ଦେଶ ବିଦେଶ

ଆସିଲା ପୋଷ୍ଟାଲର ନୂଆ ସ୍କିମ, 95 ଲେଖାଏଁ ଦିଅନ୍ତୁ 14 ଲକ୍ଷ ପାଆନ୍ତୁ… କେମିତି ଏହି ସ୍କିମର ଲାଭ ଉଠାଇବେ ଜାଣନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ପୋଷ୍ଟ ଅଫିସର ଏକ ନୂଆ ସ୍କିମ ଆସିଛି ଯେଉଁଥିରେ ଆପଣ ମାନେ ମାତ୍ର ୯୫ ଟଙ୍କା ନିବେଶ କରି ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । ତେବେ ଏହି ଖବର ବିଷୟରେ ଶୁଣିବା ପରେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କଥା ଟି ସତ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ପୋଷ୍ଟ ଅଫିସ ନିଜ ଗ୍ରାହକ ମାନଙ୍କ ପାଇଁ ଅନେକ ସମୟରେ ନୂଆ ନୂଆ ଯୋଜନା ଆଣୁଛି ଯାହା ଲୋକଙ୍କ ପାଇଁ ବହୁତ ଲାଭବାନ ।

ଏହି ଯୋଜନାରେ ଏମିତି ଯେଉଁଥିରେ ନିବେଶ କରିବା ଦ୍ଵାରା ଲୋକଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ଏଥିରେ ଅସୁରକ୍ଷିତ ମନେ କରିବାର କୌଣସି କାରଣ ନାହିଁ । ତେବେ ଏହି ଯୋଜନା ମଧ୍ୟରୁ ଗୋଟେ ହେଉଛି ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ । ତେବେ ଏହି ଯୋଜନାରେ ମାତ୍ର ୯୫ ଟଙ୍କା ଲେଖାଏଁ ନିବେଶ କରି ଆପଣ ହୋଇ ପାରିବେ ୧୪ ଲକ୍ଷ ଟଙ୍କାର ମାଲିକ । ତେବେ ଏହି ପ୍ଳାନ କୁ ଗ୍ରାମ ଅଞ୍ଚଳରେ ରହୁଥିବା ନିବେଶକଙ୍କ ପାଇଁ ବହୁତ ଖାସ ଅଟେ ।

ତେବେ ଗ୍ରାମ ସୁମଙ୍ଗଳ ପଲିଶି ନେବା ପାଇଁ ନିବେଶକଙ୍କ ବୟସ ଅତି କମରେ ୧୯ ବର୍ଷରୁ ୪୫ ବର୍ଷ ବୟସ ହୋଇଥିବା ଆବଶ୍ୟକ । ତେବେ ଏହି ପଲିଶିକୁ ଆପଣ ମାନେ ୧୫ ବର୍ଷ ଏବଂ ୨୦ ବର୍ଷ ପାଇଁ ନେଇ ପାରିବେ । ତେବେ ଏହି ପଲିଶିରେ ନିବେଶକ ଙ୍କୁ କିଛି ବର୍ଷ ବ୍ୟବଧାନରେ ମନି ବ୍ୟାଗ ମିଳିବ । ଅର୍ଥାତ ଯଦି ବ୍ୟକ୍ତି ଏହି ପଲିଶିକୁ ୧୫ ବର୍ଷ ପାଇଁ ନିଅନ୍ତି ତା ହେଲେ ଏହାର ଏହାର ରାଶି ୨୦-୨୦ ପ୍ରତିଶତ ଆଧାରରେ ୬ ବର୍ଷ ୯ ବର୍ଷ ଏବଂ ୧୨ ବର୍ଷ ପୂରଣ ହେବା ପରେ ମିଳିବ ।

ଯଦି କୌଣସି ବ୍ୟକ୍ତି ୨୫ ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରୁଛନ୍ତି ତା ହେଲେ ତାଙ୍କୁ ୭ ଲକ୍ଷ ଟଙ୍କାର ବୀମା ରାଶି ସହ ୨୦ ବର୍ଷ ପାଇଁ ଏହି ପ୍ଳାନରେ ନିବେଶ କରିବାକୁ ପଡିବ । ଏହି ସ୍ଥିତିରେ ସେମାନଙ୍କୁ ପ୍ରତି ମାସ ୨୮୫୩ ଟଙ୍କା କିସ୍ତି ଜମା କରିବାକୁ ହେବ ଅର୍ଥାତ ପ୍ରତି ଦିନ ପ୍ରାୟ ୯୫ ଟଙ୍କା । ଯଦି ତିନି ମାସ ଲେଖାଏଁ ଦେଖିବା ତା ହେଲେ ଆପଣ ମାନଙ୍କୁ ୮୮୫୦ ଟଙ୍କା ଲେଖାଏଁ ଜମା କରିବାକୁ ହେବ ।

ସେହିପରି ଆପଣ ମାନଙ୍କୁ ୬ ମାସରେ ୧୭୬୦୦ ଟଙ୍କା ଜମା କରିବାକୁ ହେବ । ଏହା ପରେ ମାଚୁରୀଟିରେ ନିବେଶକଙ୍କୁ ୧୬ ଲକ୍ଷ ଟଙ୍କା ମିଳିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button