କରୋନା

ଆମେରିକାରେ କୋଭିଡ-୧୯ ଭ୍ୟାକ୍ସିନର ସଫଳ ପରୀକ୍ଷଣ, ଭାଇରସ ସହିତ ଲଢିବାରେ ସକ୍ଷମ

କରୋନା ଭାଇରସ ବିରୁଦ୍ଧରେ ଭାରତ ସହିତ ସମଗ୍ର ବିଶ୍ଵରେ ଯୁଦ୍ଧ ଚାଲିଛି । ୧୦ ଲକ୍ଷରୁ ଅଧିକ ଲୋକ ଏହା ଦ୍ଵାରା ସଂକ୍ରମିତ ଅଟନ୍ତି ଓ ବର୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଲେଣି । ବିଶ୍ଵର ଅଧିକାଂଶ ଦେଶରେ ଲକଡାଉନ ଭଳି ପଦକ୍ଷେପ ନିଆଯାଉଛି ଓ ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି । ଏମିତିରେ ଆମେରିକାର ବୈଜ୍ଞାନିକଙ୍କ ପାଖରୁ ଗୋଟିଏ ଭଲ ଖବର ଆସିଛି । ସେମାନେ ମୂଷା ଉପରେ ସମ୍ଭାବିତ ଭାଇରସ ପରୀକ୍ଷଣରେ ସଫଳତା ପାଇଛନ୍ତି ।

ଆମେରିକାର ୟୁନିଭର୍ସିଟି ଅଫ ପିଟ୍ସବର୍ଗ ର ସ୍କୁଲ ଅଫ ମେଡ଼ିସିନର ସହ ବରିଷ୍ଠ ଲେଖକ ଆନ୍ଦ୍ରିୟା ଗ୍ୟାମ୍ବୋଟୋ ଦାବି କରିଛନ୍ତି କି ଆମ ପାଖରେ ୨୦୦୩ ର ସାର୍ସ-୨ ଓ ୨୦୧୪ର ଏମଇଆରଏସ ର ଅନୁଭବ ଅଛି । ଏହାର ଲାଭ ଉଠାଇ ଆମେ ଯେଉଁ ନମୁନା ହାସଲ କରିଛୁ ତାହା ଦ୍ଵାରା କରୋନା ଭାଇରସ ର ସଂକ୍ରମଣକୁ ରୋକାଯାଇ ପାରିବ ।

ଏହା ଉପରେ ହୋଇଥିବା ସଂପୂର୍ଣ୍ଣ ସୂଚନା ପତ୍ରିକା ଇ-ବାୟୋମେଡ଼ିସିନ ରେ ପ୍ରକାଶିତ ହୋଇଛି । ବୈଜ୍ଞାନିକମାନଙ୍କର କହିବା ଅନୁସାରେ ତାଙ୍କର ସେହି ପରୀକ୍ଷଣ ଭ୍ୟାକ୍ସିନ କୋଭିଡ-୧୯ ସହିତ ଲଢିବା ପାଇଁ ଅଧିକ ପରିମାଣରେ ଆଣ୍ଟିବଡିଜ ପ୍ରସ୍ତୁତ କରିବାରେ ସକ୍ଷମ ଅଟେ । ବୈଜ୍ଞାନିକ ମାନେ ଦାବି କରିଛନ୍ତି କି ଏହି ଭ୍ୟାକ୍ସିନ ଇଞ୍ଜେକ୍ଟ କରିବାର ଦୁଇ ସପ୍ତାହରେ ହିଁ ଏହା ଭାଇରସକୁ ସମାପ୍ତ କରିବାରେ ସକ୍ଷମ ହେବ । ମୂଷା ଉପରେ ଏହାର ପରୀକ୍ଷାରେ ଆଶ୍ଚର୍ଯ୍ୟ ଜନକ ଫଳାଫଳ ମିଳିବା ପରେ ବୈଜ୍ଞାନିକମାନେ ଆମେରିକି ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଦ୍ଵାରା ଏହାକୁ ମାନବ ଶରୀର ଉପରେ ପ୍ରୟୋଗ କରିବାର ଅନୁମତି ମାଗିଛନ୍ତି ।

ବର୍ଷେ ପର୍ଯ୍ୟନ୍ତ ଭାଇରସକୁ କ୍ରିୟାହିନ କରିବାରେ କାର୍ଯ୍ୟକାରୀ

କରୋନା ଭାଇରସ ସାର୍ସ ଓ ଏମଏଆରଏସ ନାମକ ଭାଇରସ ସହ ମିଶୁଛି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି କି ଯେହେତୁ ପଶୁମାନେ ବହୁ ଦିନରୁ ଟ୍ରାକ ହୋଇନଥିଲେ, ଏମିତିରେ ଏହା କହିବା ମୁସ୍କିଲ ଅଟେ କି ପ୍ରତିରୋଧକ ଶକ୍ତି କରୋନା ଭାଇରସ ସହିତ କେତେ ଲଢି ପାରିବ । କିନ୍ତୁ ମୂଷା ଉପରେ ଏହି ଟୀକା ସଫଳ  ପ୍ରମାଣିତ ହୋଇଛି । ଏଥିରେ ଏତେ ଆଣ୍ଟିବଡିଜ ସୃଷ୍ଟି ହୋଇଛନ୍ତି କି ଏହା ଏକ ବର୍ଷ ପର୍ଯ୍ୟନ୍ତ ଏହି ଭାଇରସକୁ ନିଷ୍କିୟ କରିବାରେ ସକ୍ଷମ ଅଟେ ।

ଭ୍ୟାକ୍ସିନର ନାମ ପିଟକୋବେକ

ବୈଜ୍ଞାନିକମାନେ କହିଛନ୍ତି କି କୋଭିଡ-୧୯ ସହିତ ଯୋଡି ହୋଇଥିବା ଦୁଇଟି ଭାଇରସ ଆମକୁ ସ୍ପାଇକ ପ୍ରୋଟିନ ବିଷୟରେ ଶିଖାଇଛି ଯାହା ଭାଇରସ ବିରୁଦ୍ଧରେ ଇମ୍ୟୁନିଟି ପାୱାର ବଢାଇବାରେ ସକ୍ଷମ ଅଟେ । ଏହି ଭ୍ୟାକ୍ସିନକୁ ବୈଜ୍ଞାନିକମାନେ ପିଟକୋବେକ ନାମ ଦେଇଛନ୍ତି ।

ଏମିତି ହୋଇଥାଏ ବ୍ୟବହାର

ବୈଜ୍ଞାନିକମାନେ ଏହାର ପ୍ରଭାବ ବଢାଇବା ପାଇଁ ଔଷଧ ଦେବାର ନୂତନ ପ୍ରଣାଳୀ ଉପଯୋଗ କରିଛନ୍ତି ,ସେମାନେ ଆଙ୍ଗୁଠି ନଖ ଭଳି ସରୁ ଛୁଞ୍ଚିର ପେଚ କରିଛନ୍ତି ଯାହା ଚେହେରାରେ ସ୍ପାଇକ ପ୍ରୋଟିନର ଖଣ୍ଡ ଇଞ୍ଜେକ୍ଟ କରିଦେଇଥାଏ ,ଯେଉଁଠି ପ୍ରତିରୋଧକ କ୍ଷମତା ସବୁଠାରୁ ମଝବୁତ ହୋଇଥାଏ । ଏହି ପେଚ ପ୍ଲାଷ୍ଟର ଭଳି ଲଗାଯାଇ ଥାଏ ଓ ଛୁଞ୍ଚି ଶରୀର ଭିତରକୁ ଚାଲି ଯାଇଥାଏ, ଯାହାକୁ ସୁଗାର ଏବଂ ପ୍ରୋଟିନ ଦ୍ଵାରା ବନା ଯାଇଥାଏ ।

କଷ୍ଟ ବି ହୋଇନଥାଏ

ବୈଜ୍ଞାନିକଙ୍କ ସହିତ ସାମିଲ ହୋଇଥିବା ତ୍ଵଚା ବିଶେଷଜ୍ଞ ପ୍ରଫେସର ଲୁଇସ ଫାଲୋ କହିଛନ୍ତି ,ଆମେ ସେହି ଷ୍ଟାର୍ଚ ପଦ୍ଧତିକୁ ଆପଣାଇଛୁ ଯାହା ସ୍ମଲ ପକ୍ସର ଟିକାକୁ ଲଗାଇବା ପାଇଁ ଉପଯୋଗ କରାଯାଇଥାଏ ଏବଂ ଏହା ଦ୍ଵାରା କଷ୍ଟ ବି ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button