ଜୀବନଶୈଳୀ

ଶୁଣିଲେନି ପ୍ରଶାସନ, ପାଣି ପାଇଁ ହଇରାଣ ହେଇଥିଲେ ଗାଁ’ ଲୋକ! ହତାସ ହୋଇ ଶେଷରେ ଝରଣା ପାଣିକୁ ଗାଁକୁ ନେଇ ଆସିଲେ ଗ୍ରାମବାସୀ…. ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ଆପଣ ଶୁଣିଥିବେ ଝରଣା ପାଣି ପାହାଡ ଉପରୁ ବୋହି ଆସି ତଳେ ପଡିଥାଏ କିନ୍ତୁ ସେଇ ଝରଣା ପାଣି ଆସି ଟ୍ୟାପ ବା କଳରେ ଅନବରତ ଆସିବାର କଥା କେବେ ଶୁଣିଛନ୍ତି ନା ଦେଖିଛନ୍ତି ।  କିନ୍ତୁ ଏହାକୁ ସତ କରି ବୈଜ୍ଞାନିକ ବୁଦ୍ଧି ଠାରୁ ଊର୍ଦ୍ଧ୍ଵରେ ମୁଣ୍ଡ ଖର୍ଚ୍ଚ କରି ନିଜ ପାଇଁ ନିଜ ଗ୍ରାମ ପାଇଁ କେ ଦଣ୍ଡାବଡ ଗ୍ରାମବାସୀ ମାନେ ଅଣ୍ଟାରେ ଗାମୁଛା ଭିଡି ପ୍ରୟାସ ଜାରି କରିଥିଲେ ଆଉ ତାହା ବର୍ତ୍ତମାନ ସଫଳ ମଧ୍ୟ ହୋଇଛି । ତେବେ ଆସନ୍ତୁ ଜାଣିବା ଏହା ସମ୍ବନ୍ଧୀୟ ସମ୍ପୂର୍ଣ ଖବର ସମ୍ପର୍କରେ ।

କେ ଦଣ୍ଡାବଡ ଗ୍ରାମବାସୀ ମାନେ ପାଣି ପାଇଁ ବହୁତ ହନ୍ତ ସନ୍ତ ହେଉଥିଲେ । ତାଙ୍କ ଗ୍ରାମରେ ପାଣିର କୌଣସି ବି ସୁବିଧା ନଥିଲା । ସେମାନଙ୍କୁ ପାଣି ଆଣିବା ପାଇଁ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଝରଣା ପାଖକୁ ଚାଲି ଚାଲି ଯାଇ ମୁଣ୍ଡରେ ବୁହାଇ ଆଣିବା ପାଇଁ ପଡୁଥିଲା । ଗ୍ରାମର ମହିଳାମାନେ ଡହ ଡହ ଖରାରେ ମୁଣ୍ଡରେ ଡେକଚି ଆଉ କାଖରେ ଗରା ଧରି ଚାଲି ଚାଲି ପାଣି ନେଇ ଆସୁଥିଲେ ।

ତେବେ ଗ୍ରାମବାସୀ ମାନେ ନିଜର ଏହି ଅସୁବିଧା ସମ୍ପର୍କରେ ବ୍ଲକ ପ୍ରଶାସନକୁ ଜଣାଇ ଥିବା ପରେ ମଧ୍ୟ କୌଣସି ବି ସାହାର୍ଯ୍ୟ ସେମାନେ କରିନଥିଲେ କି ବୁଝି ନଥିଲେ। ତେଣୁ ବାଧ୍ୟ ହୋଇ ଦରକାର ସମୟରେ ମୁଣ୍ଡରେ ବୁଦ୍ଧି ଜୁଟାଇ ଲାଗିପଡିଲେ ଦୁଇ କିଲୋମିଟର ଦୂରରେ ବୋହୁଥିବା ଝରଣା ପାଣିକୁ ଗ୍ରାମକୁ ଆଣିବା ପାଇଁ ।

ତେଣୁ ସେମାନେ ଝରଣା ପାଖରୁ ଗାତ କରି ଏକ ପାଇପ ପକାଇ ପାହାଡ ଉପରୁ ବୋହିଯାଉଥିବା ପାଣିକୁ ଗ୍ରାମକୁ ଆଣିବା ପାଇଁ ସଫଳ ହୋଇଥିଲେ । ବର୍ତ୍ତମାନ ଏହି ବ୍ୟବସ୍ତା ପରେ ଗ୍ରାମବାସୀଙ୍କ ପାଣି ସମସ୍ୟା ସମ୍ପୂର୍ଣ ଦୂର ହୋଇଛି । ଋତୁ ଅନୁଯାୟୀ ପାଣିର ଅଭାବ ନଥିବାରୁ ଭଲ ଶସ୍ୟ ମଧ୍ୟ ଉତ୍ପାଦନ କରୁଛନ୍ତି ଗ୍ରାମବାସୀ । ଦିନରାତି ସବୁବେଳେ ପାଣି ବାହାରୁଛି ।

ସେହି ପାଣି ସବୁ ଟ୍ୟାପରେ ଅନବରତ ବାହାରୁଛି ଆଉ ତାହାକୁ ଗ୍ରାମବାସୀ ନିଜ ପଇସା ଖର୍ଚ୍ଚ କରି ତଥା ନିଜ ହାତରୁ ପଇସା ଦେଇ କରିଛନ୍ତି । ଏଥିପାଇଁ ତାଙ୍କୁ ସରକାର କୌଣସି ପ୍ରକାର ସାହାର୍ଯ୍ୟ କରିନଥିବାର କଥା ଗ୍ରାମବାସୀ କହିଛନ୍ତି । ଏହାକୁ ଦେଖିବା ପରେ ଲାଗୁଛି ଅସୁବିଧା ସମୟରେ ମଣିଷ ଯେକୌଣସି କାର୍ଯ୍ୟକରି ସଫଳ ହୋଇପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button