କୁନି ଝିଅକୁ ଛାଡି ପ୍ରେମିକ ସହ ଫେରାର ମା’, ଶାଶୁ ଓ ସ୍ଵାମୀ ଯାହା କହୁଛନ୍ତି ଟିକେ ଶୁଣନ୍ତୁ

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ଏମିତି ଅନେକ ଘଟଣା ମାନ ଦେଖା ଯାଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଆଜିର ଦୁନିଆରେ କିଏ ନିଜ ପ୍ରେମ ପାଇଁ ନିଜ ସ୍ଵାମୀ କୁ ଛାଡି ଦେଉଛି ତ ଆଉ କି ନିଜ ଛୁଆକୁ ଛାଡି ପ୍ରେମିକ ସହ ଫେରାର ହୋଇ ଯାଉଛି । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ନଜର ଆସିଛି ଗତ କିଛି ସମୟ ହେବ ।
ତେବେ ନେହୁରା ହୋଇ ନିରୀହ ବାପା ଜଣକ କହୁଛନ୍ତି ଯେ “ସରକାର ମୋ ଛୋଟ ଝିଅକୁ ନେଇ ଯାଅ । ତାର ଚିକିତ୍ସା କର । ତାକୁ ବଡ କରି ଭଲ ମଣିଷ କର । ଝିଅ କଟାହ ମୁଁ ଭ୍ଲାରେ ବୁଝିପାରୁ ନାହି । କଲା ଛୁଆକୁ ଛାଡି ତାର ମା କୁଆଡେ ଚାଲି ଯାଇଛି । ଏମିତି ଗୁହାରି କରିଛନ୍ତି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ସତ୍ୟବାନ ନାୟକ । ଜନ୍ମ କଲା ମା ପାଇଁ ଅଧା ବୟସରେ ବଡ ହୋଇଥିଲା ତାର ପ୍ରେମ ।
ହାତରେ ଖାଇ ଶିଖି ନ ଥିବା କିମ୍ବା ଦୁନିଆ କଣ ଆଣି ନ ଥିବା ଛୁଆକୁ ଛାଡି ମା ପ୍ରେମିକ ସହ ଫେରାର ହୋଇ ଯାଇଛି । ମମତାକୁ ତୁଚ୍ଛ କରି ପ୍ରେମିକ କୁ ଆଦରି ନେଲା ମା । ଏପଟେ ଅସହାୟ ପୁରା ପରିବାର । ସ୍ତ୍ରୀ ଓ ଅଢେଇ ବର୍ଷର ଝିଅ ଏବଂ ବୁଢୀ ମା ର ଭଲରେ ପ୍ରତିପୋଷଣ କରିବାକୁ କାମ କରିବାକୁ ବ୍ୟାଙ୍ଗାଲୋର ଯାଇଥିଲେ ସତ୍ୟବାନ । କିନ୍ତୁ ତାଙ୍କର ସବୁ ସ୍ଵପ୍ନ ଛାରଖାର ହୋଇଗଲା ।
କାମରୁ ଫେରି ଜାଣିବାକୁ ପାଇଲେ ଯେ ସ୍ତ୍ରୀ ସୁନିତା ଘର ଛାଡି କୁଆଡେ ଚାଲି ଯାଇଛନ୍ତି । ଗାଁ କୁ ଫେରିବା ପରେ ଜାଣିଲେ ସ୍ତ୍ରୀ ଅନ୍ୟ ପୁରୁଷ ସହ ସଂସାର କରିବାକୁ ଚାଲିଗଲେ । ଏ ନେଇ ସେ ଥାନାରେ ଅଭିଯୋଗ ଅରିଲେ କିନ୍ତୁ କିଛି ଲାଭ ହେଲା ନାହି । ଏବେ ଅଢେଇ ବର୍ଷର ଝିଅର ଲାଳନପାଳନ କରିବା ଓ ବୁଢୀ ମା ର ସେବା କିପରି କରିବେ ସେ ନେଇ ଏବେ ଚିନ୍ତାରେ ପଡି ଯାଇଛନ୍ତି ସତ୍ୟବାନ ।
ଝିଅକୁ ଅଢେଇ ବର୍ଷ ହେଲାଣି ନା ସେ ଚାଲି ପାରୁଛି ନା ବସି ପାରୁଛି । ଏବେ ଏହି ଦିବ୍ୟାଙ୍କ ଶିଶୁର ଚିକିତ୍ସା ଆଉ ଯତ୍ନ ନେବା ସତ୍ୟବାନ ଙ୍କ ପାଖରେ ସମ୍ଭବ ନୁହେଁ । ଏଭଳି ସ୍ଥିତି ରେ ଝିଅର ଚିକିତ୍ସା ଓ ଲାଳନପାଳନ ସରକାର ବହନ କରନ୍ତୁ ବୋଲି ବାପା ସତ୍ୟବାନ ନେହେରା ହୋଇଛନ୍ତି ।