ଧର୍ମ

କେଉଁ ରାଶି ଉପରେ ଶନିଦେବ ରଖିବେ କୃପା ଦୃଷ୍ଟି ଏବଂ କାହାକୁ ରହିବାକୁ ହେବ ସତର୍କ , ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର ।

ସବୁ ନଅଟି ଗ୍ରହରୁ ସବୁଠାରୁ ଧୀର ଗତିରେ ଚାଲୁଥିବା ଶନିଗ୍ରହ ଅଟନ୍ତି। ଏହା ଅଢେଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ରହି ଥାନ୍ତି। ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ କୌଣସି ଜାତକର କୁଣ୍ଡଳୀରେ ଶନି ରହିବା ଦ୍ଵାରା ବିଶେଷ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନି ଭଗବାନ ବ୍ୟକ୍ତିକୁ ତାର କର୍ମ ଅନୁସାରେ ଶୁଭ ବା ଅଶୁଭ ଫଳ ଦେଇ ଥାଆନ୍ତି। ଜ୍ୟୋତିଷ ଗଣନା ଅନୁସାରେ ଶନି ଙ୍କ ମହାଦଶା , ସାଢ଼େସାତୀର ପ୍ରକୋପ ବହୁତ ଖରାପ ଏବଂ ଚିନ୍ତାଜନକ ଅଟେ। ଯେଉଁ ରାଶିର ଜାତକରେ ଶନି ଶୁଭ ସ୍ଥାନରେ ରହିଥାନ୍ତି ସେମାନଙ୍କ ଉପରେ ଭଗବାନ ଶନିଦେବଙ୍କ ବିଶେଷ କୃପା ରହିଥାଏ। ଯେଉଁ ଜାତକଙ୍କ ଉପରେ ଶନିଙ୍କ ତେଢା ନଜର ରହିଥାଏ, ସମସ୍ୟା ସେମାନଙ୍କ ପିଛା ଛାଡ଼ି ନଥାଏ।

ଏହାଛଡା ୧୨ ଟା ରାଶିରେ କିଛି ଏଭଳି ରାଶି ରହିଛି, ଯାହା ଉପରେ ଶନିଦେବ ଙ୍କ ବିଶେଷ କୃପା ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ମାନଙ୍କର କୌଣସି ଶତ୍ରୁ ଏବଂ ମିତ୍ର ଗ୍ରହ ନିଶ୍ଚିତ  ରହିଥାଏ। ଏହି ଆଧାରରେ ଶନି କିଛି ରାଶିର ଲୋକଙ୍କ ଉପରେ କୃପା ଦୃଷ୍ଟି ରହିଥାଏ। ଆଉକିଛି ଲୋକଙ୍କୁ ନିଜ ସ୍ଵଭାବ ଅନୁସାରେ ନକାରାତ୍ମକ ପ୍ରଭାବ ପକେଇ ଥାଏ। ଏଥିପାଇଁ ଯେଉଁ ରାଶି ଉପରେ ଶନିଙ୍କ ତେଢ଼ା ନଜର ରହିଥାଏ, ସେମାନଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ଶନିଙ୍କ ସହିତ ଜଡ଼ିତ କିଛି ଉପାୟକୁ ନିଶ୍ଚିତ ରୂପରେ ଆପଣେଇବା ଆବଶ୍ୟକ।

ଜ୍ୟୋତିଷ ଆଚାର୍ଯ୍ୟଙ୍କ ଅନୁସାରେ ଶନି ଗ୍ରହ , ବୁଦ୍ଧ ଏବଂ ଶୁକ୍ରର ମିତ୍ର, ଯାହାକି ସୂର୍ଯ୍ୟ, ଚନ୍ଦ୍ରମା ଏବଂ ମଙ୍ଗଳର ଶତ୍ରୁ ମାନା ଯାଇଥାନ୍ତି। ଗୁରୁ ଗ୍ରହ ସହିତ ଶନି ସମଭାବ ରଖିଥାନ୍ତି ଏହାଛଡା ୧୨ ଟି ରାଶିରେ ଶନିଦେବଙ୍କୁ ଦୁଇଟି ରାଶିର ସ୍ୱାମିତ୍ଵ ପ୍ରାପ୍ତି ଅଟେ। ପ୍ରଥମ ରାଶି ହେଉଛି ମକର ଏବଂ  ଦିତୀୟଟି ହେଉଛି କୁମ୍ଭ ରାଶି । ଏହି ଦୁଇଟି ରାଶି ଉପରେ ଶନି ସର୍ବଦା ଶୁଭ ପ୍ରଭାବ ପ୍ରଦାନ କରି ଥାଆନ୍ତି। ତୁଳା ଶନିଙ୍କ ଉଚ୍ଚ ରାଶି ଏବଂ ମେଷ ନୀଚ ରାଶିରେ ହୋଇଥାଏ।

ମେଷ ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ପ୍ରଭାବ।

ଜ୍ୟୋତିଷ ଆଚାର୍ଯ୍ୟଙ୍କ ଗଣନା ଅନୁସାରେ ମେଷ ରାଶି ଶନିଙ୍କ ନୀଚ ରାଶି ଅଟେ ଏବଂ ଏହି ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି। ଶନିଙ୍କ ମଙ୍ଗଳ ଗ୍ରହ ସହିତ ଶତ୍ରୁତାର ଭାବ ରହି ଥାଏ। ମେଷ ରାଶିରେ ଜାତକଙ୍କ ଉପରେ ଶନିଙ୍କ ତେଢା ନଜର ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ବୃଷ ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ପ୍ରଭାବ –

ବୃଷ ରାଶିର ସ୍ଵାମୀ ଶୁକ୍ର ଗ୍ରହ ଅଟେ ଏବଂ ଶୁକ୍ର ସହିତ ଶନିଙ୍କ ମିତ୍ରତାର ବ୍ୟବହାର ରହିଥାଏ। ଏଥିପାଇଁ ବୃଷ ରାଶି ଉପରେ ଶନିଙ୍କ ଶୁଭ ପ୍ରଭାବ ରହିଥାଏ।

Google

ମିଥୁନ ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ପ୍ରଭାବ –

ରାଶିଚକ୍ର ରେ ମିଥୁନ ରାଶି ତୃତୀୟ ରାଶି ହୋଇଥାଏ। ଏହି ରାଶିର ସ୍ଵାମୀ ବୁଧ ଅଟେ। ବୁଧ ଗ୍ରହ ଶନିଙ୍କ ମିତ୍ର ଅଟନ୍ତି। ମିଥୁନ ରାଶିର ଜାତକଙ୍କୁ ଶନିଦେବ ଶୁଭ ଫଳ ପ୍ରଦାନ କରି ଥାଆନ୍ତି।

କର୍କଟ ଏବଂ ସିଂହ ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ପ୍ରଭାବ –

ଚନ୍ଦ୍ରମା କର୍କଟ ରାଶିର ସ୍ଵାମୀ ଅଟନ୍ତି ଏବଂ ସୂର୍ଯ୍ୟ ସିଂହ ରାଶିର ସ୍ଵାମୀ ଅଟନ୍ତି। ଶନି ଚନ୍ଦ୍ରମା ଏବଂ ସୂର୍ଯ୍ୟଙ୍କ ସହିତ ଶତ୍ରୁବତ ବ୍ୟବହାର କରି ଥାଆନ୍ତି। ଏଥିପାଇଁ ଶନିଦେବଙ୍କ କର୍କଟ ଏବଂ ସିଂହ ରାଶିର ଲୋକଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ।

କନ୍ୟା ଏବଂ ତୁଳା ରାଶିର ଲୋକଙ୍କ ଉପରେ ଶନିଦେବଙ୍କ ପ୍ରଭାବ।

ବୁଧ ଗ୍ରହ କନ୍ୟା ରାଶିର ସ୍ଵାମୀ ଅଟନ୍ତି ଏବଂ ବୁଧ ଶନିର ମିତ୍ର ଗ୍ରହ ଅଟନ୍ତି। ଏଥିପାଇଁ ଶନିଙ୍କ କନ୍ୟା ରାଶି ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ତୁଳା ରାଶି ଶନିଦେବଙ୍କ ଉଚ୍ଚ ରାଶିରେ ରହିଥିବା ହେତୁ ଶୁଭ ପରିଣାମ ପ୍ରାପ୍ତ ହେବ।

ବିଛା, ଧନୁ ଏବଂ ମୀନ ରାଶି ଉପରେ ଶନିଦେବଙ୍କ ପ୍ରଭାବ ।

ବିଛା ରାଶିର ସ୍ଵାମୀ ମଙ୍ଗଳ ଅଟେ ଏବଂ ମଙ୍ଗଳ ସହିତ ଶନିଙ୍କ ଶତ୍ରୁବତ ବ୍ୟବହାର ରହିଥାଏ। ଏହି କାରଣରୁ ବିଛା ରାଶିର ଜାତକ ଙ୍କ ଉପରେ ଶନିଙ୍କ ପ୍ରଭାବ ପ୍ରତିକୂଳ ରହିଥାଏ। ଧନୁ ଏବଂ ମୀନ ରାଶିର ସ୍ଵାମୀ ଗୁରୁ ଗ୍ରହ ଅଟେ। ଗୁରୁ ଗ୍ରହ ସହିତ ଶନି ମିତ୍ରଭାବ ରଖିଥାନ୍ତି। ଏଥିପାଇଁ ଧନୁ ଏବଂ ମୀନ ରାଶି ଉପରେ ଶନିଦେବ ଙ୍କ ପ୍ରଭାବ ଶୁଭ ରହିଥାଏ।

ମକର ଏବଂ କୁମ୍ଭ ରାଶି ଉପରେ ଶନିଦେବଙ୍କ ପ୍ରଭାବ –

ଶନିଦେବଙ୍କୁ ମକର ଏବଂ କୁମ୍ଭ ରାଶିର ସ୍ଵାମୀ ମାନା ଯାଇଥାଏ। ଏହି ରାଶିର ଲୋକଙ୍କ ଉପରେ
ଶନିଦେବଙ୍କ ଶୁଭ ପ୍ରଭାବ ରହିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button