ଦେଶ ବିଦେଶ

ମଙ୍ଗଳ ଗ୍ରହରେ ପୂର୍ବେ ଥିଲା ମାଟି ତଳେ ବହୁତ ପାଣି, ଜାଣନ୍ତୁ କେମିତି ଜଣା ପଡିଲା ଏହି କଥା

ମନୁଷ୍ୟର ସର୍ବଦା ଚେଷ୍ଟା ଥାଏ କି ସେ ଏହି ପୃଥିବୀ ଛଡା ଅନ୍ୟ କୌଣସି ଗ୍ରହ ଉପରେ ଜୀବନ ଖୋଜି ବାହାର କରିବ । ଏହି ଚେଷ୍ଟାରେ ସେ ଚନ୍ଦ୍ରମା ଉପରେ ନିଜର ଏକ ବସ୍ତି ବସାଇବା ବିଷୟରେ ଚିନ୍ତା କରୁଛି ତେବେ ଏହି କଥା ଉପରେ ବି ରିସର୍ଚ କରାଯାଉଛି କି ମଙ୍ଗଳ ଗ୍ରହ ଉପରେ ବି ଜୀବନର କେତେ ସମ୍ଭାବନା ଅଛି । ବର୍ତ୍ତମାନ ନେଚର ଜିୟୋ ସାଇଂସରେ ପ୍ରକାଶିତ ଏକ ରିସର୍ଚରେ ଜଣା ପଡିଛି କି ମଙ୍ଗଳ ଗ୍ରହରେ କୋଟି କୋଟି ବର୍ଷ ପୂର୍ବେ ଏହାର ମାଟି ତଳେ ପାଣିର ଦୁଇଟି ବଡ ସ୍ରୋତ ଥିଲା ।

ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ମାଟି ତଳେ ଦୁଇଟି ଏମିତି ସ୍ଥାନକୁ ଠାବ କରିଛନ୍ତି, ଯେଉଁ ସ୍ଥାନରେ କେବେ ବହୁତ ପାଣି ଥିଲା । କିନ୍ତୁ ଏହା ମାନିବା କଷ୍ଟ ଅଟେ, କାରଣ ଆଜି ଯେଉଁ ଗ୍ରହ ଶୁଖିଲା ଓ ଧୁଳି ଭରା ଅଟେ ସେ କେବେ ପାଣିରେ ଭରପୁର ଗ୍ରହ ଥିଲା । ଖାସ କଥା ଏହା ଅଟେ କି ଏହି ଦୁଇଟି ଜାଗା ବିଲକୁଲ ଅଲଗା ଅଟେ । ଏମାନଙ୍କ ରାସାୟନିକ ସରଞ୍ଚନା ଅଲଗା ଅଟେ ।

ଐରୀଜୋନା ୟୁନିବର୍ସିଟୀର ବୈଜ୍ଞାନିକ ଡା. ଜେସିକା ବାର୍ନ୍ସଙ୍କ (Jessica Barnes) କହିବା ଅଟେ କି ପାଣି ଥିବା ବିଷୟରେ ମଙ୍ଗଳର ପଥରରୁ ଜଣା ପଡିଥାଏ । ଆମେ ସେହି ସ୍ଥାନରୁ ନମୁନା ଆଣି ପାରିଲୁ ନାହିଁ ଓ ଆଜି ପର୍ଯ୍ୟନ୍ତ ଆମେ ଏମିତି କୌଣସି ମିଶନର ଯୋଜନା ବି ତିଆରି କରି ନାହୁଁ ଯିଏ ସେଠୁ ନମୁନା ଆଣି ପାରିବ । କିନ୍ତୁ ମଙ୍ଗଳ ନିଜେ ଆମ ପାଇଁ ଏହାର ବ୍ୟବସ୍ଥା କରି ଦେଇଛି ।

କହିବାକୁ ଗଲେ ମଙ୍ଗଳ ଗ୍ରହର ପୃଷ୍ଠରୁ ଉଲ୍କା ପିଣ୍ଡ ପୃଥିବୀ ପୃଷ୍ଠକୁ ସମୟ ସମୟରେ ଆସିଥାଏ । ଏମିତି ହିଁ ଦୁଇଟି ଉଲ୍କାପିଣ୍ଡ ପୃଥିବୀ ପୃଷ୍ଠରେ ଅଛି । ଗୋଟିଏ ୧୯୮୪ ରେ ଅଂଟାର୍ଟିକାରେ ଖୋଜା ଯାଇଥିଲା । ଯାହାକି ଏଲନ ହିଲ୍ସ ୮୪୦୦୧ ଓ ଦ୍ଵିତୀୟଟିକୁ ସହାରା ମରୂଭୁମିରେ ଖୋଜା ଯାଇଥିଲା ଯାହାକି ନର୍ଥୱେସ୍ଟ ଆଫ୍ରିକା ୭୦୩୪ ଅଟେ । ଡା. ବାର୍ନ୍ସଙ୍କ ଟିମ ଏହି ଉଲ୍କା ପିଣ୍ଡ ଭିତରେ ହାଇଡ୍ରୋଜେନର ଆଇସୋଟୋପ୍ସ (ଅଲଗା ନ୍ୟୁଟ୍ରନ୍ସର ସଂଖ୍ୟା ବାଲା ପରମାଣୁ) ଠାବ କରିଛନ୍ତି ।

ତାଙ୍କୁ ଡ୍ୟୁଟେରିୟମ ଓ ପ୍ରୋଟିୟମ ନାମକ ଦୁଇଟି ହାଇଡ୍ରୋଜନ ଆଇସୋଟୋପ ମିଳିଛି । ଏମାନଙ୍କ ଉପସ୍ଥିତି ଗୋଟିଏ ପାଣିର ଜୀବାଶ୍ମ ଭଳି ଏହା କହିଥାଏ କି ଗୋଟିଏ ସମୟରେ ଏହା ପାଣି ରୂପରେ ସେହି ସ୍ଥାନରେ ଉପସ୍ଥିତ ଥିଲା । ଯେଉଁଠୁ ଏହି ଉଲ୍କା ପିଣ୍ଡ ଆସିଥିଲା । ଏହି ଦୁଇଟିର ଆଇସୋଟୋପ୍ସର ଅନୁପାତରେ ମଙ୍ଗଳ ଗ୍ରହର ପାଣିର ଇତିହାସ ବିଷୟରେ ଜଣା ପଡିଥାଏ ଓ ଏହା ବି ଜଣା ପଡିଥାଏ କି ଏହା କେଉଁଭଳି ଭାବରେ ରାସାୟନିକ ପ୍ରକ୍ରିୟାରୁ ଗତି କରିଛି ।

Google

ଅଂଟାର୍ଟିକା ବାଲା ଉଲ୍କା ପିଂଡ ଉପରେ ରେଡିୟୋଆକ୍ଟିବ ଡେଟିଂଗ ଟେକନିକର ପ୍ରୟୋଗ ଦ୍ଵାରା ଜଣା ପଡିଥାଏ କି ମଙ୍ଗଳ ଉପରେ ୩.୯ ଅରବ ବର୍ଷ ପୂର୍ବେ ପାଣି ଥିଲା । ଅନ୍ୟ ପଟେ ଆଫ୍ରିକା ଉଲ୍କା ପିଣ୍ଡରୁ ଡେଟିଂଗରୁ ଜଣା ପଡିଥାଏ କି ମଙ୍ଗଳ ଉପରେ ୧.୫ ଅରବ ବର୍ଷ ପୂର୍ବେ ପାଣି ଥିଲା । ଏହାର ଖାସ କଥା ଏହା ଅଟେ କି ଦୁଇଟି ଉଲ୍କା ପିଣ୍ଡରେ ହାଇଡ୍ରୋଜେନ ଆଇସୋଟୋପର ଅନୁପାତ ସମାନ ଥିଲା ।

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏଠିକାର ଅନୁପାତ ମଙ୍ଗଳକୁ ଯାଇଥବା ରୋବର୍ଟ ବି ସେଠିକାର ନୁମୁନାରେ ପାଇଛି । ଏତିକି ନୁହେଁ ଏହା ପୂର୍ବରୁ ହୋଇଥିବା ରିସର୍ଚରେ ଏହା ଜଣା ପଡିଛି କି ମଙ୍ଗଳ ଗ୍ରହ ଭିତରେ ମ୍ୟାଗ୍ମାର ମହାସାଗର ନାହିଁ ଯେମିତି କି ପୃଥିବୀ ତଳେ ଅଛି । ପୃଥିବୀ ପୃଷ୍ଠ ତଳେ ବଡ ତରଳ ଗରମ ମ୍ୟାଗ୍ମା ପହଁରୁଛି । ଏହିଭଳି ମଙ୍ଗଳ ଗ୍ରହ ଉପରେ ନାହିଁ ।

ଏହା ଛଡା ଆଉ ମଧ୍ୟ ଜଣା ପଡିଛି କି ଏହି ପାଣିର ଦୁଇଟି ସ୍ରୋତ ଅଲଗା ଥିଲା ଓ ପରସ୍ପର ମଧ୍ୟରେ ଏମାନଙ୍କ କୌଣସି ସମ୍ବନ୍ଧ ନ ଥିଲା । ଏହି ରିସର୍ଚ ମଙ୍ଗଳ ଗ୍ରହର ଆସ୍ଟ୍ରୋବାୟୋଲୋଜୀ ଓ ସେଠି ପୂର୍ବେ ଜୀବନ ହେବାର ସମ୍ଭାବନାକୁ ବୁଝିବାରେ ବହୁତ ମୁଖ୍ୟ ସୂଚନା ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button