ୍ୟ ଯାହାଙ୍କୁ କୌଣସି ପରିଚୟ ଦେବାକୁ ଦରକାର ପଡେନି । ତାଙ୍କ ନାଁ ଶୁଣିବା ମାତ୍ରେ ଲୋକେ ତାଙ୍କ ଛବିକୁ ନିଜ ମସ୍ତିଷ୍କ ଭିତରେ ଆଙ୍କି ଦେଇଥାନ୍ତି ।ଯେମିତି ଆମେ ସବୁ ଜାଣିଛେ କି ଧିରୁ ଭାଇ ଅମ୍ବାନୀଙ୍କର ବଡପୁଅ ମୁକେଶ ଅମ୍ବାନୀ ଆଜି ଭାରତରେ ନୁହେଁ ବରଂ ସାରା ଦୁନିଆଁରେ ଧନୀ ଲୋକଙ୍କୁ ଭିତରୁ ଜଣେ ବୋଲି ମନାଯାଏ । ତାଙ୍କର ସମ୍ପତ୍ତି ପ୍ରାୟ ୨ ଲକ୍ଷ ୭୩ ହଜାର ୬୫୦ କୋଟି ଟଙ୍କା ଅଟେ । କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ନୁହେଁ ତାଙ୍କ ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ହଁ ଆଜ୍ଞା ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେବେ କି କେମିତି ୮୦୦ ଟଙ୍କା ପାଉଥିବା ନୀତା ଅମ୍ବାନୀଙ୍କୁ କିପରି ମୁକେଶ ଅମ୍ବାନୀ ନିଜ ସ୍ତ୍ରୀ ବନେଇଲେ । ଓ ସେ ଏବେ କୋଟିପତି ମାଲିକାଣୀ ଅଟନ୍ତି । ପ୍ରକୃତରେ ଆମେ ଆପଣଙ୍କୁ କହିଦେଉଛୁ କି ଆଜି ସମୟରେ ନୀତା ଅମ୍ବାନୀ ଦେଶର ସବୁଠାରୁ ବଡ ଧନୀ ଘରର ବୋହୂ ବୋଲି ଜଣାଯାଏ । ପୂର୍ବରୁ ସେ ଯେତେବେଳେ ବୋହୂ ନଥିଲେ ସେ ସ୍କୁଲ୍ ରେ ପିଲାଙ୍କୁ ପଢାଉଥିଲେ । ତାଙ୍କ ଦରମା ସେତେବେଳେ ୮୦୦ ଟଙ୍କା ଥିଲା । ତାଙ୍କର କହିବା କଥା ଥିଲା କି ପିଲାଙ୍କୁ ପଢାଇବା ପଛରେ କାରଣ ଥିଲା କି ମୁକେଶ ଅମ୍ବାନୀଙ୍କୁ ବାହା ହେଇସାରିଲା ପରେ ସେ ସ୍କୁଲ୍ ରେ କାମ କରିବାପାଇଁ ସର୍ତ୍ତ ରଖିଥିଲେ । ଓ ଏହି କଥାରେ ମୁକେଶ ଅମ୍ବାନୀ ରାଜି ହୋଇଯାଇଥିଲେ । ଓ ତାଙ୍କୁ ପିଲାଙ୍କୁ ପଢାଇବାକୁ ରାଜି ହେଇଗଲେ ।

 

ଏବେ ଆମେ ଯେଉଁ କଥା କହିବାକୁ ଯାଉଛୁ ତାହାଶୁଣିକରି ଆପଣ ଚକିତ ହୋଇଯିବେ । କାରଣ ନିତା ଅମ୍ବାନୀ ଏତେ ବଡ ପରିବାରର ବୋହୂ ହେବା ସତ୍ତ୍ୱେ କିନ୍ତୁ ସେ ଏବେ ଏକ ପ୍ରାଇଭେଟ୍ ସ୍କୁଲ୍ ରେ ଚାକିରି କରୁଛନ୍ତି । ଏକ ଇଣ୍ଟରଭ୍ୟୁରେ ସ୍କୁଲ୍ ର ପ୍ରିନିସପାଲ୍ ଜାଣିପାରିଲେ ନାହିଁ କି ସେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ବୋଲି । ଥରେ ତାଙ୍କର ସ୍କୁଲ୍ ର ପ୍ରିନ୍ସିପାଲ୍ ୧୯୮୭ ୱାର୍ଲଡ କପ୍ ମ୍ୟାଚ ଦେଖିବା ପାଇଁ ଟିକେଟ ଆଣିଥିଲେ । ଓ ସ୍କୁଲ୍ ର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ କହିଥିଲେ କି କେବଳ ଦୁଇ ଜଣ ଏହି ମ୍ୟାଚକୁ ଦେଖିବାକୁ ଯାଇପାରିବେ । କିନ୍ତୁ ଏହି ଟିକେଟ କୁ ନେବାପାଇଁ ନିତା ଅମ୍ବାନୀ ମନା କରିଦେଇଥିଲେ । ସେତେବେଳେ କୁହାଯାଉଥିଲା କି ୱାର୍ଲଡ କପ୍ ପ୍ରାୟୋଜକ ରିଲାୟନ୍ସ ଗ୍ରୁପ୍ ଥିଲା । ଓ ଯେତେବେଳେ ସ୍କୁଲ୍ ର ପ୍ରିନିସିପାଲ୍ ଯାଇ ସେଠାରେ ଦେଖିଲେ ନିତା ଅମ୍ବାନୀ ପ୍ରେସିଡେଣ୍ଟ ବକ୍ସରେ ଭିଆଇପିଙ୍କ ସହ ସେଠାରେ ବସିଛନ୍ତି ।

 

ସେ ସେତେବେଳେ ଚକିତ ହୋଇଗଲେ । ତା ପରେ ସ୍କୁଲ୍ ର ପ୍ରିନ୍ସପାଲ୍ ତାଙ୍କ ପାଖକୁ ଯାଇପଚାରିଥିଲେ କି ଏଠାରେ ତୁମେ କଣ କରୁଛ , ତାପରେ ପଛରେ ସେ ଜାଣିବାକୁ ପାଇଲେ କି ନିତା ଅମ୍ବାନୀ ଏତେ ବଡ ଘରର ବୋହୂ ଅଟନ୍ତି ବୋଲି । କିନ୍ତୁ କିଛି ଦିନ ପରେ ନିତା ଅମ୍ବାନୀ ସ୍କୁଲ୍ ରେ ପଢାଇବା ଛାଡିଦେଇଥିଲେ । ଓ ନିଜ ଫ୍ୟାମିଲି ବିଜ୍ ନେସ୍ ରେ ଧ୍ୟାନ ଦେଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button