ଦେଶ ବିଦେଶ

ଲାଗୁ ହେଲା ନୂଆ ନିୟମ! ଏବେ ସପ୍ତାହକୁ ମାତ୍ର ୪ଦିନ କରିବ କାମ, କିନ୍ତୁ ଦରମା ମିଳିବ ଫୁଲ୍ !

ବିଶ୍ବର କେତେକ ଦେଶରେ ସପ୍ତାହକୁ ଚାରି ଦିନ କାମ କରିବା ବ୍ୟବସ୍ଥା ଆରମ୍ଭ ହୋଇଯାଇଛି। ସେଠାରେ କର୍ମଚାରୀମାନେ ଚାରି ଦିନ କାମ କରି ପାଞ୍ଚ ଦିନର ଦରମା ନେଉଛନ୍ତି। ଜର୍ମାନି ଓ ନ୍ୟୁଜିଲ୍ୟାଣ୍ଡର କିଛି କଂପାନି ସେମାନଙ୍କ କମର୍ଚାରୀଙ୍କୁ ସପ୍ତାହକୁ ଚାରି ଦିନ କାମ କରିବାର ସୁବିଧା ପ୍ରଦାନ କରିଛନ୍ତି। ବ୍ରିଟେନର ଶ୍ରମିକ ସଂଗଠନ ଗୁଡ଼ିକ ମଧ୍ୟ ଦେଶରେ ସପ୍ତାହକୁ ଚାରି ଦିନ କାମ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି।

ଆମେରିକା, ବ୍ରିଟେନ୍ ଓ ଜର୍ମାନି ଭଳି ୮ଟି ଦେଶର ୩୦୦୦ କର୍ମଚାରୀଙ୍କୁ ନେଇ ନିକଟରେ ଏକ ସର୍ଭେ କରାଯାଇଥିଲା। ଏହି କଂପାନିଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଯେବେ ଠାରୁ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇ କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ବଢ଼ିଛି। ସେମାନଙ୍କ ଉପରେ ରହୁଥିବା ଚାପ କମିଛି।

ବର୍ଲିନର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସଫ୍ଟୱେର କମ୍ପାନୀର ୧୦ଟି ଷ୍ଟାଫଙ୍କ ପାଇଁ ୪ଦିନ କାମ କରିବାର ସୁବିଧା ଆରମ୍ଭ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୦% ଲୋକ କହିଥିଲେ ଯେ, ଯଦି କାମରେ କୌଣସି ପ୍ରକାର ହସ୍ତକ୍ଷେପ ନହେବ ତେବେ ୮ ଘଣ୍ଟାର କାମକୁ ସେମାନେ ପାଞ୍ଚ ଘଣ୍ଟାରେ ଅତି କମରେ ଶେଷ କରିପାରିବେ। ଏଭଳି ବ୍ୟବସ୍ଥା ସ୍ୱାସ୍ଥ୍ୟକର ଓ ଏମିତି କରିବା ଦ୍ୱାରା ଭଲ କାମ କରିପାରୁଛନ୍ତି । ଏହା ଦ୍ୱାରା ଅବସାଦ କମ୍ ହେବ ଏବଠ କନେକ୍ଟିଟିଭିଟି ବଢ଼ିବ ।

କାର୍ଯ୍ୟ ଦିବସ କମ କରିଥିବା କମ୍ପାନୀ ଗୁଡ଼ିକ କହିଛନ୍ତି ଯେ, ଏହା ଦ୍ବାରା କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ବଢ଼ିଛି ଓ ସେମାନେ ପୂର୍ବାପେକ୍ଷା ଅଧିକ ଉତ୍ସାହିତ ମନେ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button