ମନୋରଞ୍ଜନ

ପୁଣି ବଲୀଉଡରେ ଶୋକର ଛାୟା – ଏହି କଳାକାରଙ୍କର ହୋଇଛି ନିଧନ! ଅନ୍ତିମ ଯାତ୍ରାରେ ସାମିଲ ହେଲା ପୁରା ବଲୀଉଡ

ବଲୀଉଡ ଜଗତରୁ ପୁଣି ଆସିଛି ଏକ ଦୁଃଖଦ ଖବର । ସାରା ବଲୀଉଡ ଏବେ ଶୋକର ଛାୟାରେ । ତେବେ ଯେଉଁ ବ୍ୟକ୍ତିଙ୍କର ନିଧନ ହୋଇଛି ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନ । ଯିଏ କି ଜଣେ ପ୍ରସିଦ୍ଧ ଷ୍ଟଣ୍ଟ ଡିରେକ୍ଟର ଅଟନ୍ତି । ସେ ପାଖା ପାଖି ୮୦ଟି ଫିଲ୍ମରେ ଡିରେକ୍ଟର ଭାବେ କାମ କରିଛନ୍ତି । ସେ ଅଭିତାଭ ବଚ୍ଚନ ଓ ପୁଅ ଅଜୟ ଦେବଗନଙ୍କ ଅଭିନୀତ ‘ହିନ୍ଦୁସ୍ତାନ କି କସମ୍‌’ ଚଳଚ୍ଚିତ୍ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ତେବେ ଗତ ସୋମବାର ଦିନ ତାଙ୍କର ପରଲୋକ ହୋଇଛି ।

ଅଜୟ ଦେବଗନଙ୍କ ବାପା ଭୀରୁ ଦେବଗନ ଜଣେ ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର । ସୋମବାର ଦିନ ସେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ସଙ୍ଗେ ସଙ୍ଗେ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ହସ୍ପିଟାଲରେ କିଛି ସମୟ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

ତେବେ ତାଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି । ତାଙ୍କର ମୃତ୍ୟୁ ପରେ ଅନେକ ବଲୀଉଡ ଅଭିନେତା ମାନେ ଦୁଃଖ ପ୍ରକାଶ କରି ଟ୍ବିଟ କରିଛନ୍ତି । ତେବେ ତରନ ଆଦର୍ଶ ଟ୍ଵିଟ୍‌ କରି ଲେଖିଛନ୍ତି, ‘ଆଜି ସକାଳୁ ଭିରୁ ଦେବଗନଙ୍କ ପରଲୋକ ହୋଇଛି । ସଂଧ୍ୟା ୬ଟାରେ ତାଙ୍କର ଅନ୍ତିମ ସତ୍କାର ହେବ । ଦେବଗନଙ୍କ ପରିବାରକୁ ହୃଦୟଭରା ସମବେଦନା।’

 

ତେବେ ଅଜୟ ଦେବଗନଙ୍କ ପିତା ଭୀରୁ ଙ୍କ ଅନ୍ତିମ ଯାତ୍ରା ରେ ବଲୀଉଡର ଅନେକ ଅଭିନେତା ଯେମିତିକି ଅନିଲ କପୁର, ସୁନୀଲ ସେଟି, ଅଭିଶେଖ ବଚନ, ଅର୍ଜୁନ କପୁର, ସହ ଅନ୍ୟ ବଡ ବଡ ଅଭିନେତା ମଧ୍ୟ ସାମିଲ ହୋଇଥିଲେ। ସେହିଦିନ ସନ୍ଧ୍ୟା ୬ଟାରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button