ଜୀବନଶୈଳୀ

ପତିବ୍ରତା ସ୍ତ୍ରୀଙ୍କର ପାଳନ କରିବା ଆବଶ୍ୟକ ଏହି 8ଟି ନିୟମ, ନଚେତ ଜୀବନରେ ଦେଖାଦିଏ ଦୁଃଖ… Shiv Purana

ଶିବ ପୁରାଣରେ ନାରୀ ମାନଙ୍କ ପାଇଁ କିଛି ନିୟମ ବିଷୟରେ ଲେଖା ଯାଇଛି । ଏହି ନିୟମ ଅନୁଯାୟୀ ସ୍ତ୍ରୀ ମାନେ କିପରି ନିଜ ସ୍ଵାମୀଙ୍କର କଥାର ପାଳନ କରିବା ଠାରୁ ଆରମ୍ଭ କରି ସ୍ଵାମୀର ସେବା କରିବା ଓ ତାଙ୍କର ସମ୍ମାନ କରିବା ବିଷୟରେ ଲେଖା ଯାଇଛି । ଏହି ନିୟମ ଗୁଡିକୁ ପାଳନ କରିବା ହେଉଛି ପ୍ରତେକ ପତିବ୍ରତା ସ୍ତ୍ରୀର କର୍ତ୍ତବ୍ୟ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାର ପାଳନ ସ୍ତ୍ରୀ ମାନେ କରିବା ନିଶ୍ଚିନ୍ତ ଅଟେ ।

୧ – ଯଦି ସ୍ଵାମୀ ରୋଗୀ ବା ବୁଢା ହୋଇଯାଏ ତେବେ ସ୍ତ୍ରୀ କେବେ ନିଜ ସ୍ଵାମୀର ସାଥ ଛାଡିବା ଉଚିତ । ସ୍ଵାମୀର ଗୁପ୍ତ କଥା ଅନ୍ୟକୁ କହିବା ଉଚିତ ନୁହେଁ ।

୨- ଶିବ ପୁରାଣ ଅନୁସାରେ ଯେବେ ସ୍ଵାମୀ କାମରେ ବିଦେଶକୁ ଯାଇଥିବେ ସେହି ସମୟରେ ନାରୀ ମାନେ ଶ୍ରୀଙ୍ଗାର କରିବା ଅନୁଚିତ । ପତିବ୍ରତା ସ୍ତ୍ରୀ କେବେ ସ୍ଵାମୀର ନାଁ ନେବା ଅନୁଚିତ । ସ୍ଵାମୀ ଯାହା କହିଲେ ବି ସ୍ତ୍ରୀ ସବୁ ସହ୍ୟ କରିବା ଉଚିତ ।

୩- ସ୍ଵାମୀ ସ୍ତ୍ରୀକୁ ଯେଉଁ ସମୟରେ ଯେଉଁ କାମ ପାଇଁ ଡାକିବେ ତାହା ପାଳନ କରିବା ହେଉଛି ସ୍ତ୍ରୀର ଧର୍ମ । ସ୍ଵାମୀର ବିନା ଅନୁମତିରେ ସ୍ତ୍ରୀ କୁଆଡେ ଯିବା ଉଚିତ ନୁହେଁ । ଏହା ଛଡା ସ୍ଵାମୀର ବିନା ଅନୁମତିରେ ସ୍ତ୍ରୀ ବ୍ରତ ପାଳନ କରିବା ଅନୁଚିତ ।

୪- ସ୍ଵାମୀରେ ଯେତିକି ରୋଜଗାର ସେଥିରେ ସ୍ତ୍ରୀ ଖୁସି ହୋଇ ପରିବାର ଚଳାଇବା ଉଚିତ । ଖାଇବା ପୂର୍ବରୁ ଭିକୁକ, ଦେବତା, ପିତୃ, ଅତିଥି, ସେବକ, ଗାଈ ପାଇଁ ଖାଇବା ବାହାର କରି ରଖିବା ହେଉଛି ପତିବ୍ରତା ସ୍ତ୍ରୀର କର୍ତ୍ତବ୍ୟ ।

୫- ସ୍ଵାମୀ ଯେଉଁଠି ଠିଆ ହୋଇଥିବ ସେଠାରେ ସ୍ତ୍ରୀ ଠିଆ ହେବା ଦରକାର । ସ୍ଵାମୀର ବିନା ଅନୁମତିରେ ସ୍ତ୍ରୀ ବସିବା ଉଚିତ ନୁହେଁ । ସ୍ଵାମୀ ନ ଶୋଇବା ପୂର୍ବରୁ ଓ ଉଠିବା ପୂର୍ବରୁ ସ୍ତ୍ରୀ ଶୋଇବା ଓ ଜାଗୃତ ହେବା ଉଚିତ ।

୬- ସ୍ତ୍ରୀର ମାସିକ ଧର୍ମ ସମୟରେ ୩ ଦିନ ଯାଏଁ ସ୍ଵାମୀର ମୁହଁ ଦେଖିବା ଅଶୁଭ ହୋଇଥାଏ । ଯେ ପର୍ଯ୍ୟନ୍ତ ସ୍ତ୍ରୀ ଶୁଦ୍ଧ ନ ହୋଇଛି ସେତେ ଯାଏଁ ସ୍ଵାମୀ କାନରେ କୌଣସି କଥା କହିବା ଅନୁଚିତ । ସ୍ତ୍ରୀକୁ ସ୍ଵାମି ଆଗରେ ସର୍ବଦା ଭଲରେ ରହିବା ଉଚିତ । ଏମିତି କୌଣସି କାମ କରିବା ଅନୁଚିତ ଯାହା ଦ୍ଵାରା ସ୍ଵାମୀ ମନରେ ବିଷାଦ ସୃଷ୍ଟି ହେବ ।

୭- ସ୍ଵାମୀର ଆୟୁଷ ବୃଦ୍ଧି କରିବା ପାଇଁ ସ୍ତ୍ରୀ କୁ ନିଜ ଠାରୁ ମାଙ୍ଗଳିକ ଆଭୁଷଣ, ହଳଦୀ, ରୋଲି, ସିନ୍ଦୁର, କାଜଲ, ହାତର ଆଭୁଷଣ, କେସ ସଜା କରିବା ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ । ସ୍ଵାମୀକୁ ପ୍ରସନ୍ନ କରିବା ପାଇଁ ସ୍ତ୍ରୀକୁ ସର୍ବଦା ସଜବାଜ ହୋଇ ରହିବା ଉଚିତ ।

୮- ପତିବ୍ରତା ସ୍ତ୍ରୀକୁ ସ୍ବାମୀର ସୁଖ ଦୁଖରେ ସାଥ ଦେବା ଉଚିତ । ସ୍ଵାମୀ ବାହାରୁ ଆସିଲେ ଯେଉଁ ସ୍ତ୍ରୀ ପାଣି, ଭୋଜନ ଓ ମିଠା କଥା କହିଥାଏ ସେହି ନାରୀ ପତିବ୍ରତା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button