ମନୋରଞ୍ଜନ

ମତେ ଧୋକା ଦେଇ Lipsa ବାହା ହୋଇଗଲା, ଆମେ ସବୁ ବେଳେ କଥା ହେଉ କି ଆମେ ଦୁଇଜଣ ବାହା…. ଦେଖନ୍ତୁ କଣ କହୁଛନ୍ତି Jessy

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ଲିପ୍ସା ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଲିପ୍ସା ତାଙ୍କର ସୁନ୍ଦରତା, ଲାଇଫ ଷ୍ଟାଇଲ ଆଉ ବ୍ୟକ୍ତିଗତ ଜୀବନୀ କୁ ନେଇ ବେସ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟରେ ସେ ନିଜର ମ୍ୟାରେଜ କୁ ନେଇ ବେ ଚର୍ଚ୍ଚା କୁ ଆସିଛନ୍ତି ।

ତେବେ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଆକାଶଙ୍କୁ ନିଜ ଜୀବନ ସାଥୀ ରୂପେ ଗ୍ରହଣ କରିଛନ୍ତି । ଆକାଶ ଓ ଲିପ୍ସା ପରସ୍ପର ସହ ଦୀର୍ଘ ଦିନ ଧରି ରିଲେସନ ରେ ଥିଲେ । ଆଉ ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା ଗତ କିଛି ଦିନ ପୂର୍ବରୁ । ଲିପ୍ସ ଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହକୁ ନେଇ ବେସ ଆଗ୍ରହୀ ଥିଲେ ଯାହା ଏବେ ଶେଷ ହୋଇଛି ।

ଲିପ୍ସା ଙ୍କ ମ୍ୟାରେଜ ରେ ଓଡିଆ ଇଣ୍ଡଷ୍ଟ୍ରି ର ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଆଉ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଲିପ୍ସା ଙ୍କ ମ୍ୟାରେଜ ରେ ତାଙ୍କର ଜଣେ ପ୍ରିୟ ବନ୍ଧୁ ଯୋଗ ଦେଇଥିଲେ । ଆଉ ସେ ଗଣମାଧ୍ୟମ ରେ ଲିପ୍ସା ଓ ତାଙ୍କର ସମ୍ପର୍କ କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।  ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଲିପ୍ସାଙ୍କ ବନ୍ଧୁ ହେଉଛନ୍ତି ଅଭିନେତ୍ରୀ ଜେସୀ ଯାହାଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଜେସୀ କହିଛନ୍ତି “ଆମେ ବହୁତ ବର୍ଷ ଯାଏଁ ସାଙ୍ଗ ହେଇ ଅଛୁ । ଆମେ ସବୁବେଳେ କଥା ହେଉ ଆମେ ବାହା ହେବୁନି ଆମେ ଏମିତି ଏଞ୍ଜୋଏ କରିବା । ହେଲେ ଶେଷରେ ସେ ବାହା ହେଇଗଲା । ମୁଁ ତାକୁ ସବୁବେଳେ କୁହେ ଆମେ ବାହା ହେବାନି ଦେଖିଲା ବେଳକୁ ସେ ମୋତେ ଧୋକା ଦେଇ ବାହା ହେଇଗଲା ।

ମୁଁ ବହୁତ ଖୁସି ଅଛି କାହିଁକି ନା ସେ ବହୁତ ଖୁସି ଅଛି ତା ପାଇଁ ମୁଁ ଖୁସି ଅଛି । ବାହାଘର ପରେ କାହିଁକି ଚେଞ୍ଜ ହେବେ । କାରଣ ମୁଁ ଜାଣିନି ଚେଞ୍ଜ ହୁଅନ୍ତି ନା ନାହିଁ କାରଣ ମୁଁ ତ ବାହା ହେଇନି । ମୋର କିଛି ଆଇଡିଆ ନାହି । ମୋ ବାହାଘର ବୋଧେ ହେବନି । ଏ ବିଷୟରେ ମୁଁ କିଛି ଭାବିନି । ଯେବେ ଭାବିବି ତେବେ କହିବି । ଆକାଶ ବହୁତ ସ୍ଵୀଟ ଆଉ ଭଦ୍ର ମଣିଷ । ଯେମିତି ଲିପ୍ସା ଙ୍କୁ ଦରକାର ଥିଲା । ଦୁହେଁ ପରସ୍ପର ସହ ବହୁତ ସୁନ୍ଦର ଦେଖା ଯାଉଛନ୍ତି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button