ସ୍ୱାସ୍ଥ୍ୟ

ଆଉ ପାରୁନି ଭଗବାନ ବହୁତ କଷ୍ଟ ହେଉଛି! ଶରୀରରେ ଆଉ ବଳ ନାହିଁ କି ବଞ୍ଚିବାର ଆଉ ଆଶା ନାହିଁ… Pintu Nandaଙ୍କ ଅବସ୍ଥା ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ, ସମୟ ଯେତେ ଗଡି ଗଡି ଯାଉଛି ଜୀବନ ପ୍ରତି ସେତିକି ପ୍ରଶ୍ନ ସୃଷ୍ଟି ହେଉଛି । ଆଉ ପ୍ରତି ମିନିଟ ରେ ହୃଦବୋଧ ହେଉଛି ମଣିଷ ଜୀବନ ପାଣି ଫୋଟକା ଭଳି । ଯେଉଁ ମଣିଷ ଦିନେ ନିଜର ଅଭିନୟ ମାଧ୍ୟମରେ ହସାଉଥିଲା, କାନ୍ଦାଉ ଥିଲା ଆଜି ସେହି ମଣିଷ ଇଜ ଜୀବନକୁ ଫେରି ପାଇବା ପାଇଁ ଠାକୁର ଙ୍କ ପାଖରେ ଗୁହାରି କରୁଛି । ପ୍ରତେକ ଲୋକଙ୍କ ଆଖି ରୁ ଝରି ପଡୁଛି ଲୁହ ।

ଆଉ ମୁହଁ ରୁ ବାହରି ପଡୁଛି ଭଗବାନ ପିଣ୍ଟୁ ନନ୍ଦ ଙ୍କୁ ରକ୍ଷା କର । ଶରୀର ଦେଖିଲେ ଜଣା ପଡୁଛି କେତେ ରହିଛି ଯନ୍ତ୍ରଣା । ଯେଉଁ ମଣିଷ ଠିଆ ହେଉଥିଲେ ସାମନା ବାଲା ମନରେ ଭୟ ଆସିଯାଏ ଯାଇ ସେହି ମଣିଷ ମେଡିକାଲରେ ବେଦରେ ନୀରବ ଦ୍ରଷ୍ଟା ସାଜି ପଡିଛି । ଶରୀରର ଭାବ କହି ଦେଉଛି ଜୀବନର ମୂଲ୍ୟ କେତେ ଅଧିକ । ଗୋଟେ ପଟେ ମେଡିକାଲ ରେ ବେଡରେ ପିଣ୍ଟୁ ନନ୍ଦ ଅନ୍ୟ ପଟେ ଡୋନର  ଅପେକ୍ଷା ରହିଛି ।

ଆଉ ତାହାରି ମଧ୍ୟରେ ରହିଛି ଜୀବନ । ଡୋନର ମିଳିଗଲେ ବଞ୍ଚିଯିବ ପିଣ୍ଟୁ କ ଜୀବନ । ପ୍ରଥମେ ଭୁବନେଶ୍ଵର ତା ପରେ ଦିଲ୍ଲୀ ଆଉ ଏବେ ହାଇଦ୍ରାବାଦ ର ଯଶୋଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଇଭର ଶିରୋଷିସ ରୋଗରେ ପିରଡି ଥିବା ପିଣ୍ଟୁ ନନ୍ଦ ଗତ 7 ରେ ଦିଲ୍ଲୀ ସ୍ଥିତ ଆଇଏଲବିଏସ ହସ୍ପିଟାଳରେ ଭର୍ତ୍ତି ହୋଇଥିଲେ ।

କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କ ବ୍ଲଡ଼ ଗ୍ରୁପ ମ୍ଯାଚ ନ କରିବାରୁ ତାଙ୍କୁ ହାଇଦ୍ରାବାଦ ର ଯଶୋଦା ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଦିଲ୍ଲୀ ମେଡିକାଲ ର ନିୟମ ଅନୁଯାୟୀ କେବଳ ପରିବାର ଲୋକେ ଲିଭର ଡୋନେଟ କରି ପାରିବେ । କିନ୍ତୁ ପରିବାର ସଦସ୍ୟ ଲିଭର ଡୋନେଟ କରିବାକୁ ପ୍ରସ୍ତୁତ ଥିବା ବେଳେ ପିଣ୍ଟୁ ଙ୍କ ବ୍ଲଡ଼ ଗ୍ରୁପ ମ୍ଯାଚ ହେଉ ନାହି ।

ତେଣୁ ବାହାରୁ ଲିଭର ଆଣି ଟ୍ରାନ୍ସପ୍ଳାଣ୍ଟ କରିବା ଉକ୍ତ ମେଡିକାଲରେ ସମ୍ଭବ ନ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନତର କାର ଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଜଟିଳ ଥିବା ବେଳେ ଡୋନାର ଯୋଗାଡ କରିବାକୁ ଲାଗି ପଡିଛନ୍ତି ପୁରା ପରିବାର ଓ ପ୍ରଶଂସକ । ଡୋନର ମିଳିଲେ ଲିଭର ଟ୍ରାନ୍ସ ପ୍ଳାଣ୍ଟ କରାଯିବ ବୋଲି କୁହା ଯାଉଛି ।

ମାତ୍ର 45 ବର୍ଷ ବୟସ୍କ ପିଣ୍ଟୁ ଙ୍କ ଲିଭର ଟ୍ରାନ୍ସ ଲାନ୍ତ ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କାର ଆବଶ୍ୟକ ରହିଛି । ଆଉ ପ୍ରତି ମୂହୁର୍ତ୍ତ ରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ପିଣ୍ଟୁ ନନ୍ଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button