ମନୋରଞ୍ଜନ

Anubhab ମୋତେ ବାହାହେଲେ ସୁନା ଚପଲ ପିନ୍ଧେଇବି ଆଉ ବାଲିଯାତ୍ରା ପଡିଆରେ ତିନିଦିନ…. ଦେଖନ୍ତୁ Video କଣ କହୁଛନ୍ତି Rani Panda

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଗତ ୩-୪ ଦିନ ତଳେ ବିବାଦୀୟ ଅଭିନେତ୍ରୀ ତଥା ଯାତ୍ରୀ ଅଭିନେତ୍ରୀ ରାନୀ ପଣ୍ଡା ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବିବାହର ପ୍ରସ୍ତାବ ଦେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯାହାକୁ ନେଇ ଏବେ ରାଜ୍ୟ ଖାଲି ଉଠୁଛି ପଡୁଛି । ରାନୀ ପଣ୍ଡା ଡାଇରେକ୍ଟ କହିଛନ୍ତି ଯେବେ ଅନୁଭବଙ୍କୁ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଛାଡିବେ ସେ ନିଶ୍ଚୟ ବାହା ହେବେ ।

ଏ ନେଇ ଗତ କାଲି ମଧ୍ୟ ଅନୁଭବ ରାନୀ ଙ୍କୁ ପ୍ରତିଉତ୍ତର ଦେଇଛନ୍ତି ଆଉ ଅନେକ କଥା କହି ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହା ପରେ ବର୍ତ୍ତମାନ ରାନୀ ପଣ୍ଡା ପୁଣି ଥରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି । ରାନୀ ପଣ୍ଡା କହିଛନ୍ତି କି “ମୁଁ ଗୋଲ୍ଡ କୁ ବହୁତ ଭଲ ପାଏ । ସାରା ଓଡିଶାର ଲୋକ ଜଣାଇଛନ୍ତି ମୁଁ ଗୋଲ୍ଡ ପାଇଁ ପାଗଳ । ମୁଁ ଖାଇବିନି ଭିକାରି ହୋଇ ରହିବି କିନ୍ତୁ ଗୋଲ୍ଡ ପିନ୍ଧିବି ।

ଯଦି ଅନୁଭବ ମୋତେ ସତରେ ବାହା ହୁଅନ୍ତି ତେବେ ତାଙ୍କ ପାଦକୁ ଗୋଟେ ସୁନାର ଚପଲ ପିନ୍ଧାଇ ଦେବି । ଆଉ ମୁଁ ତ ମନରେ ସ୍ଥିର କରି ରଖିଛି ବାଲିଯାତ୍ରା ପଡିଆ ବୁକିଙ୍ଗ କରାଇ ୩ ଦିନ ପାଇଁ ଅର୍ଣ୍ଣଛାତ୍ର କରିବି । ସକଳ ୬ରୁ ରାତି ୧୨ ଯାଏଁ ଲୋକେ ଖାଇବେ । ଷ୍ଟାର୍ଟର ରେ ରସଗୋଲା, କଦଳୀ, ବସା ଦହି କୁ ଜିଲାପି ଯେତେ ଯିଏ ଖାଉଛ ଖାଅ । ଯଦି ଅନୁଭବ ମୋତେ ବାହା ହୋଇଗଲେ ତେବେ ମୋର ତ ଜିଙ୍ଗାଲାଲା ।

ମୁଁ ନିଜକୁ ଗର୍ବ କରୁଛି କି ମୁଁ ଗୋଟେ ଭଲ ସ୍ତ୍ରୀ ଓ ବୋହୂ ହୋଇପାରିବି । ତାଙ୍କ ମନ୍ତବ୍ୟ କିଛି ଭୁଲ ନୁହେଁ । ଯାହା ହେଉ ସେ ଜଜ କରି ମୋତେ କହିଲେ । କାରଣ ସେ ଜଣେ ସାଂସଦ ମୋତେ ପୁରା ମାପି ଦେଇଛନ୍ତି । ମୋ କଥା ତ ଜାଣିଛ ହ୍ୟାଣ୍ଡ ଟୋକା ଦେଖିଲେ ମୋର ଲାଳ ଅଂସ ବୋହିଯାଏ । ତା ଛଡା ସେ ପୁଣି ଅନୁଭବ ମହାନ୍ତି । ଖାଲି ସେତିକି ନୁହେଁ ସେ ହିରୋକୁ ସାଂସଦ । ଗଲା ଆଉ ବହି ଗୁଣ୍ଡ ଆଉ ।

ରାନୀ ପଣ୍ଡା କହିବନି କାମରେ କରି ଦେଖାଇବ ଯଦି ଅନୁଭବ ମୋତେ ବାହା ହୁଅନ୍ତି । ମୁଁ ଅନୁଭବଙ୍କୁ କଣ ଦେବି ସେଟା ସେ ସ୍ଵପ୍ନରେ କେବେ ଭାବି ନ ଥିବେ । ବର୍ଷାଙ୍କୁ ଭଉଣୀ ହିସାବରେ ଏତିକି କହିବି ପର ବୁଦ୍ଧିରେ ବାଟ ଚାଲନ୍ତୁ ନାହି । ନିଜ ବୁଦ୍ଧିରେ କାମ କରନ୍ତୁ । ଅନୁଭବଙ୍କୁ କ୍ଷମା ମାଗି ତାଙ୍କ ପରିବାରକୁ ଆପଣେଇ ନିଅନ୍ତୁ ।

ଭଲରେ ସୁଖରେ ସଂସାର କରନ୍ତୁ । ମୋ ଠାରୁ ଅତି ଭଦ୍ର ଝିଅ ଓଡିଶାରେ ନାହାନ୍ତି । ଅନୁଭବଙ୍କୁ ମୁଁ ବହୁତ ସପୋର୍ଟ କରୁଛି ଆଉ କରିବି ମଧ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button