ଜୀବନଶୈଳୀ

ଦିନେ ଥିଲେ ଏକର ଏକର ସମ୍ପତ୍ତିର ମାଲିକ, ଏବେ ଦାଣ୍ଡର ଭିକାରୀ

ରାଜଧାନୀରେ ନିସ୍ତବ୍ଦତା ଅନେକବେଳୁ ପ୍ରବେଶ କରିସାରିଥାଏ l ହେଲେ ଲୋକ ଆଉ ଯାନ ବାହାନ ଯାତାୟାତ ଯୋଗୁଁ ରାତିଟା ଶାନ୍ତି ଖୋଜିଲେ ବି ପାଏନି l ଆଉ ସେହି ମଧ୍ୟ ରାତ୍ରିରେ ଯେତେବେଳେ ଆମ ନଜରକୁ ଯାହା ଖବର ଆସେ ଆମେ ଗୋଟି ଗୋଟି ସାଇତି ଥାଉ ଆପଣମାଙ୍କ ପାଇଁ l ଝାପଶା ଆଲୁଅରେ ରାତି ଚାଲି ଥାଏ ତା ବାଟରେ ଆଉ ତାରି ଭିତରେ ଜଣେ ବୟସ୍କ ଲୋକ ଅନ୍ଧାର ଭିତରେ ଗୋଟିଏ ସ୍ଥାନରେ ବସି ଗୁଣୁ ଗୁଣୁ ହେଉଥାନ୍ତି l

ଦେହରେ ଶୀତ ବସ୍ତ୍ର । କାନ୍ଧରେ ଗାମୁଛା । ମୁଣ୍ଡରେ ନାଲି ଚଷମା । ମୁହଁରେ ଫୁଟୁଛି ହସ ହସ କଥା । ରାଜଧାନୀର ନିସ୍ତବ୍ଦତା ଭିତରେ ତାଙ୍କ କଥା ଭାସି ଆସୁଥାଏ । ମୁଣ୍ଡରେ ସିନା ଗାମୁଛା ଭିଡା ହୋଇଥାଏ ହେଲେ ପାଟିରୁ ସଂସ୍କୃତ ଶ୍ଳୋକ ବାହାରୁ ଥାଏ l ପୁଣି କିଛି ସମୟ ପରେ ରାମଙ୍କ କଥା l ଲାଗୁଥିଲା ବୋଧେ ମସ୍ତିଷ୍କ ବିକୃତି ଅଛି l ତେଣୁ ବାଟ ଆଡେଇ ଯିବାକୁ ବାହାରିଛୁ ସେତିକିବେଳେ ଦେଖିବାକୁ ମିଳିଲା ଜଣେ ଯୁବକ କିଛି ସମୟ ପରେ ପହଁଚିଲେ ସେହି ବୟସ୍କ ଲୋକଟି ନିକଟରେ l ଆଉ ତାଙ୍କ ପାଇଁ ଗୋଟିଏ କାଗଜ ପଟି ପକାଇଦେଇ ଖାଇବାକୁ ଵାଢ଼ିଦେଲେ l ଏସବୁ କଥାକୁ ଦେଖି ସେମାନଙ୍କୁ ପଚାରିଲୁ l ସେମାନେ ଯାହା କହିଲେ ଆମେ ସ୍ତବ୍ଦ ହୋଇ ରହିଗଲୁ l ଆସନ୍ତୁ ଆପଣ ମାନେ ବି ଜାଣନ୍ତୁ ଏହି ବ୍ୟକ୍ତି ଜଣଙ୍କ ବିଷୟରେ l

ଇଏ ହେଉଛନ୍ତି କାକଟପୁରର ଜଣାଶୁଣା ପୂଜକ ବିଜୟ ପଣ୍ଡିତଙ୍କ ପୁଅ ବିଭୂତି ପଣ୍ଡିତ । ଘର ପୁରୀ ଜିଲ୍ଲା କାକଟପୁର ନୟାହାଟ ନିକଟ ଶୋରଣ ଗାଁରେ l ପରିବାର କହିଲେ ତାଙ୍କର ଦୁଇ ଝିଅ ଆଉ ଗୋଟିଏ ପୁଅ l ଗାଁ ର ମୂଖ୍ୟ ପୂଜକ ଭାବରେ ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି l ବାଟି ବାଟି ଧନ ସମ୍ପତ୍ତିର ମାଲିକ l ଜମି ବାଡ଼ି ଏକର ଏକର ତଥାପି ଦୀର୍ଘ ବର୍ଷ ହେବ କାହିଁ କେତେ ରାଜ୍ୟ ବୁଲି ବିଭିନ୍ନ ସ୍ଥାନରେ କାମ କରି ଘରକୁ ଟଙ୍କା ଆଣି ବାଡ଼ିରେ ପୋତି ରଖିଥିଲେ l ହେଲେ ସମୟ କ୍ରମେ ତାଙ୍କର ଅବସ୍ଥା ଏପରି କେମିତି ହେଲା ସେ ବିଷୟରେ କେହି କହି ପାରୁନାହାନ୍ତି l

ତେବେ ପୁରୀ ଜିଲ୍ଲା କାକଟପୁରରୁ ଚାଲି ଚାଲି ଭୁବନେଶ୍ୱର ପହଞ୍ଚନ୍ତି l ଏଭଳି ଅବସ୍ଥାରେ ଯିଏ ଯାହା ଦେଲେ ଖାଆନ୍ତି ନଚେତ ରାସ୍ତାରୁ ଗୋଟାଇ ଖାଆନ୍ତି l ଘର ଲୋକ ଅନେକ ଚେଷ୍ଟା ପରେ ବି ଏମିତି ପରିପର୍ତ୍ତନ ହେଉନି କି ଆଉ କଣ ରହସ୍ୟ ରହିଛି ତାହା ସମସ୍ତଙ୍କୁ ଅଜଣା l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button