ରାଶିଫଳ

ଏହି 4ଟି ରାଶି ବାଲାଙ୍କୁ ଆସିଥାଏ ସବୁଠୁ ଅଧିକ ରାଗ – ଏଥିରେ ଆପଣଙ୍କ ରାଶି ନାହିଁ ତ ? ଜାଣନ୍ତୁ କେମିତି କନ୍ଟ୍ରୋଲ କରିବେ ନିଜ ରାଗକୁ

ରାଗ ଆସିବା ଏକ ସ୍ୱାଭାବିକ କଥା ହୋଇ ଥାଏ। ଯେତେବେଳେ ଆମେ କରୁଥିବା କାର୍ଯ୍ୟ ଆମ ମନ ମୁତାବକ ହୋଇ ନଥାଏ ସେତେବେଳେ ସାଧାରଣତଃ ଆମ ସମସ୍ତଙ୍କୁ ରାଗ ଆସି ଥାଏ। ଏହା ଦ୍ବାରା ମନରେ କେବେ ଶାନ୍ତି ଆସି ନଥାଏ ଫଳରେ ମନ୍ମଧ୍ୟରେ ନକାରାତ୍ମକ ଭାବନା ଜାଗ୍ରତ ହୁଏ। ବହୁତ ଲୋକ ଆପଣ ଦେଖିଥିବେ ସହଜରେ ରାଗ ଶାନ୍ତ କରନ୍ତି ନାହିଁ। କିଛି ଲୋକେ ରାଗ ଅବସ୍ଥାରେ ନିଜର କ୍ଷତି ମଧ୍ୟ କରିଥାନ୍ତି।ଏବେ ଆପଣଙ୍କୁ ଜଣାଇବୁ ଏହି ଚାରି ରାଶିର ବ୍ୟକ୍ତି ବିଶେଷଙ୍କୁ ଆସିଥାଏ ଅଧିକ ରାଗ ଓ ଏହି ରାଗକୁ କିପରି କରି ପାରିବେ ନିୟନ୍ତ୍ରଣ ।

Image Courtesy: Google

ବୃଷ ରାଶି –

ଏହି ରାଶିର ବ୍ୟକ୍ତି ବିଶେଷ ସାଧାରଣତଃ ଚିଡିଚିଡା ପ୍ରକୃତିର ହୋଇଥାନ୍ତି ଓ କଥାକଥା ରାଗି ଯାଆନ୍ତି। ଏମାନେ ବହୁତ ରାଗି ହୋଇଥାନ୍ତି ଓ ଏମାନଙ୍କ ରାଗ ଏତେ ସହଜରେ ଶାନ୍ତ ହୋଇନଥାଏ। ଏମାନଙ୍କ ଚେହେରା ଓ ଆବାଭବ ଚାଲିଚଳନରୁ ଜଣାପଡିଯାଏ ଯେ ଏମାନେ ରାଗିଛନ୍ତି ବୋଲି। ଏମାନେ ରାଗିଲେ ସାଧାରଣତଃ ଜୋରଜୋର୍ ଚିଲାନ୍ତି। ଏମାନେ ଯେପରି ରାଗନ୍ତି ସେହିପରି ରାଗକୁ ମଧ୍ୟ ସହିଥାନ୍ତି। ରାଗ ସମୟରେ ଏମାନେ ଜିନିଷ ପତ୍ର ଫିଙ୍ଗରୁଜା କରିଥାନ୍ତି। ଏମାନେ ନିଜର ରାଗ ସମୟରେ ସ୍ଥିର ହୋଇ ବସି ଲମ୍ବା ଲମ୍ବା ନିଃଶ୍ୱାସ ନିଅନ୍ତୁ । ଏହିପରି କରିବା ଦ୍ବାରା ଆପଣଙ୍କର ରାଗ ଶାନ୍ତ ହୋଇଥାଏ।

କର୍କଟ ରାଶି-

ଏହି ରାଶିର ଲୋକଙ୍କୁ ରାଗ ପ୍ରଥମେ ପ୍ରଥମେ ବହୁତ୍ କମ୍ ଆସିଥାଏ । ହେଲେ ଯେତେବେଳେ ସେ ରାଗନ୍ତି ପରିସ୍ଥିତି ଭୟାବହ ହୋଇଥାଏ। ରାଗ ସମୟରେ ଏହି ରାଶିର ଲୋକ ବହୁତ ଖରାପ୍ ଭାବେ କଥାବାର୍ତ୍ତା କରିଥାନ୍ତି। କିଛି ସମୟରେ ରାଗ ଅବସ୍ଥାରେ ଏମାନେ ନିଜର ମଧ୍ୟ କ୍ଷତି କରିଥାନ୍ତି। ଯେତେବଳେ ଏମାନଙ୍କର ରାଗ ଶେଷ ସୀମାରେ ପହଞ୍ଚିଯାଏ ସେତେବଳେ କେହି ତାଙ୍କୁ ଶାନ୍ତ କରିପାରିବେ ନାହିଁ। ସେଥି ପାଇଁ ଏମାନଙ୍କର ରାଗ କୁ ଲୋକ ମାନିଥାନ୍ତି କାରଣ ସେମାନେ ବିନା କାରଣରେ ରାଗି ନଥାନ୍ତି। ରାଗ ସମୟରେ ଏମାନେ କଡା ଓ କଠୋର ଶବ୍ଦ ମଧ୍ୟ ପ୍ରୟୋଗ କରିଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଯେତେବେଳେ ରାଗ ଆସିବ ସେତବେଳେ ୨ ରୁ ୩ ଗ୍ଲାସ୍ ଥଣ୍ଡାପାଣି ଧୀରେ ଧୀରେ ପିଅନ୍ତୁ। ପାଣି ଶାରୀରିକ ଓ ମାନସିକ ରାଗକୁ ଥଣ୍ଡା କରିଥାଏ।

Image Courtesy: Google

ତୁଳା ରାଶି-

କଥାକଥାକେ ରାଗିବା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵାଭବ। ଏମାନଙ୍କ ରାଗ ଏତେ ସହଜରେ ଶାନ୍ତ ହୋଇନଥାଏ। ଏମାନେ ବାହାରୁଶାନ୍ତ ଓ ଭିତରେ ରାଗ ଏମାନଙ୍କ ସ୍ବଭାବ। ଏମାନେ ଭିତରେ ରାଗକୁ ରଖିଥାନ୍ତି। କିନ୍ତୁ ଏମାନେ ବିନା କାରଣରେ ରାଗନ୍ତି ନାହିଁ। ଅନ୍ୟାୟକୁ ଏମାନେ ସହିପାରନ୍ତି ନାହିଁ। ଏମାନେ ରାଗକୁ ଭାବନାରେ ରଖନ୍ତି। ଏମାନେ ନିଜ ରାଗ୍ଲୁ ନିଜ ଆୟତ ଭିତରେ ରଖନ୍ତି। ଏମାନେ ନିଜର ରାଗିବା କାରଣ କହିସାରିବା ପରେ କଥାବାର୍ତ୍ତା ହେବା ବନ୍ଦ କରି ଦିଅନ୍ତୁ। ଏମାନେ ନିଜ ରାଗକୁ କମ୍ କରିବା ନିମନ୍ତେ କୌଣସି ଶୁକ୍ଳ ଜିନିଷ ଦାନ କରିବାକୁ ପଡ଼ିବ। କାରଣ ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇ ଥିବାରୁ ଏହାଦ୍ବାରା ମନରେ ଶାନ୍ତ ବାତାବରଣ ଆସି ଥାଏ।

Image Courtesy: Google

ମୀନ ରାଶି-

ଏହି ରାଶିର ବ୍ୟକ୍ତି ବହୁତ୍ ପରିଶ୍ରମୀ ହୋଇଥାନ୍ତି ଓ ବହୁତ ରାଗି ମଧ୍ୟ। କଥାକଥାକେ ରହିବା ଏମାନଙ୍କର ଅଭ୍ୟାସ। ବହୁତ୍ ସମୟରେ ପରିବାର ଲୋକଙ୍କୁ ମଧ୍ୟ ଏମାନଙ୍କ ରାଗର ଶିକାର ହେବାକୁ ପଡ଼ିଥାଏ। ଏହା ଦ୍ବାରା ଏମାନଙ୍କ ସ୍ଵଭାବ ସଂପର୍କରେ ଜାଣିବା କାଠିକର ପାଠ ହୋଇଥାଏ। ରାଗ ସମୟରେ ଏମାନଙ୍କୁ ଏକେଲା ଛାଡ଼ିଦେବା ଉଚିତ୍। ଏମାନଙ୍କ ମଧ୍ୟରେ ଥିବାରାଗ ଜ୍ଵଳାମୁଖ ପରି ହୋଇଥାଏ। ଏମାନେ ନିଜ ରାଗକୁ କାବୁ କରିବା ନିମନ୍ତେ ମଙ୍ଗଳବାର ଦିନ ବ୍ରତ ରଖିବା ଆବଶ୍ୟକ ଏହା ସହିତ ସମ୍ପୂର୍ଣ୍ଣ ବିଧିବିଧାନର ସହିତ ହନୁମାନଙ୍କୁ ପୂଜା କରିବା ମଧ୍ୟ ଜରୁରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button