ବିଚାର

ସାର ହେବ ତ ଏମିତି ! ଅବସର ପରେ ଫାଟି ପଡୁଛି ସମସ୍ତଙ୍କ ହୃଦୟ… ଦୃଶ୍ୟ ଦେଖିଲେ ଆପଣ ବି କହିବେ “ସାର ହେବ ତ ଏମିତି”

ଦର୍ଶକ ବନ୍ଧୁ କାନ୍ଦି କାନ୍ଦି କୋହଭରା କଣ୍ଠରେ ବିଦ୍ୟା ନେଉଥିବା ପ୍ରଧାନ ଶିକ୍ଷକ ଜଣକ । ଏହି ସ୍କୁଲ ହେଉଛି ତାଙ୍କର ହୃଦୟ । ଯେତେବେଳେ ଟିକେ ସମୟ ପାଆନ୍ତି ଏଠାରେ ବିତାଇଥାନ୍ତି । ପରିବାରକୁ ଅଧ ଘଣ୍ଟା ସମୟ ଦେବାକୁ ତାଙ୍କ ପାଖରେ ସମୟ ନ ଥାଏ । ଏହି ସ୍କୁଲ ହିଁ ନିଜର ପରିବାର ଓ ଘର ଠାରୁ ଅଧିକ ଭଲ ପାଉଥିଲେ ଏବଂ ଜୀବନ ଥିବା ଯାଏଁ ଭଲ ପାଉଥିବେ ।

ଏଠାରେ ଶିକ୍ଷା ଗ୍ରହଣ କରି ଶିକ୍ଷକରୁ ପ୍ରଧାନ ଶିକ୍ଷକ ହୋଇ ବିଦାୟ ନେଲେ । ହେଲେ ବିଦ୍ୟା ନେବା ବେଳେ ପ୍ରଧାନ ଶିକ୍ଷକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ ଝରିଯାଉଛି । ଏ ଦୃଶ୍ୟ ହେଉଛି ବାଲେଶ୍ଵର ଔପଦା ର ସାନପାଟପୁର ଉଚ୍ଚ ବିଦ୍ୟାଳୟ । ପିଲାଙ୍କ ହସ ଖୁସିରେ ଫାଟି ପଡୁଥିବା ଏହି ସ୍କୁଲରେ ଆଜି କାନ୍ଦ ବୋବାଳି । ସଭିଙ୍କ ମୁହଁରେ ସତେ ଯେମିତି ହସ ହଜିଯାଇଛି ।

ହଜିବନି ବା କେମିତି ଏ ସ୍କୁଲକୁ ଯିଏ ନିଜର ଜୀବନର ସବୁ ସମୟ ଦେଇ ନୂଆ ପରିଚୟ ଦେଇ ତିଆରି କରିଥିଲେ ଆଜି ସେ ଅବସର ନେଉଛନ୍ତି । ସ୍କୁଲର ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସ । ଏଠାରେ ପାଠ ପଢି ବଡ ଚାକିରି କରିବାର ସ୍ଵପ୍ନ ଦେଖୁଥିଲେ ଉପେନ୍ଦ୍ର । ପରେ ସମୟ କ୍ରମେ ଏଠାରେ ଶିକ୍ଷକତା ଚାକିରି କରି ଏହି ସ୍କୁଲରେ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରୁଥିଲେ । ଆଜି ଶିକ୍ଷାକତାରୁ ଅବସର ନେଉଛନ୍ତି ।

ସ୍କୁଲର ଇଟା, ବାଲି ସହ ତାଙ୍କର ଆନ୍ତରିକତା ଯୋଡି ହୋଇ ରହିଛି । ଏମିତିକି ସ୍କୁଲର ପ୍ରତେକ ଛାତ୍ର ଛାତ୍ରୀଙ୍କୁ ନିଜ ପୁଅ ଝିଅ ଭଳି ସ୍ନେହା କରୁଥିଲେ । ଉପେନ୍ଦ୍ର ବିଦ୍ୟା ନେବା ସମୟରେ କାନ୍ଦି ଭାବ ବିହ୍ଵଳ ହୋଇ ପଡିଛନ୍ତି । କାରଣ ସେ ଏମିତି ଜଣେ ପ୍ରଧାନ ଶିକ୍ଷକ ପିଅନ ଆସିବା ପୂର୍ବରୁ ଗେଟ ଖୋଲିବା ସହ ଅଫିସ ର ଅଧା କାମ ସାରି ଦିଅନ୍ତି ।

କେବଳ ସ୍କୁଲ ଷ୍ଟାଫ ବା ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ନୁହେଁ ବରଂ ପୁରାତନ ଛାତ୍ର ଛାତ୍ରୀ ସାର ଙ୍କ ବିଦ୍ୟା କାଳୀନ ସଭାରେ ପହଞ୍ଚି ସାରା ଙ୍କୁ ବାର ଯିବା ଭଳି ଫୁଲ ସଜା ଏକ ଗାଡିରେ ନେବା ସହ ସମସ୍ତେ ମିଶି ଏକ ଲମ୍ବା ବାଇକ ରାଲି କରି ସାରା ଙ୍କୁ ଘରେ ନେଇ ଛାଡିଥିଲେ । କାରଣ ସାର ପରା ପାଠ ପଢାଇ ବେଳେ ବାପା ମା ଙ୍କ ଭଳି ସ୍ନେହ କରୁଥିଲେ । ଏମିତିକି ଡ୍ରେସ ରେ ଧୁଳି ଲାଗିଥିଲେ ଝାଡି ଦେଉଥିଲେ ।

ଯଦି ପ୍ରତେକ ଶିକ୍ଷକ ଛାତ୍ର ଛାତ୍ରୀ ଙ୍କୁ ଭଳି ସ୍ନେହ ମମତା ଦେଇ ଭଲ ପାଇବେ ତେବେ ଏହା ସମାଜ ପାଇଁ ଏକ ଭଲ ବାର୍ତ୍ତା ଦେବା ସହ ସରକାର ଙ୍କୁ ମଧ୍ୟ ବିଦ୍ୟାଳୟ କାନ୍ଥ ବାଡ ଠାରୁ ଆରମ୍ଭ କରି ନୋଟିସ ବୋର୍ଡ ରେ ଆଉ ଦଣ୍ଡ ମୁକ୍ତ ଅଞ୍ଚଳ ବୋଲି ଲେଖିବାକୁ ପଡିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button