ମନୋରଞ୍ଜନ

ପ୍ରଥମ ଥର ପାଇଁ ଦେଖନ୍ତୁ Pintu Nandaଙ୍କ ପରିବାର ଓ ସମ୍ପତ୍ତି

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଏମିତି ଅନେକ ବରିଷ୍ଠ କଳାକାର ମାନେ ଅଛନ୍ତି ଯେଉଁ ମାନେ ଅଭିନୟ ଦୁନିଆରେ ପାଦ ଦେବା ପର ଠାରୁ ଖୁବ ପ୍ରସିଦ୍ଧି କମାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଲିଉଡ ଜଗତର ଦିଗଜ ଅଭିନେତା ପିଣ୍ଟୁ ନନ୍ଦ । ଯିଏ କି ଅନେକ ଓଡିଆ ଫିଲ୍ମ ସହ ରିୟାଲିଟି ସୋ ରେ ମଧ୍ୟ ନଜର ଆସିଛନ୍ତି ।

1996 ମସିହା ରୁ ଓଲିଉଡ ଜଗତରେ ପାଦ ଥାପିଥିବା କଳାକାର ହେଉଛନ୍ତି ପିଣ୍ଟୁ ନନ୍ଦ । ତାଙ୍କର ସମ୍ପତି ଓ ପରିବାର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦ ଲିଭର ଶିରୋଷିଆ ନାମକ ରୋଗରେ ପୀଡିତ ଅଛନ୍ତି । ଯାହା ପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଛି । ଟଙ୍କାର ଚିକିତ୍ସା ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କାର ଆବଶ୍ୟକ ଥିଲା ।

ସେ ସାରା ଓଡିଶା ବାସୀ ଙ୍କୁ ଅନୁରୋଧ କରିଥିଲେ ଆର୍ଥିକ ସାହାଜ୍ଯ ପାଇଁ । ଆଉ ତାଙ୍କର ଚିକିତ୍ସା ପାଇଁ ଏବେ ତାଙ୍କୁ ଦିଲ୍ଲୀ ନିଆ ଯାଇଛି । ତେବେ 1996 ରୁ ଅଭିନୟ ଦୁନିଆରେ ନିଜର ପାଦ ଦେଇଥିଲେ ଅଭିନେତା ପିଣ୍ଟୁ ନନ୍ଦ । ବର୍ତ୍ତମାନ ପିଣ୍ଟୁ ଙ୍କୁ 45 ବର୍ଷ । ପିଲା ଦିନରୁ ତାଙ୍କର ଅଭିନୟ ପ୍ରତି ଅଧିକ ରୁଚି ରହିଥିଲା । ସେ ଆକଟିଂ ଶିଖିବା ଆରମ୍ଭ କରିଥିଲେ ପିଲା ଦିନରୁ ।

ପ୍ରଥମ ଥର ପାଇଁ ସେ କୁଲି ଭୂମିକାରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପର ଠାରୁ ସେ ଖଳନାୟକ ଭାବେ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ପିଣ୍ଟୁ ନନ୍ଦ ନିଜ କ୍ଯାରିୟର ରେ ଅନେକ ଫିଲ୍ମ ରେ କାମ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

2012 ରେ ଲଭ ମାଷ୍ଟର, ପର୍ସୁରାମ, 2011 ରେ ପ୍ରେମ କଥା, ଆଇ ଲଭ ୟୁ, 2015 ରେ ଆଶୀକ, 2002ରେ ରଙ୍ଗ ନମ୍ବର, 1999 ରେ ତୋ ଆଖି ମୋ ଆଇନା, 1997 ରେ ରାମ ଲକ୍ଷ୍ମଣ, 1996 ରେ କୋଇଲି ଭଳି ଅନେକ ଓଡିଆ ଫିଲ୍ମ ରେ ସେ ଖୁବ ନିଖୁଣ ଅଭିନୟ କରିଛନ୍ତି । ସେ ପାଖା ପାଖି 70 ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଆଉ 2 ପୁଅ ।

ତାଙ୍କ ଗୋଟେ ପୁଅର ବୟସ ହେଉଛି 14 ବର୍ଷ ଓ ଅନ୍ୟ ଜଣଙ୍କର 9 ବର୍ଷ । ତାଙ୍କର ସମ୍ପତି କହିଲେ ତାଙ୍କର ଗୋଟେ ଆଲିସାନ ଘର ରହିଛି । ଏହା ସହ 2ଟି କାର ମଧ୍ୟ ରହିଛି । ଏହା ସହ ତାଙ୍କର ସମ୍ପତି ର ମୂଲ୍ୟ 50 ଲକ୍ଷ ରୁ 1 କୋଟି ଟଙ୍କା ହୋଇପାରେ ବୋଲି ସର୍ଭେରୁ ଜଣାପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button