ଏକାଠି ଯିବାକୁ କଥା ଦେଇଥିଲେ Ajit, ହେଲେ ଅଧବାଟରେ ଏକା କରି ଚାଲିଗଲେ… ଦେଖନ୍ତୁ କଣ କହୁଛନ୍ତି ବରିଷ୍ଠ ଅବିନେତା Ajit Dasଙ୍କ ସ୍ତ୍ରୀ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅଜିତ ଦାସଙ୍କୁ ଭଲ ଭାବେ ଜାଣିଥିବେ । ଆଜି ହୁଏ ତ ଅଜିତ ଦାସ ଆଉ ଦୁନିଆରେ ନାହାନ୍ତି ତଥାପି ତାଙ୍କ ସ୍ମୃତି ଏବେ ବି ଜୀବିତ ରହିଛି । ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଜି ବି ତାଙ୍କ ଫିଲ୍ମ ଦେଖିଲେ ତାଙ୍କ କଥା ମନେ ପଡିଯାଏ ଆଉ ଲୋକେ ଭାବ ବିହ୍ଵଳ ହୋଇ ପଡନ୍ତି ।
ତେବେ ଗତ କିଛି ସମୟ ହେବ ଅଜିତ ଦାସଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ଅଜିତଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି “ମୁଁ ତାଙ୍କୁ ବହୁତ ମିସ କରୁଛି ଆମେ ଦୁଇ ଜଣ ଲୋକ ହେଲେ ମୁଁ ଏକା ହେଇଗଲି ।
ଆପଣ ଦେଖୁଥିବେ ତିନି ମହଲା ଘର ହେଲେ ମୁଁ ଏକା ହେଇଗଲି । ଆମେ ଦୁଇଜଣ ସକାଳୁ ରାତି ଯାଏଁ ଏକାଠି ହୋଇ ରହୁ । ଯାହା ବି କାମ କରୁଥିଲୁ ସବୁ ଏକାଠି । ସାରାଙ୍କ ଇନଷ୍ଟିଟ୍ୟୁଟରେ ସମସ୍ତେ ମାଡ ଖାନ୍ତି କେବଳ ଗାଳି ନୁହେଁ । ସାରଙ୍କ ଛାତ୍ର ମାନଙ୍କର ଦୁଇଟି ଗ୍ରୁପ କରାଯିବ ଗୋଟେ ସଙ୍ଗୀତ ବିଦ୍ୟାଳୟ । ଏହି ଇନଷ୍ଟିଟ୍ୟୁଟରୁ ଯେଉଁ ମାନେ ବି ଶିକ୍ଷାଲାଭ କରି ଯାଇଛନ୍ତି ସେମାନେ ଆଜି କିଛି ନା କିଛି ହେଇ ଛନ୍ତି ।
ମୁଁ ଏବେ ଏକା କଣ ସମ୍ଭାଳିବି ମୁ ଫୋନ କରି ଯାହାକୁ ବି ଡାକିବି ସେମାନେ ଆସିବେ । ମୁଁ ସେମାନଙ୍କୁ ନେଇ ଚଳୁଛି । ସାର ବୋଧ ହୁଏ ଜାଣି ଯାଇଥିଲେ ଚାରି ମାସ ପୂର୍ବରୁ କିଛି ବଡ ବଡ ପିଲାଙ୍କୁ ଡାକି କହିଥିଲେ ମୁଁ ଯାଉଛି ରେ ତମେ ଦେଖିବ ତାକୁ । ଆଉ ଯେଉଁ ଦିନ ହସ୍ପିଟାଲ ଗଲୁ ଆମେ ସେତେବେଳେ ସାର ମୋତେ କହିଲେ ଯଦି ପଳେଇବା ଆମେ ଦୁଇଜଣ ପଳେଇବା ହେଲେ ସାର ତ ପଳେଇଲେ ମୁଁ ଫେରି ଆସିଲି ।
ସାର ଙ୍କୁ ଲାଗୁଥିଲା ବୋଦେହ ସେ ପଳେଇବେ ବୋଲି । ମୋ ଛୁଆ ମାନଙ୍କୁ ବି କହୁଥିଲେ । ମୋତେ ସବୁବେଳେ କଷ୍ଟ ହୁଏ । ସକାଳୁ ରାତି ଯାଏଁ ପ୍ରତେକ ଜିନିଷ ରେ କଷ୍ଟ ହୁଏ ମୋତେ । ସାର ଜଣେ ସ୍ରଷ୍ଟା ଥିଲେ । ତାଙ୍କ ଜାଗା ଆଉ କେହି କେବେ ନେଇ ପାରିବେ ନାହି । ତାଙ୍କର ଡିଜାଇନ ଅଲଗା ଥିଲା ଯାହା ଆମେ ମାନେ କରିବା ବହୁତ କଷ୍ଟ” ।