ଦେଶ ବିଦେଶ

ବାହା ହେବାକୁ ଆସିଥିଲା ବର, ବାହା ହେବ କଣ ହଠାତ ବାଇକରେ କିଲ ବିଲ ହେଇ ପଳେଇଗଲା… କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜିକାଲି ଦୁନିଆର ସମସ୍ତେ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନେ ଦେଶ ବିଦେଶରେ ଘଟୁ ଥିବା ସମସ୍ତ ଘଟଣା ଏବଂ ଖବର ବିଷୟରେ ଅତି ସହଜରେ ଜାଣି ପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଦର୍ଶକ ବନ୍ଧୁ ପ୍ରତେକ ମଣିଷ ନିଜର ବିବାହକୁ ସ୍ମରଣୀୟ ଓ ସୁନ୍ଦର କରିବା ପାଇଁ ଅନେକ ସ୍ଵପ୍ନ ଦେଖିଥାଏ ।  ସମସ୍ତ ଲୋକଙ୍କର ବିବାହ ଦିନେ ନା ଦିନେ ନିଶ୍ଚୟ ହୋଇ ଥାଏ । ଲୋକ ମାନେ ନିଜ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବେସ ଜାକଜକମରେ ବିବାହ କରିଥାନ୍ତି ।  ଏମିତିରେ ଏବେ ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏଠାରେ ବର ଆଉ କନ୍ୟା ମନ୍ଦିରରୁ ଚମ୍ପଟ ମାରି ଛନ୍ତି । ହଁ ଦର୍ଶକ ବନ୍ଧୁ ଉଭୟ ବର ଆଉ କନ୍ୟା ବାଇକ ରେ ବିବାହ ମଣ୍ଡପରୁ କୁଆଡେ ଚାଲି ଯାଉଛନ୍ତି । ଆପଣ ମାନଙ୍କୁ ଏହି ଖବର ଟି ଆଶ୍ଚର୍ଯ୍ୟ ଲାଗିବେ ବି ଏହା ସତ । ଏହି ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବସନ୍ତପୁର ଅଞ୍ଚଳର ହୋଇଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳିକା ଙ୍କ ବିବାହ ନିଶ୍ଚିନ୍ତ କୋଇଲି ରଘୁନାଥଜୀଉ ମନ୍ଦିର ରେ ଆୟୋଜନ ହୋଇଥିଲା । କିନ୍ତୁ କୌଣସି ସୂତ୍ର ରୁ ଏହାର ଖବର ପାଇ ଯାଇଥିଲେ ଶିଶୁ ମଙ୍ଗଳ ଅଧିକାରୀ ।

ଆଉ ଘଟଣା ସ୍ଥଳରେ ଆସି ପହଞ୍ଚି ଯାଇଥିଲେ । ତେବେ ସେମାନଙ୍କୁ ଦେଖି ବିବାହ ମଣ୍ଡପ ରୁ ବାହାଘର ଭାଙ୍ଗି ପରିବାର ସହ ଉଭୟ ବର କନ୍ୟା ସେଠାରୁ ଚମ୍ପଟ ମାରିଥିଲେ । ସବୁଠାରୁ ବଡ କଥା ହେଲା ମନ୍ଦିର ଟ୍ରଷ୍ଟି ବିନା ଡକୁମେଣ୍ଟରେ ବାହାଘର ପାଇଁ ବୁକିଙ୍ଗ ରସିଦ କରିଥିଲେ । ବାହାଘର ଚାଲିଥିବା ସମୟରେ ଯେବେ ଆଧାର କାର୍ଡ ଯାଞ୍ଚ କରିବାର ସମୟ ଆସିଥିଲା ସେହି ସମୟରେ ନାବାଳିକା ର ବୟସ 18 ବର୍ଷ ଥିବା ଜଣା ପଡିଥିଲା । ତେବେ ଝିଅର ଘର ଡେରାବିଶ ଥାନା ବାସପୁର ଅଞ୍ଚଳରେ ହୋଇଥିବା ବେଳେ ପୁଅର ଘର କଟିକିଟା ର ନୂଆ ଗାଁ ର ବୋଲି ସୂଚନା ମିଳିଛି ।

ଏ ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ମଜାଦାର । ଆମ ଓଡିଶାରେ ଏଭଳି ବି ମଣିଷ ଅଛନ୍ତି ବିଶ୍ଵାସ କରୁ ହେଉ ନାହି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button