ରାଶିଫଳ

୨୦୧୯ ମସିହାରେ ବିତି ସାରିଲାଣି ୭ ମାସ – ରାଶି ଅନୁସାରେ ଜାଣନ୍ତୁ କେମିତି କଟିବ ଆପଣଙ୍କ ଆଉ ୫ ମାସ ?

ବର୍ଷ ୨୦୧୯ ମସିହାରେ ସାତ ମାସ ବିତି ଗଲାଣି ଓ ଏହି ବର୍ଷ ଆଉ ଶେଷ ପାଞ୍ଚ ମାସ ବାକି ଅଛି । ଏହି ବର୍ଷ ସାତ ମାସ କେମିତି କଟିଲା ଆପଣ ଜାଣିଥିବେ । କିନ୍ତୁ ଆସନ୍ତା ପାଞ୍ଚ ମାସ କେମିତି କଟିବ ବୋଲି ମନରେ ସନ୍ଦେହ ଥାଏ , ତେବେ କିପରି କଟିବ ଆସୁଥିବା ଏହି ପାଞ୍ଚ ମାସ ତାହା ଆଜି ଆମେ କହିବୁ । ଆସନ୍ତୁ ଜାଣିବା ଆପଣଙ୍କର ଆଗକୁ  କେମିତି କଟିବ ନିଜ ରାଶି ଅନୁସାରେ ।

ମେଷ-

ଆପଣ ଏହି ସାତ ମାସ ପର୍ଯ୍ୟନ୍ତ ଲଭ୍ ଲାଇଫ କୁ ନେଇ ମାନସିକ ଚିନ୍ତା କରିଥିବେ। ଆସନ୍ତା ପାଞ୍ଚ ମାସରେ ଯଦି ଲଭ୍ ଲାଇଫରୁ ଫେରି ଆସିବାକୁ ଚାହୁଁଥାନ୍ତି ବା ସବୁକିଛି ଠିକ୍ କରିବାକୁ ଚାହୁଁଥାନ୍ତି, ତେବେ ଜଣାଇ ଦିଆଯାଉଛି ଯେ ଯାହା ହେବ ତାହା ଆପଣଙ୍କର ଭଲ ହେବ ଏବଂ ଭବିଷ୍ୟତରେ ତାହାର ଲାଭ ମିଳିବ।

ବୃଷ-

ଏହି ରାଶିର ବ୍ୟକ୍ତି ବହୁତ ଦିନରୁ କୌଣସି ବଡ କାର୍ଯ୍ୟର ସମାପ୍ତି କରିବାକୁ ଚାହୁଁ ଥିଲେ। ତେବେ ଜ୍ୟୋତିଷଙ୍କ ଦ୍ଵାରା ଏହି ପାଞ୍ଚ ମାସର ଫଳାଫଳ କେମିତି ହେବ ତାହା ଆପଣଙ୍କ  ବୁଝି ବିଚାର ଉପରେ ନିର୍ଭର କରିବ। ଆପଣ ବୁଝି ବିଚାରି ଭାବି ଚିନ୍ତି କାମ କଲେ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।

ମିଥୁନ-

ଏହି ରାଶିର ବ୍ୟକ୍ତି ପ୍ରେମ ସମ୍ପର୍କ ଓ କ୍ୟାରିୟର କ୍ଷେତ୍ରରେ ସମୟ ଠିକ୍ ଥିଲା। କିନ୍ତୁ  ଜ୍ୟୋତିଷଙ୍କ ମତାନୁସାରେ ଏହି ପାଞ୍ଚ ମାସର ଫଳାଫଳ ଆପଣଙ୍କ ପାଇଁ କଷ୍ଟ ଦାୟକ ହୋଇପାରେ, ସେଥିପାଇଁ ସାବଧାନତା ଅବଲମ୍ବନ କରିବା ଉଚିତ୍। ଏହି ରାଶି ବ୍ୟକ୍ତିର ପ୍ରେମ ସମ୍ପର୍କରେ ବହୁତ ସମସ୍ୟା ଦେଖାଦେଇ ପାରେ।

କର୍କଟ-

ଏହି ରାଶିର ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗ କରି ସମୟ ବିତାଇଥିବେ। ଜ୍ୟୋତିଷଙ୍କ ମତାନୁସାରେ ଏହି ପାଞ୍ଚ ମାସର ଫଳାଫଳ ମଧ୍ୟ ଚିନ୍ତା, ପରିଶ୍ରମ ଓ କଷ୍ଟ ଭୋଗ କରିବାକୁ ପଡିବ। କିନ୍ତୁ ଅଳ୍ପ ମାତ୍ରାରେ କିଛି ଲାଭ ମଧ୍ୟ ପାଇବେ ।

ସିଂହ-

ଏହି ରାଶି ବ୍ୟକ୍ତିର ପ୍ରେମ ପ୍ରସଙ୍ଗ ଉପରେ ପ୍ରଭାବିତ ଥିଲା। ଜ୍ୟୋତିଷଙ୍କ ମତାନୁସାରେ ଏହି ପାଞ୍ଚ ମାସର ଫଳାଫଳରେ କିଛି ନୂତନ ଚିନ୍ତାଧାରା କରି ନୂତନ କାର୍ଯ୍ୟ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନଙ୍କ ମଧ୍ୟ ବିବାହ ବର୍ଷ ଶେଷ ଆଡକୁ ସମ୍ପନ୍ନ ହୋଇପାରେ। ଯାହା ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା-

ଏହି ରାଶି ସ୍ତ୍ରୀ ଜାତକରେ ବହୁତ ସଂଘର୍ଷ କରିବା ପରେ କ୍ୟାରିୟର ସମ୍ବନ୍ଧ ଭଲ ରହିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ନାହିଁ। ଜ୍ୟୋତିଷଙ୍କ ମତାନୁସାରେ ଏହି ପାଞ୍ଚ ମାସର ଫଳାଫଳରେ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ ନାହିଁ।

ତୁଳା-

ଏହି ରାଶି ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗ କରି ସମୟ ବିତାଇଥିବେ। ପ୍ରେମ ସମ୍ବନ୍ଧୀୟ ମାମଲାରେ ସଫଳତା ପାଇବେ ନାହିଁ। କିନ୍ତୁ ଜ୍ୟୋତିଷଙ୍କ ମତାନୁସାରେ ଆଉ ପାଞ୍ଚ ମାସ ଶୁଭାଶୁଭ ମିଶ୍ରିତ ଫଳ ପ୍ରାପ୍ତି ହେବ। ସମସ୍ତ ଚିନ୍ତାରୁ ମଧ୍ୟ ମୁକ୍ତି ପାଇବେ।

ବିଛା-

ଏହି ରାଶି ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ କଠିନ ରୁ କଠିନ ପରିଶ୍ରମ କରି ଭାବିଚିନ୍ତି କାର୍ଯ୍ୟ କରିଥିବେ। ଆସାନ୍ତା ପାଞ୍ଚ ମାସ ଆପଣଙ୍କ ପାଇଁ ଶୁଭଫଳ ପ୍ରାପ୍ତି ହେବ। ଏମିତି ଏକ କାର୍ଯ୍ୟ କରିବେ ଯାହା ଆପଣ ମଧ୍ୟ କଳ୍ପନା କରିପାରିବେ ନାହିଁ।

ଧନୁ-

ଏହି ରାଶି ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ ପ୍ରେମ ସମ୍ପର୍କ ଖୋଜି ବୁଲିବେ, ଯାହା ଆପଣ ମାନସିକ ଚିନ୍ତାରୁ ମୁକ୍ତି ପାଇବେ। ଆପଣ ଭାବୁଥିବା କଥାଟି ନିଶ୍ଚୟ ସଫଳ ହେବ। ଯାହାଦ୍ଵାରା ଜୀବନରେ ଉନ୍ନତି ଓ ବନ୍ଧୁତା ସମ୍ପର୍କ ସୁଦୃଢ ହୋଇ ଶ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିବ।

ମକର-

ଏହି ରାଶି ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ ବହୁତ ଖୁସିରେ ଦିନ ବିତାଇଥିବେ। ଭଲ ପାଇବା ଠାରୁ କ୍ୟାରିୟର ପର୍ଯ୍ୟନ୍ତ ସବୁଥିରେ ଈଶ୍ଵରଙ୍କ ଆଶୀର୍ବାଦ ପାଇଥିବେ। କିନ୍ତୁ ଆସାନ୍ତା ପାଞ୍ଚ ମାସ ଆପଣଙ୍କ ପାଇଁ ପ୍ରେମ ସମ୍ପର୍କରେ ବହୁତ ସମସ୍ୟା ଦେଖାଦେବ।

କୁମ୍ଭ-

ଏହି ରାଶି ବ୍ୟକ୍ତି ସାତ ମାସ ପର୍ଯ୍ୟନ୍ତ ବହୁତ ଖୁସିରେ ଦିନ ବିତାଇଥିବେ। ଆସାନ୍ତା ପାଞ୍ଚ ମାସ ଆପଣଙ୍କ ପାଇଁ ଏମିତି କିଛି ହେବ ଯାହା ଆପଣ କେବେ ଭାବିବି ନଥିବେ। ଗ୍ରହଙ୍କ ସ୍ଥିତି ରୁ ଜଣାଯାଏ ଯେ ପୁରୁଣା ପ୍ରେମ ସମ୍ପର୍କ ପୁଣି ଥରେ ଆପଣଙ୍କ ଜୀବନରେ ଫେରି ଆସିବ।

ମୀନ-

ଏହି ରାଶି ବ୍ୟକ୍ତି ୨୦୧୮ ମସିହା ସେପ୍ଟମ୍ବର ମାସ ପର୍ଯ୍ୟନ୍ତ କିଛି ନୂତନ କାର୍ଯ୍ୟ କରିଥିବେ। ଜ୍ୟୋତିଷଙ୍କ ମତାନୁସାରେ ଆସାନ୍ତା ପାଞ୍ଚ ମାସ ଆପଣଙ୍କ ପାଇଁ ସମୟ ଅନୁକୂଳ ଅଟେ। କିନ୍ତୁ ଶତୃମାନଙ୍କ ଠାରୁ ସାବଧାନ ନ ରହିଲେ ବହୁତ କ୍ଷତିରେ ପକାଇବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button