ଜୀବନଶୈଳୀ

କୋହକୁ ଆଟକାଇ ପାରୁନାହାନ୍ତି ପିଣ୍ଟୁଙ୍କ ସ୍ତ୍ରୀ, କାନ୍ଦି କାନ୍ଦି କହୁଛନ୍ତି ‘ମତେ ଛାଡ ମୁଁ ବି ମୋ ସ୍ବାମୀଙ୍କ ସହ ଯିବି…’

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ପରଲୋକ ପରେ ତାଙ୍କ ତାଙ୍କ ଶେଷ ଯାତ୍ରାରେ ଯୋଗ ଦେଇଥିଲେ ତାଙ୍କ ସ୍ତ୍ରୀ ପ୍ରତିଭା । ସବୁ ରାଗ ରୁଷାକୁ ଭୁଲି ସ୍ଵାମୀଙ୍କ ପାଇଁ ଥିବା ଭଲ ପାଇବାକୁ ନିଜ ଆଖିର ଲୁହରେ ବାହାର କରୁଛନ୍ତି ତାଙ୍କ ପତ୍ନୀ । କେହି ମଧ୍ୟ ତାଙ୍କ କାନ୍ଦ ଦେଖି କହିବେ ନାହିଁ ତାଙ୍କର ଡିଭୋସ ହୋଇସାରିଛି । ସ୍ଵାମୀଙ୍କୁ ଏତେ ଭଲ ପାଉଥିବା ସ୍ତ୍ରୀ ସ୍ଵାମୀକୁ କ୍ଷମା ମାଗିବା ପାଇଁ ଚାଲିଆସିଛି ଶେଷ ସମୟରେ ।

ଆଉ ନିଜର କୋହକୁ ଅଟକାଇ ନପାରି କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇପଡୁଥିଲେ ତାଙ୍କ ସ୍ତ୍ରୀ । କାନ୍ଦି କାନ୍ଦି କହୁଛନ୍ତି କ୍ଷମା କରିଦିଅ ମତେ । ମୋର ଭୁଲ ହୋଇଯାଇଥିଲା । ଆଉ ଦିନେ ବି ମୁଁ ତୁମକୁ ଦେଖିପାରିବିନି ଆଉ କି ଔ ଦିନେ ମଧ୍ୟ ମୁଁ ତୁମକୁ କ୍ଷମା ମାଗି ପାରିବି ନାହିଁ । ଏହାର ଉତ୍ତର ବି ତୁମ ସହ ଆଜି ଚାଲିଯିବ ମୁଁ କେମିତି ଜାଣିବି ମତେ ତୁମେ କ୍ଷମା କଲ ବୋଲି । ଏହିଭଳି କିଛି କଥା ନିଜ ମନରେ ରଖି ପିଣ୍ଟୁ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ତାଙ୍କ କାନ୍ଦ ଦେଖି ଅନ୍ୟ ମାନେ ମଧ୍ୟ ବହୁତ କାନ୍ଦୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଛନ୍ତି କାନ୍ଦେନି ବୋଲି କହୁଛନ୍ତି । ଦେବାଶିଷଙ୍କୁ ଧରି ବହୁତ କାନ୍ଦିଥିଲେ ପିଣ୍ଟୁଙ୍କ ସ୍ତ୍ରୀ ଆଉ କହିଥିଲେ କାହା ପାଇଁ ବଞ୍ଚିବି । ଦେବାଶିଷ ତାଙ୍କୁ ବୁଝାଉଥିଲେ ଆଉ କାହୁଥିଲେ ତମେ ଏବେ ଛୁଆ ମାନଙ୍କୁ ମୁହଁକୁ ଅନାଇ ବଞ୍ଚିବ ।

ଏମିତି ଧାର୍ଯ୍ୟ ହରା ହୁଅନି । ଏହା କହି ଦେବାଶିଷ ମଧ୍ୟ ଜୋରେ କାନ୍ଦୁଛନ୍ତି । କେଉଁ ସ୍ତ୍ରୀ ବା ସହିବ ସାରା ଜୀବନ ପାଇଁ ସାଥି ହୋଇ ଚାଲିବାର ବନ୍ଧନରେ ବାନ୍ଧି ହେବା ପରେ ସ୍ଵାମୀ ଯେତେବେଳେ ପର କରି ଚାଲିଯାଏ ଏହା କେମିତି ଗୋଟିଏ ଧର୍ମପତ୍ନୀ ଧର୍ଯ୍ୟ ଧରି ରହିବ । ମାଆ ହୋଇ ଯେବେଳେ ଯେତେବେଳେ ଆଖି ସାମ୍ନାରେ ଦେଖିବେ ଛୁଆଙ୍କ ପାଇଁ ଆଉ ତାଙ୍କ ବାପା ରହିବେନି ସାହା ଭରସା ହୋଇ ସେତେବେଳେ କେମିଛି ଛାତିର କୋହ ଅଟକିବ ।

ପିଣ୍ଟୁ ନନ୍ଦ ସିନା ଚାଲିଗଲେ ହେଲେ ଏକା ହୋଇଗଲେ ତାଙ୍କ ସ୍ତ୍ରୀ । ପିଲାଙ୍କ କଥା ବର୍ତ୍ତମାନ ଏକା ବୁଝିବେ ମାଆ । ପିଲାମାନେ ଏବେ ଏକା ବାଟ ଚାଳିବେ ବାପା ଆଉ ତାଙ୍କ ଦିଗଦର୍ଶନ କେବେ ବନିବେ ନାହିଁ । ଏବେ ପିଣ୍ଟୁଙ୍କ ସ୍ତ୍ରୀ ପିଲାମାନଙ୍କ ସାହସ ହୋଇ ବଞ୍ଚିବାର ଆଶ୍ଵସନା ହିଁ ତାଙ୍କୁ ସମସ୍ତେ ଦେଉଛନ୍ତି । ଆଶା କରୁଛୁ ଏଭଳି ଘଟଣା କାହା ସହ ନ ଘଟୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button