ମନୋରଞ୍ଜନ

ନିଜ ସ୍ତ୍ରୀ ଆଗରେ କାହିଁକି ଅନ୍ଧ ହେବାର ଅଭିନୟ କରୁଥିଲେ ତାଙ୍କର ସ୍ଵାମୀ? କାରଣ ଜାଣି ଆପଣ ବି କାନ୍ଦି ପକେଇବେ – ସମସ୍ତଙ୍କୁ ପଢିବା ଦରକାର ଏହି ଦୁହିଁଙ୍କର କାହାଣୀ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି କାହାଣୀ ଯାହା ଏକ ସତ ଘଟାଣା ଉପରେ ଆଧାରିତ ଓ ବହୁତ ହୃଦୟସ୍ପର୍ଶୀ ମଧ୍ୟ ଅଟେ। ଏହା ଏକ ଏଭଳି ପ୍ରେମ କାହାଣୀ ଯାହାକୁ ପଢିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଆପଣ ବି କହିବେ ପ୍ରେମ ହେବ ତ ଏମିତି।

ଏହି କାହାଣୀ ଟି ହେଲା ଏକ ଧନୀ ପୁଅ ଓ ଗରିବ ଚାଷୀ ଝିଅର। ଦୁହିଁଙ୍କ କାହାଣୀ କିଛି ଏପରି ଥିଲା କି ବାଙ୍ଗାଲୋର ଏକ ଧନୀ ଘର ପୁଅ ଥିଲା ଶିବମ୍ ତାକୁ ଏକ ଗରିବ ଚାଷୀ ଝିଅ ସହ ପ୍ରେମ ହୋଇଗଲା । ଝିଅଟି ଦେଖିବାକୁ ଯେମିତି ସୁନ୍ଦର ଥିଲା ତା ସହ  ବହୁତ ବୁଦ୍ଧିମତି ମଧ୍ୟ ଥିଲା । ପ୍ରଥମ ଦେଖାରେ ପୁଅଟି ତା ସହ ପ୍ରେମ କରିବସିଥିଲା । କିନ୍ତୁ ଯେବେ ସେହି ପୁଅ ତାକୁ କହିଲା କି “ମୁଁ ତୁମକୁ ଭଲ ପାଉଛି ଓ ତମକୁ ବାହା ହେବାକୁ ଚାହୁଁଛି” ତାର ଉତରରେ ଝିଅଟି ବାହା ହେବାକୁ ମନ କରିଥିଲା, କାହିଁକି ନା ସେ ନିଜକୁ ତା ଆଗରେ ବହୁତ ଛୋଟ ଭାବୁଥିଲା। ଯେହେତୁ ପୁଅଟି ବହୁତ ଧନୀ ଘରର ଥିଲା ଏବଂ ସେ ବହୁତ ଗରିବ।

ଝିଅଟି ମନା  କରୁଥିବାର କାରଣ ଜାଣିବା ପରେ ପୁଅ ଜଣକ ସେହି ଝିଅର ବାପା ମା ଙ୍କ ସହ କଥା ହୋଇଥିଲା ଓ ସେ ଝିଅକୁ ବୁଝାଇଥିଲା । ବହୁତ ବୁଝାଇଲା ପରେ ସେ ଝିଅଟି ସେହି ପୁଅର କଥାକୁ ମାନିଲା ଓ ଦୁହେଁ ବିବାହ କରିଥିଲେ । ବାହାଘର ପରେ ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ହସ ଖୁସିରେ ବିତିବାକୁ ଲାଗିଲା ।

କିନ୍ତୁ ବାହାଘର କିଛି ମାସ ପରେ ଝିଅର ଶରୀରରେ ଚର୍ମ ରୋଗ ହୋଇ ତାର ସୁନ୍ଦରତା କମିବାକୁ ଲାଗିଲା । ଏବେ ସେ ଝିଅକୁ ଡର ଥିଲା କି ସେ ଅସୁନ୍ଦର ହୋଇଗଲେ ତା ସ୍ୱାମୀ ତାକୁ ଛାଡୁ ନ ଦେଉ । ଝିଅଟି ତାର ଚର୍ମ ରୋଗକୁ ଠିକ୍ କରିବା ପାଇଁ ପ୍ରୟାସ କରିଥିଲା । ସମୟ ଅତିବାହିତ ହେବା ସାଙ୍ଗେ  ଝିଅର ସୁନ୍ଦରତା ମଧ୍ୟ କମିବାକୁ ଲାଗିଲା । ଗୋଟେ ଦିନ ତା ସ୍ୱାମୀ କିଛି କାମ ପାଇଁ ଅଲଗା ସହରକୁ ଗଲା । ତା ପରେ ଯେବେ ସେ କାମ ସାରି ଘରକୁ ଫେରୁଥିଲା ତାର ଏକ ସଡକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ସେ ନିଜର ଦ୍ରୁଷ୍ଟି ଶକ୍ତି ହରାଇଥିଲା।

ସେହି ଦୁର୍ଘଟଣା ପରେ କିଛି କିଛି ଦିନ ତା ଜୀବନ ପୁଣି ସାମାନ୍ୟ ଓ ସୁଖୀରେ ବିତିବାକୁ ଲାଗିଲା । ସେହି ଝିଅର ଚର୍ମରୋଗ କାରଣରୁ ସେ ପ୍ରତିଦିନ ଦୁର୍ବଳ ଓ ଅସୁନ୍ଦର ହୋଇଯାଉଥିଲା । କିନ୍ତୁ ତାର ସ୍ୱାମୀ ଅନ୍ଦ ହୋଇଥିବା କାରଣରୁ ତାଙ୍କର ଦାମ୍ପତ୍ୟ ଜୀବନ ଠିକ୍ ଚାଲୁଥିଲା ଓ ନ ଦେଖା ଯିବା କାରଣରୁ ସେ ତାର ସ୍ତ୍ରୀକୁ ଆଗ ଭଳି ଭଲ ପାଉଥିଲା ।

କିଛି ବର୍ଷ ପରେ ସେହି ରୋଗର କାରଣରୁ ସେ ଝିଅଟି ମୃତ୍ୟୁ ବରଣ କରିଥିଲା । ମୃତ୍ୟୁ ହେବା ପରେ ସେହି ପୁଅଟି ବହୁତ ଭାଙ୍ଗି ପଡିଥିଲା । ସେ ସହର ଛାଡିବାକୁ ଯାଉଥିଲା । ତାର ପଡୋଶୀ ତାକୁ ସ୍ୱାନ୍ତନା ଦେଇକରି କହିଲେ । ଏବେ ତୁମେ ତୁମର ସ୍ତ୍ରୀ ନ ଥିବା କାରଣରୁ ଏକେଲା ହୋଇଯିବ । ସେ ତୁମକୁ ବହୁତ ଯତ୍ନ ନେଉଥିଲା । ଏବେ ତୁମର ଜୀବନ ଅନ୍ଧକାରରେ କଟିବ ।

 

ସେହି ସମୟରେ ସେ ପୁଅଟି ତାଙ୍କ ପଡୋଶୀ ଆଡକୁ ଦେଖିକରି କହିଲା କି ମୁଁ କେବେ ଅନ୍ଧ ନଥିଲି । କିନ୍ତୁ ଏହା ଭାବିକରି ଅନ୍ଧ ହେବାର ଅଭିନୟ କରୁଥିଲି କି ମୋର ସ୍ତ୍ରୀ ତାର ରୋଗ ପାଇଁ ତାକୁ ଏହା ନ ଲାଗୁ କି ସେ ଅସୁନ୍ଦର ହୋଇଯାଇଛି ଓ ମୁଁ ତାକୁ ଭଲ ପାଉନି । ଏଥିପାଇଁ ମୁଁ ମୋ ସ୍ତ୍ରୀ ର ଖୁସି ପାଇଁ ମୁଁ ବର୍ଷଯାକ ଅନ୍ଧ ହେବାର ଅଭିନୟ କରୁଥିଲି । ଏହି କଥା ଶୁଣି ପଡୋଶୀ ଲୋକଙ୍କର ଆଖିରୁ ଲୁହ ଚାଲି ଆସିଥିଲା ଓ ସେହି ପୁଅଟି ସେଠାରୁ ଉଠିକରି ଚାଲିଆସିଲା ।

ତେବେ ଆପଣ ଏବେ ବୁଝିପାରିଥିବେ କି ଯେବେ ଆପଣ କାହାକୁ ଅଧିକା ପ୍ରେମ କରୁଛନ୍ତି ତେବେ ତାକୁ ଯେଉଁ ପରିସ୍ଥିତିରେ ହେଲେ ବି ପ୍ରେମ କରିବା ଉଚିତ୍ । ସେ ଯେମିତି ପରିସ୍ଥିତି ହେଉ ନା କାହିଁକି । ତା ସାଥ୍ କେବେ ଛାଡିବା ଉଚିତ୍ ନୁହେଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button