ଦେଶ ବିଦେଶ

ମେଡିକାଲରେ କାନ୍ଦ ବୋବାଳି, Music Chair ଖେଳୁ ଖେଳୁ ଛାତ୍ରୀ ମାନଙ୍କ ସହ ଯାହା ହେଲା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ପ୍ରତେକ ସ୍କୁଲ ମାନଙ୍କରେ ବାର୍ଷିକ ଖେଳ ଉଶ୍ଚବ ପାଳନ କରା ଯାଇଥାଏ ପ୍ରତେକ ବର୍ଷ । ତେବେ ବାର୍ଷିକ ହେଲ ଉଶ୍ଚବ ରେ ଅନେକ ଛାତ୍ର ଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରକାରର ଖେଳରେ ଭାଗ ନେଇଥାନ୍ତି ଆଉ ପୁରସ୍କୃତ ମଧ୍ୟ ହୋଇଥାନ୍ତି । କିନ୍ତୁ ଗତ କିଛି ସମୟ ହେବେ ସୋସିଆଲ ମିଡିଆରେ ଏଭଳି ଏକ ଖବର ପ୍ରସାର ହୋଇଛି ଯାହାକୁ ନେଇ ଏବେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି ।

ତେବେ ସୂଚନା ଅନୁଯାୟୀ ଭାଇରାଲ ହୋଇଥିବା ଭିଡିଓ ରେ ସ୍କୁଲ ର ଛାତ୍ରୀ ଜଣକ କହୁଛନ୍ତି ଯେ ଆମେ 15 ରୁ 20 ଜଣ ପିଲା ମ୍ୟୁଜିକ ଚେୟାର ଖେଳୁଥିଲୁ । ଆଉ ଖେଳିବା ସମୟରେ ହଠାତ କିଛି ପିଲାଙ୍କର ଛାତିରେ ଯନ୍ତ୍ରଣା ଆରମ୍ଭ ହେବାକୁ ଲାଗିଲା । ସେମାନେ ଠିକ ଭାବେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରିଲେ ନାହି । ଯାହା ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ କୁ ଅଣା ଯାଇଛି ।

ତେବେ ସୂଚନା ଅନୁଯାୟୀ ସ୍କୁଲ ରେ ମ୍ୟୁଜିକ ଚେୟାର ଖେଳ ହେଉଥିଲା ଆଉ ଅନେକ ଛାତ୍ର ଛାତ୍ରୀ ମାନେ ଏଥିରେ ଭାଗ ମଧ୍ୟ ନେଇଥିଲେ । କିନ୍ତୁ ଖେଳିବା ସମୟରେ କିଛି ପିଲାଙ୍କର ହଠାତ ଛାତିରେ ଜୋର ରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଆଉ ସେମାନେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ତୁରନ୍ତ ସ୍କୁଲର ଅଧ୍ୟକ୍ଷ ଓ ଶିକ୍ଷୟତ୍ରି ମାନେ ମେଡିକାଲ କୁ ଆମ୍ବୁଲାନ୍ସ ଜରିଆରେ ଆଣି ଭର୍ତ୍ତି କରିଛନ୍ତି ଆଉ ଏବେ ସେମାନଙ୍କର ଚିକିତ୍ସା ମଧ୍ୟ ଚାଲିଛି ।

ତେବେ ସ୍ଥାନୀୟ ଲୋକ ମାନେ ମଧ୍ୟ ପିଲାଙ୍କୁ ମେଡିକାଲ ଆଣିବାକୁ ସାହାଜ୍ଯ କରିଥିଲେ । ତେବେ ମେଡିକାଲ ରେ ବସି ଛାତ୍ରୀ ମାନେ ଜୋର ଜୋର ରେ କାନ୍ଦି ବାକୁ ଲାଗିଛନ୍ତି । ଏମିତି ହଠାତ କାହିଁଙ୍କି ହେଲା ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇପାରି ନାହି । ନା ସ୍କୁଲର ଅଧ୍ୟକ୍ଷ ଏ ବିଷୟରେ କିଛି ଜଣାଇଛନ୍ତି ନା ପିଲା ମାନେ ଏହା ବିଷୟରେ କିଛି ଜାଣିଛନ୍ତି ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଖେଳ ପ୍ରତିଯୋଗୀତା ଥିବାରୁ ପିଲା ମାନେ କେହି କେହି କମ ଖାଇ ଘରୁ ଆସିଥିଲେ କିମ୍ବା ଆଉ କିଛି ପିଲା କିଛି ନ ଖାଇ ସ୍କୁଲ ପଳାଇ ଆସିଥିଲେ । ଏହି କାରଣରୁ ବୋଧ ହୁଏ ମେଇତି ହୋଇ ଥାଇପାରେ ବୋଲି ଅନୁମାନ କରା ଯାଇଛି ।

ତେବେ ସ୍କୁଲର ପିଲା ମାନେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ଜଣା ପଡିବ ଅସଲରେ କଣ ଘଟଣା ଘଟିଛି । ଡାକ୍ତର ସବୁ ପିଲାଙ୍କର ଚିକିତ୍ସା କରୁଛନ୍ତି । ଏ ଯାଏଁ ଡାକ୍ତର ମାନଙ୍କର କିଛି ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button