ଜୀବନଶୈଳୀ

ଡିଭୋର୍ସ ପରେ କ୍ଷୀରରେ ଗାଧେଇଲେ ଯୁବକ, ମାଙ୍କ ସହ କଲେ ସେଲିବ୍ରେସନ

ସାଧାରଣତଃ କାହାର ଜନ୍ମ ଦିନ କିମ୍ବା ବିବାହ ଉତ୍ସବରେ କେକ୍ କଟାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଲୋକେ ଡିଭୋର୍ସ ହେବାପରେ ମଧ୍ୟ ଖୁସିରେ ସେଲିବ୍ରେସନ କରିବା ସହିତ କେକ କାଟନ୍ତି । ହଁ ଆଜ୍ଞା ଏଭଳି କିଛି ଘଟଣା ଘଟଣା ସାମନାକୁ ଆସିଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ଲୋକ ନିଜ ଡିଭୋର୍ସ ହେବାପରେ ସେ କିଭଳି ଖୁସିରେ ଅଛନ୍ତି । ଏଥିପାଇଁ ତାଙ୍କୁ ପ୍ରଥମେ କ୍ଷୀରରେ ଗାଧୋଇ ଦିଆଯାଇଥିଲା । ଏହାପରେ ନୂଆ ପୋଷାକ ସହ ନୂଆ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେ ଏକ କେକ୍ କାଟିଥିଲେ । ତେବେ ସୋଲିଆଲ୍ ମିଡିଆରେ ଏଭଳି ବ୍ୟକ୍ତିଙ୍କ ଡିଭୋର୍ସ ସେଲିବ୍ରେସନକୁ ଦେଖି ବହୁତ ଲୋକେ ବିଭିନ୍ନ ପ୍ରକାର ସମାଲୋଚନା କରିଛନ୍ତି । ଏଭଳି କ୍ଷେତ୍ରରେ କିଛି ଲୋକଙ୍କୁ ଏହା ପସନ୍ଦ ହୋଇଛି । ଆସନ୍ତୁ ନଜର ପକାଇବା ପୁରା ଘଟଣା ଉପରେ ….

ସୋସିଆଲ୍ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଠାରେ ବ୍ୟକ୍ତିଟି ନିଜ ଡିଭୋର୍ସ ପରେ ଉତ୍ସବ ପାଳନ କରିଛନ୍ତି । ତେବେ ଭିଡିଓରେ ବ୍ୟକ୍ତିଟିର ମା ତାଙ୍କ ପୁଅକୁ କ୍ଷୀରରେ ଗାଧେଇ ଦେଉଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ସେ ଏକ ଭଲ ପୋଷାକ ପିନ୍ଧି କେକ୍ କାଟିଲା । ଯେଉଁ କେକରେ ଲେଖା ଯାଇଥିଲା ହେପି ଡିଭୋର୍ସ । ଏହି ଅବସରରେ ତାଙ୍କ ମା ମଧ୍ୟ ପୁଅ ସହ ସାମିଲ ହେବା ସହ ପୁଅର ଖୁସିରେ ସେ ଖୁସି ହୋଇଥିଲେ । ପୁଅକୁ ସାହାସ ଦେଇଥିଲେ । ଯାହାକି ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଫଳରେ ଏହା ଅଧିକ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଟି ସେପ୍ଟେମ୍ବର ୨୫ରେ ବିରାଦର ଡିକେ ସେୟାର କରିଥିଲେ ।

ଭିଡିଓ ଆରମ୍ଭରେ ଆପଣ ଦେଖିପାରିବେ କି ମା ପୁଅ ଉପରେ କ୍ଷୀର ଢାଳୁଛନ୍ତି । ଏହାପରେ ସେ କେକ କାଟିବା ପରମ୍ପରା ଆରମ୍ଭ କରୁଛନ୍ତି । ସେ କହିଛନ୍ତି ନିଜେ ଖୁସିରେ ରହ । ଏହାସହ ନିଜକୁ ଖୁସିରେ ରଖିବା ଉଚିତ । ନିରାଶ କିମ୍ବା ଦୁଃଖରେ ରହିବା ଉଚିତ ନୁହଁ । ୧୨୦ ଗ୍ରାମ ସୁନା ଓ ୧୮ ଲକ୍ଷ ଟଙ୍କା ନେଇନାହିଁ ମୁଁ ଦେଲି । ସିଙ୍ଗଲ ଅଛି ଖୁସି ରହିବା ସହ ମୁକ୍ତ ଅଛି । ମୋ ଜୀବନ ମୋର ନୀୟମ । ସିଙ୍ଗଲ ରହି ମୁଁ ବହୁତ ଖୁସିରେ ଅଛି ବୋଲି କହିଛନ୍ତି ପୁଅ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button