ଦେଶ ବିଦେଶ

ରୁଷ ଆଗରେ ମୁଣ୍ଡ ନୁଆଁଇଲେ ୟୁକ୍ରେନ ରାଷ୍ଟ୍ରପତି: ନାଟୋରେ ମିଶିବା ପାଇଁ କୌଣସି ଆଗ୍ରହ ନାହିଁ , ଶେଷ ହେବ ଯୁଦ୍ଧ ?

ସାରା ବିଶ୍ୱ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ର ପରିଣାମ ଏବଂ ଭୟ ବହତା ଦେଖି ସାରିଛି। ଯୁଦ୍ଧ ହେଲେ କଣ କ୍ଷତି ହୋଇଥାଏ ତାହା ସାରା ବିଶ୍ୱ ଭଲ ଭାବରେ ଅବଗତ ହୋଇଛି। ତେବେ ଅନେକ ଲୋକଙ୍କ ମନରେ ଆଶଙ୍କା ଥିଲା ଯେ ତୃତୀୟ ବିଶ୍ଵଯୁଦ୍ଧ ଯଦି ହୁଏ ତେବେ ତାହା କେବଳ ପାଣି ପାଇଁ ହେବ। କିନ୍ତୁ ଏପରି କିଛି ଘଟି ନାହିଁ ଏବଂ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଗତ ୧୩ ଦିନ ହେବ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି।

ତେବେ ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନଥିଲା। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି। ବର୍ତ୍ତମାନ ଯେଉଁ ଖବର ମିଳିଛି ୟୁକ୍ରେନ ରୁଷିଆର ସମସ୍ତ ସର୍ତ୍ତ ମାନିବା ପାଇଁ ରାଜି ହୋଇ ସାରିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଦୀର୍ଘ ୧୩ ଦିନ ଧରି ଅସ୍ତ୍ର ବିରତି ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ସମ୍ମୁଖରେ ମୁଣ୍ଡ ନୁଆଇଁଛନ୍ତି। ଶେଷରେ ରୁଷ ସହ ବୁଝାମଣା ପାଇଁ ରାଜି ହୋଇଥିବା ଜଣା ପଡ଼ିଛି। କେବଳ ସେତିକି ନୁହେଁ ଜେଲେନସ୍କି କହିଛନ୍ତି ଯେ ତାଙ୍କର ଆଉ ନାଟୋ ସଦସ୍ୟତା ପାଇଁ ଆଗ୍ରହ ନାହିଁ, ଯେଉଁଥିପାଇଁ ତାଙ୍କ ଦେଶକୁ ରୁଷ ଆକ୍ରମଣର ଶିକାର ହେବାକୁ ପଡ଼ିଲା।

ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି ଏସିବି ନ୍ୟୁଜକୁ ଇଣ୍ଟରଭିଯୁରେ କହିଛନ୍ତି ଯେ ନାଟୋ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ତେବେ ଏହି ନାଟୋ ସଂସ୍ଥା ବିବାଦ ଏବଂ ରୁଷ ସହ ମୁକାବିଲା କରିବା ପାଇଁ ଡ଼ରୁଛି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୟୁକ୍ରେନ ଉପରକୁ ଆକ୍ରମଣ କରିବା ପୂର୍ବରୁ ଫେବ୍ରୁଆରି ୨୪ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ର ଦୁଇଟି ରୁଷ୍-ସପକ୍ଷବାଦୀ ଅଞ୍ଚଳ ଡୋନେସ୍କ ଓ ଲୁହାଂସ୍କକୁ ସ୍ବାଧୀନ ମାନ୍ୟତା ଦେଇଦେଲେ। ବର୍ତ୍ତମାନ ରୁଷ ରାଷ୍ଟ୍ରପତି ଚାହୁଁଛନ୍ତି ଯେ ୟୁକ୍ରେନ ମଧ୍ୟ ସେହି ଦୁଇଟି ଅଞ୍ଚଳକୁ ସ୍ୱାଧୀନତା ପ୍ରଦାନ କରୁ। ଜେଲେନ୍‌ସ୍କି ରୁଷ ସହ କଥାବାର୍ତ୍ତା ହେବା ପାଇଁ ରାଜି ହୋଇଛନ୍ତି ବୋଲି ଜଣାପଡିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button