ବିଜ୍ଞାନ

୨୯ ଅକ୍ଟୋବରରେ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍! ଦାବି କରିଛନ୍ତି ବୈଜ୍ଞାନିକ

ଆପଣ ନିଶ୍ଚୟ ଭାବରେ ଏଲିଏନ୍ ବିଷୟରେ ଅନେକ କାହାଣୀ ଶୁଣିଥିବେ । ଯାହାକୁ ତୃତୀୟ ଗ୍ରହର ପ୍ରାଣୀ କୁହାଯାଏ । ତେବେ ଏହା ସତ କି ମିଛ କିମ୍ବା ଅନୁମାନ ଏବଂ କିଛି ବିଶ୍ଳେଷଣ ଉପରେ ଆଧାରିତ ହୋଇପାରେ । କିନ୍ତୁ ନିକଟରେ ଏକ ରିପୋର୍ଟ ଅନୁଯାୟୀ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏବଂ ବୈଜ୍ଞାନିକ ଏଲିଏନ୍ ବିଷୟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି, ଯାହା ଶୁଣିବା ପରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ବୈଜ୍ଞାନିକ ଦାବି କରିଛନ୍ତି ଯେ ଏହି ମାସର ୨୯ ଅକ୍ଟୋବରରେ ହିଁ ଏଲିଏନ୍ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ।

ତେବେ ବର୍ତ୍ତମାନ ଆମ ପାଖରେ କେବଳ ୬ ଦିନ ବାକି ଅଛି । ଏହା ଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ବୈଜ୍ଞାନିକ ଜଣକ ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଆପଣ ଅକ୍ଟୋବର ୨୯ ପୂର୍ବରୁ ଆପଣଙ୍କର ଛୁଟି ମନାଇବାକୁ ଚାହାଁନ୍ତି ତେବେ ଆପଣ ଯେତେ ମଜାଖୁସି କରିବା କଥା କରିନିଅନ୍ତୁ । କାରଣ ଏଲିଏନ୍ ଆକ୍ରମଣ ପରେ ଆମ ସହ କ’ଣ ହେବ କିଏ ଜାଣେ । ବୈଜ୍ଞାନିକଙ୍କ ଏହି ଚାଞ୍ଚଲ୍ୟକର ଦାବି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ସବୁଠାରୁ ବିଶେଷ କଥା ହେଉଛି ଏହି ବୈଜ୍ଞାନିକ କେବଳ କୌଣସି କାରଣ ବିନା ଏହି ବକ୍ତବ୍ୟ ଦେଉନାହାଁନ୍ତି ବରଂ ପୂର୍ବରୁ ଏଲିଏନ୍ ସମ୍ପର୍କିତ ଅନେକ ବ୍ୟାପକ ଗବେଷଣା କରିଛନ୍ତି ।

ତଥାପି ବିଶ୍ୱର ଅଧିକାଂଶ ଅନ୍ୟ ବୈଜ୍ଞାନିକ ଏହାକୁ ଅବାନ୍ତର ବୋଲି କହୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହାର୍ଭାର୍ଡ ଜ୍ୟୋତିର୍ବିଜ୍ଞାନୀ ପ୍ରଫେସର ଆଭି ଲୋଏବ ଦାବି କରିଛନ୍ତି ଯେ 3I/ATLAS ଏକ ଧୂମକେତୁ ସଦୃଶ, କିନ୍ତୁ ଏହା ଏକ ସାଧାରଣ ଧୂମକେତୁ ନୁହେଁ ବରଂ ଏଲିଏନ୍ ପ୍ରଯୁକ୍ତିବିଦ୍ୟା ହୋଇପାରେ । ଏହି ରହସ୍ୟମୟ ମେନହାଟନ ଆକାରର ଅନ୍ତଃନକ୍ଷତ୍ରୀୟ ପିଣ୍ଡ ଜୁଲାଇ ମାସରୁ ମହାକାଶରେ ଦ୍ରୁତ ଗତିରେ ଗତି କରୁଛି ।ଯାହାକୁ ନେଇ ଏବେ ସାରା ବିଶ୍ୱରେ ଆଲୋଚନା ତୀବ୍ର ହୋଇଛି । ଅଧିକାଂଶ ବୈଜ୍ଞାନିକ ଏହାକୁ ଏକ ଧୂମକେତୁ ବୋଲି ବିବେଚନା କରୁଛନ୍ତି ।

କିନ୍ତୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଆଭି ଲୋଏବ ବିଶ୍ୱାସ କରନ୍ତି ଯେ ଏହା ଏକ ଏଲିଏନ୍ ମହାକାଶଯାନ ହୋଇପାରେ । ଯାହା ମାନବଜାତିକୁ ରକ୍ଷା କରିବାକୁ କିମ୍ବା ନଷ୍ଟ କରିବାକୁ ଆସୁଛି । ତେବେ ଯଦି ପ୍ରକୃତରେ ଏହା ଏକ ଏଲିଏନ୍ ମହାକାଶଯାନ ତେବେ ଏହା ଅକ୍ଟୋବର ୨୯ ତାରିଖରେ ସୂର୍ଯ୍ୟର ସବୁଠାରୁ ନିକଟତର ହେବ । ଆଉ ସେହି ସମୟରେ ହିଁ ଏକ “ଆଶ୍ଚର୍ଯ୍ୟଜନକ ଆକ୍ରମଣ” ଆରମ୍ଭ କରିପାରେ । ସେଥିପାଇଁ ପ୍ରଫେସର ଆଭି ଲୋଏବ ଚେତାବନୀ ଦେଇ କହିଛନ୍ତି, “ଯଦି ତୁମେ ଛୁଟିରେ ଯିବାକୁ ଚାହୁଁଛ, ତେବେ ଅକ୍ଟୋବର ୨୯ ପୂର୍ବରୁ ଚାଲିଯାଅ ।

କାରଣ ତା’ପରେ କ’ଣ ହେବ କେହି ଜଣାଇନାହାନ୍ତି ।” ଅନ୍ୟପଟେ ପ୍ରଫେସର ଲୋଏବ୍ ଏଲିଏନ୍ ସମ୍ଭାବନାକୁ ଗମ୍ଭୀରତାର ସହ ନେଉଥିବାବେଳେ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ କ୍ରିସ୍ ଲିଣ୍ଟଟ୍ ତାଙ୍କର ଦାବିକୁ “ସମ୍ପୂର୍ଣ୍ଣ ଅବାନ୍ତରତା” ବୋଲି କହିଛନ୍ତି । ନାସା ମଧ୍ୟ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛି । ନାସା କହିଛି ଯେ 3I/ATLAS ପୃଥିବୀ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ ।

ଏହା ସୁରକ୍ଷିତ ଭାବରେ ସୌରଜଗତ ଦେଇ ଗତି କରିବ । ତଥାପି, ପ୍ରଫେସର ଲୋଏବଙ୍କ ଚେତାବନୀ ବିଶ୍ୱବ୍ୟାପୀ କୌତୁହଳ ଏବଂ ଚିନ୍ତା ସୃଷ୍ଟି କରିଛି । ଯାହାପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଆମେ ଏଥିପାଇଁ ପ୍ରସ୍ତୁତ? ଆଉ ଯଦି ନୁହେଁ ତେବେ ମାନବଜାତି ସହ କ’ଣ ହେବ? ତେବେ ଏହି କଥା କେତେ ସତ କେତେ ମିଛ ତାହା ତ ୨୯ ଅକ୍ଟୋବର ପରେ ହିଁ ଜଣାପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button