ସବୁ ସରିଗଲା ଆଉ କିଛି ନାହିଁ, ଦୋକାନୀ ମାନଙ୍କ କରୁଣ ଅବସ୍ଥା ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ଗତ ବୁଧବାର ଦିନ ରାତି ରେ ପୁରୀ ଲକ୍ଷ୍ମୀ ବଜାର ରେ ଲାଗିଥିବା ନିଆଁ କାରଣରୁ ଏବେ ଚାରି ଆଡେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁ ପୋଡି ପାଉଁଶ ହୋଇଗଲା । ନିମିଷକ ମଧ୍ୟରେ 42ଟି ଦୋକାନ ପୁରୀ ଲକ୍ଷ ବଜାର ର ନିଆଁ ରେ ପୋଡି ଛାରଖାର ହୋଇଗଲା । କାରଣ ସବୁ କିଛି ମାଟିରେ ମିଶଗଲା ଆଉ ପୋଡି ପାଉଁଶ ହୋଇଗଲା ।
ଯେଉଁ ଦୋକାନକୁ ଅତି ସୁନ୍ଦର ଭାବେ ସାଜିଥିଲେ ଦୋକାନୀ ମାନେ ଆଉ ଯେଉଁ ଦୋକାନରୁ ତାଙ୍କ ପରିବାର ପ୍ରତିପୋଷଣ ହେଉଥିଲା ତାହା ଆଜି ଶେଷ ହୋଇ ଯାଇଛି । ତେବେ ଦୋକାନୀ ମାନେ ଏବେ କଣ କରିବେ ତାହାକୁ ନେଇ ପ୍ରଶ୍ନ ଘାରିଛି । ତେବେ ଦୋକାନୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଖ ପ୍ରକାଶ କରିବା ସହ ନିଜ ଦୋକାନର ବାସ୍ତବିକତା ଦେଖିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ କଣ ହେବ କିଛି ଲାଭ ନାହି ।
ଏ ନେଇ ଜଣେ ମହିଳା କହିଛନ୍ତି ଯେ “ମୋ ଦୋକାନର ଅବସ୍ଥା ଭଲ ନାହି ବୋଲି ମୁଁ ଦେଖିଛି । ଉପର ମହଲାକୁ ଯାଇ ସବୁ ଜଳି ଯାଇଛି । ଆମ ଦୋକାନ ଆଉ ଫେରି ପାରିବା ନାହି । ଆମେ ଗରିବ ହୋଇଯିବୁ । ମୋ ଦୋକାନାର ଷ୍ଟାଫ ମାନେ ସେଥିରୁ ଚଳୁଥିଲେ ଆମେ ବି ଚଳୁଥିଲୁ। ସବୁ ଜଳି ଗଲାଣି ଆମେ ଏବେ କରିବୁ କଣ । ଦୋକାନ ଆଉ କେଉଁଠି ପାଇବୁ । ସରକାର ଆମକୁ କଣ ସାହାଜ୍ଯ କରିବେ କିଛି କରିବେ ନାହି ।
ବର୍ଷେ ହେବ ଦୋକନ ନୂଆ କରିଥିଲି । ଏଲଏନ ବି ସୁଝି ନାହି ଦୋକାନର । ଦୋକାନରେ କସମେଟିକ ଜିନିଷ, ଚେୟାର ତେବଳ ସବୁ ଜିନିଷ ଥିଲା ଆଉ କିଛି ନାହି । ହୋଲି ଦିନ 4ଟା ପରେ ଦୋକାନ ଖୋଲା ହୋଇଥିଲା । ଆଉ ମୋର ଷ୍ଟାଫ ମାନେ କହିଲେ ନିଆଁ ଲାଗିଗଲା ଫୋନ କରିକି । ମୁଁ ତାଙ୍କୁ କହିଲି ସଟର ପକାଇ ପଳାଇ ଆସ । ଆଗ ଜୀବନ ବଞ୍ଚାଅ ତା ପରେ ଦେଖାଯିବ କଣ ହେବ ।
ମୋ ଘର ଯେମିତି ମୁଁ ସଜାଏ ସେମିତି ମୋ ଦୋକାନ କୁ ସଜାଏ । ତେବେ ଦୋକାନୀ ମାନଙ୍କର ଅନେକ ଜରୁରୀ କାଗଜପତ୍ର, ଜିନିଷ ପତ୍ର ସବୁ କିଛି ଦୋକାନ ଭିତରେ ରହି ଯାଇଛି । ହେଲେ ସେମାନଙ୍କୁ ଏ ଯାଏଁ ଦେଖିବାକୁ ସୁଯୋଗ ଦିଆଯାଇ ନାହି । ଦୋକାନୀ ମାନେ ଅପେକ୍ଷା କରି ରହିଛନ୍ତି କେତେବେଳେ ତାଙ୍କୁ ସୁଯୋଗ ଦିଆଯିବ ଆଉ ସେମାନେ ନିଜ ଦୋକାନ ଭିତରକୁ ଯିବେ । ଡ୍ରେସ ଦୋକାନ ଠାରୁ ଆରମ୍ଭ କରି ବ୍ଯାଙ୍କ, ଫ୍ୟାସନ ସେଣ୍ଟର ଆଉ ଅନ୍ଯାନ୍ଯ ସବୁ ଦୋକାନ ଜଳି ଯାଇ ଛାରଖାର ହୋଇ ଯାଇଛି ।