ବିଚାର

ଟ୍ରକରେ ବୁହା ହେଉଥିଲା କୁଢକୁଢ ଶବ, ତା ଭିତରେ ଜଣେ ଜୀବନ୍ତ ଯୁବକ ହାତ ଠାରିଲା, ଆଉ ତା ପରେ….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଲୋକମାନଙ୍କୁ କୂଢକୁଢ କରି ଟ୍ରକ ଭିତରେ ରଖାଯାଇ ଅନ୍ୟ ଏକ ସ୍ଥାନ ସ୍ଥାନାନ୍ତରିତ କରାଯାଉଥିବା ବେଳେ ମୁଁ ମରିନି ମୋତେ ବଞ୍ଚାଅ କହି ଶବ ମଧ୍ୟ ରୁ ହାତ ଉଠାଇ ଠାରିଲା 24 ବର୍ଷ ଯୁବକ ବିଶ୍ଵଜିତ ମଲିକ  । ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ଜୁନ 2 ତାରିଖ ଦିନ ଘଟିଥିବା ଅଭାବନୀୟ ଘଟଣା ସମ୍ପକରେ କହୁଛୁ ।

ସେହି କାଳରାତି ଅନେକ ଲୋକମାନଙ୍କ ଜୀବନ କୁ ଅନ୍ଧାର କରିଦେଇଉଛି । କେତେକ ଲୋକମାନଙ୍କ ଘରର ଦୀପକୁ ଲିଭାଇ ଦେଲା । କାହାଠାରୁ ବାପାଙ୍କୁ ଛଡାଇନେଲେ ତୋ ଆଉ କାହାଠୁ ତା ସର୍ବସ୍ଵ । ଏଭଳି ଦୁର୍ଘଟଣା ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଯାହାକୁ ସ୍ମରଣ କଲେ ଦେହର ରୁମ ଟାଙ୍କି ଉଠେ ।

ଦୁର୍ଘଟଣା ସ୍ଥଳରେ 300 ଶହ ଲୋକମାନଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଲୋକ ବାଲେଶ୍ଵର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପଲକ ମଧ୍ୟରେ ଘଟିଯାଇଥିଲା ଏବଂ ଭାବି ବେଳକୁ ସରିଯାଇଥିଲା ସବୁକିଛି ଏବଂ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଆଲୁ ଓ ପିଆଜ କୁ ଗଦା କରିବା ଭଳି ବସ୍ତା ରେ ଗଦା କରାଯାଉଛି ଶବକୁ ଯାହାକୁ ଦେଖିଲେ ଲୁହ ରହିବନି  ।

ତେବେ ଶବକୁ ବସ୍ତାରେ ରକ୍ଷା ଯାଉଥିବା ବେଳେ ଘଟିଲା ଚମତ୍କାର ବିଷୟ ଶବ ଭିତରୁ ଜି ଉଠିଲେ ଜଣେ ଯୁବକ ଏବଂ ନିଜ ହାତକୁ ଉପରକୁ ଉଠାଇ ମୁଁ ଜୀବିତ ଅଛି ବୋଲି ହାତ ଠାରି ଜଣାଇଲେ । 8 ରୁ ଅଧିକ ମୃତଦେହ ତାଙ୍କ  ଉପରେ ପଡିରହିଥିଲା ମାତ୍ର ଯୁବକ ତହି ମଧ୍ୟରୁ ହାତକୁ ଉଠାଇ କହିବାର ଚେଷ୍ଟା କରିଥିଲେ । ଶରୀରରେ ଥିବା ବଳକୁ ଏକଜୁଟ କରି ହଠାତ୍ ଚିତ୍କାର କରି ଉଠିଲେ ଓ କହିଲେ ମୁଁ ମରିନି ବଞ୍ଚିଛି ।

ଯୁବକଙ୍କ ଶରୀର ସାଥ ଦେଉନଥିଲେ ମାତ୍ର ବଞ୍ଚିବାର ଦୃଢ ସଂକଳ୍ପ ଶେଷରେ  ତାଙ୍କ ଠାରକୁ ଦେଖିଲେ  ସ୍ଥାନୀୟ ଲୋକେ ଏବଂ ତୁରନ୍ତ ଶବମାନଙ୍କ ଭିତରୁ ବାହାରକୁ ଆଣିଲେ  ବିଶ୍ଵଜିତଙ୍କୁ । ବିଶ୍ଵଜିତଙ୍କ ପରିବାର ଲୋକେ କହିବା ଅନୁସାରେ କଲିକତାର ଡାକ୍ତରଖାନାରେ ତାଙ୍କୁ ଛାଡିବାକୁ ରାଜି ହେଉନଥିଲେ ଏବଂ ଆମ୍ବୁଲାନସ ମଧ୍ୟ ଯୋଗାଉନଥିଲେ ।

ଏବେ ତାଙ୍କୁ ପଶ୍ଚିମବଙ୍ଗ sskm ଡାକ୍ତରଖାନାରେ ବର୍ତ୍ତୀ କରିଛନ୍ତି ଏବଂ ସେ ସେଠାରେ ଚିକିତ୍ସିତ ହେଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button