ଲକ ଡାଉନରେ ଆନନ୍ଦ ମହିନ୍ଦ୍ରା ନିଜ ଫ୍ୟାକ୍ଟ୍ରିଗୁଡ଼ିକରେ ପ୍ଲେଟ୍ ବଦଳଲେ ବ୍ୟବହାର କରୁଛନ୍ତି କଦଳୀ ପତ୍ର, ଆସନ୍ତୁ ଜାଣିବା କାହିଁକି

ଏହି ଲକ ଡାଉନ ସମୟରେ ଆନନ୍ଦ ମହିନ୍ଦ୍ରା ଏକ ପ୍ରେରଣାଦାୟକ କାମ କରିଛନ୍ତି । ଯାହା ଦ୍ଵାରା ଲକ ଡାଉନ ସମୟରେ ସଂଘର୍ଷ କରୁଥିବା କୃଷକ ଓ ବ୍ୟବସାୟୀଙ୍କୁ ସାହାର୍ଯ୍ୟ ମିଳି ପାରିବ । ଲକ ଡାଉନ ସମୟରେ ହଜାର ହଜାର କୃଷକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଓ ମହିନ୍ଦ୍ରା ଗୃପ ର ଚେୟାରମ୍ୟାନ ଏମାନଙ୍କୁ ସାହାର୍ଯ୍ୟ କରିବା ପାଇଁ କିଛି ପଦକ୍ଷେପ ନେଇଛନ୍ତି । ସେ କଦଳୀ ଚାଷୀମାନଙ୍କର ଉତ୍ପାଦ ବିକ୍ରୟ କରିବାରେ ସାହାର୍ଯ୍ୟ କରି ତାଙ୍କ କାରଖାନାର ସମସ୍ତ ପ୍ଳେଟ ଜାଗାରେ କଦଳୀ ପତ୍ର ବ୍ୟବହାର କରିବାର ନିଷ୍ପତ୍ତି ନେଇଛନ୍ତି ।

ସେ ଏହି ପଦକ୍ଷେପ ଅବସର ପ୍ରାପ୍ତ ସାମ୍ବାଦିକ ପଦ୍ମ ରାମନାଥଙ୍କ ଇମେଲ ପାଇବା ପରେ ନେଇଛନ୍ତି । ପଦ୍ମ ରାମନାଥ ଏହି ଇମେଲ ରେ କୃଷକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆନନ୍ଦ ମହିନ୍ଦ୍ରା ଦୁଇଟି ଫଟୋ ଶେୟାର କରି କାପସନ ରେ ଲେଖିଛନ୍ତି କି “ଅବସର ପ୍ରାପ୍ତ ସାମ୍ବାଦିକ ପଦ୍ମ ରାମନାଥ ମେଲ କରି ପରମର୍ଶ ଦେଇଛନ୍ତି କି ଯଦି ଆମର କ୍ୟାଣ୍ଟିନ ଗୁଡିକ ପ୍ଳେଟ ବଦଳରେ କଦଳୀ ପତ୍ର ବ୍ୟବହାର କରନ୍ତି ତେବେ ଏହା ଦ୍ଵାରା ଅନେକ କଦଳୀ ଚାଷୀଙ୍କୁ ସାହାର୍ଯ୍ୟ ମିଳି ପାରିବ । ଏହା ଉପରେ ଆମର ଚାଲୁଥିବା କାରଖାନା ଗୁଡିକ କାମ କରିବା ଆରମ୍ଭ କରିଛନ୍ତି …ଧନ୍ୟବାଦ ”



