କରୋନା

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଓଡ଼ିଶାକୁ ମିଳିଲା Alert, ଚିହ୍ନଟ ହେଲା ଚୀନ ର ମାରାତ୍ମକ କରୋନା ଭ୍ୟାରିଆଣ୍ଟ…. ରୁହନ୍ତୁ ସତର୍କ

ନମସ୍କାର ବନ୍ଧୁଗଣ, ବିଗତ ଦୁଇ ବର୍ଷ ତଳେ ହୋଇଥିବା କାରୋନା ମହାମାରୀର ଦୃଶ୍ୟ ମନରୁ ଯାଇଛି କି ନାହିଁ ପୁଣି ତାହା ବ୍ୟାପିବାର ଡର ମନରେ ଆସିଲାଣି । ଖବର ଅନୁଯାୟୀ ଚୀନ ଭ୍ୟାରିଆଣ୍ଟ ଏବେ ଓଡିଶାରେ ଚିହ୍ନଟ ହୋଇସାରିଛି । ଯାହା ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜ୍ୟ ସରକାର ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ଆଇନକୁ କଡା କଡି କରିଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହା ସମ୍ପର୍କରେ ଥିବା ସମ୍ପୂର୍ଣ ଖବର ଉପରେ ।

ସାରା ଓଡିଶାକୁ ଏବେ ଆଲର୍ଟ ଜାରି କରାଯାଇଛି । ଲୋକମାନେ ଭୟଭୀତ ନେହେବାର ପରାମର୍ଶ ଦିଆଯାଇଛି । ସତର୍କ ରହିବା ସହ ସାବଧାନ ରହିବା ପାଇଁ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଡିଶାର ସବୁ ଜିଲାପାଳ ଏବଂ ସିଡିଏମଙ୍କୁ ସ୍ୱାସ୍ଥ୍ୟ ସଚିବ ଚିଠି ପଠାଇଛନ୍ତି । ଚୀନ, ଜାପାନ, ଆମେରିକା, କୋରିଆ ଏବଂ ବ୍ରାଜିଲରେ କାରୋନାର ଚତୁର୍ଥ ଲହର ଚାଲିଥିବା ବେଳେ ସଂକ୍ରମଣ ଏବେ ବଢିବାକୁ ଲାଗିଛି । ଟୀକାକରଣ ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦେବାକୁ ସୂଚନା ଦିଆଯାଇଛି ।

ସର୍ଭେଲାନ୍ସ ଷ୍ଟ୍ରାଟେଜିକୁ କଡା କଡି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏପର୍ଯ୍ଯନ୍ତ ଦେଶରେ 3ଟି BF.7 ଭ୍ୟାରିଏଣ୍ଟ ଚିହ୍ନଟ ହୋଇସାରିଲାଣି । ଦୁଇଟି ଗୁଜୁରାଟରୁ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଓଡିଶାରୁ ଚିହ୍ନଟ ହୋଇଛି । ଆମ ଓଡିଶାର ଖୋର୍ଦ୍ଧା ଜିଲ୍ଲାରୁ ପ୍ରଥମ ଚୀନ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି । ଚୀନ ଭଳି ଭାରତରେ ପରିସ୍ଥିତି ଉପୁଜିବ ନାହି ବୋଲି ସ୍ୱାସ୍ଥ୍ୟ ସଚିବ ଆଶା ରଖିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଏହି କଥାକୁ ଭାବି ହେ ଜ୍ଞାନ ହୋଇ ବସିଯିବା ମୁର୍ଖାମି ହେବ । ତେଣୁ ଏହି ଭ୍ୟାରିଏଣ୍ଟ ନିଜର ରୂପ ଦେଖାଇବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ନଚେତ ପରିସ୍ଥିତି ଅସମ୍ଭାଳ ମଧ୍ୟ ହୋଇଯାଇପାରେ । ଚୀନ ଭଳି ଭାରତରେ ଣ ଉପୁଜିବା ପଛରେ କିଛି କାରଣ ରହିଛି । ତାହା ହେଉଛି ଚୀନରେ ଦିଆଯାଇଥିବା ଭ୍ୟାକସିନ ଠାରୁ ଭାରତରେ ଦିଆଯାଇଥିବା ଭ୍ୟାକସିନ ଯଥେଷ୍ଟ ଭଲ ।

ଚୀନରେ 80 ବର୍ଷରୁ ଉର୍ଦ୍ଧ ଥିବା ବୟସ୍କ ବ୍ୟକ୍ତିଙ୍କୁ ଭ୍ୟାକସିନ ବିଲକୁଲ ମଧ୍ୟ ଦିଆଯାଇ ନାହି । ଏହିସବୁ କାରଣ ଅନୁଯାୟୀ ଭାରତରେ ଏହି ଭ୍ୟାରିଏଣ୍ଟର ନିୟନ୍ତ୍ରଣ ରହିବ ବୋଲି ଅନୁମାନ କରାଯାଉଛି । ତେବେ ରାଜ୍ୟ ସରକାର ସମସ୍ତ ଜରୁରୀ କାଳୀନ କାର୍ଯ୍ୟ ଗୁଡିକୁ ତୁରନ୍ତ ଆରମ୍ଭ କରିବାର ପରାମର୍ଶ ଦେଇସାରିଲେଣି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟର କରିବାକୁ ଜମା ବି ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button