କରୋନା

ଏହି ୧୩ଟି ଦେଶକୁ ହାଇଡ୍ରୋକ୍ସିକ୍ଳୋରୋକୁଇନ ଟ୍ୟାବଲେଟ ଦେବ ଭାରତ

ଭାରତରେ ଗତ ୨୪ ଘଣ୍ଟାରେ ବର୍ତମାନ ପର୍ଯ୍ୟନ୍ତ ୮୬୯ଟି ନୂଆ କେସ ସାମନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କିଛି ଔଷଧ ବାହାର କରାଯାଇ ନଥିଲେ ମଧ୍ୟ କିଛି ଦେଶ ଭାରତକୁ ୧୪ ମିଲିୟନ ହାଇଡ୍ରୋକ୍ସିକ୍ଳୋରୋକ୍ଵିଇନ ବଟିକା ମାଗୁଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହାକୁ ମହାମାରୀ ପାଇଁ ଦରକାର ବୋଲି କହିଥିଲେ ମଧ୍ୟ ଏହା ପ୍ରମାଣିତ ହୋଇ ନାହିଁ କି ଏହି ଔଷଧ ମହାମାରୀର ଚିକିତ୍ସା ପାଇଁ ଉପଯୋଗୀ ଅଟେ ।

ଭାରତ ନେପାଳ, ଭୁଟାନ ଏବଂ ବାଂଲାଦେଶ ସହିତ କେତେକ ଦେଶକୁ ହାଇଡ୍ରୋକ୍ସିକ୍ଳୋରୋକ୍ୟୁଇନ ଦେବ ବୋଲି କହିଛି । ସାର୍କ ଆର ବେପାର ଅଧିକାରୀ ଙ୍କ ଭିତରୁ ଜଣେ କହିଛି କି ଆମେ ଏହି ଦେଶକୁ ନିହାତି ସାହାଯ୍ୟ କରିବୁ କାରଣ ସେମାନେ ବହୁତ ଉତ୍ପାଦ ପାଇଁ ଆମ ଉପରେ ନିର୍ଭର କରିଥାନ୍ତି । ଭାରତ ପାରାସିଟାମଲ ଏବଂ ଏଚସିକ୍ୟୁ ପ୍ରତିବନ୍ଧରେ ଢିଲା ଦେଇଛି ।

କେଉଁ କେଉଁ ଦେଶକୁ ଭାରତ ହାଇଡ୍ରୋକ୍ସିକ୍ଳୋରୋକ୍ଵିଇନ ବଟିକା ଦେବ ?

ଆମେରିକା, ସ୍ପେନ, ଜର୍ମାନ, ବହରିନ, ବ୍ରାଜିଲ, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦୀପ, ବାଂଲାଦେଶ, ସେଶଲ୍ସ, ମରିଶସ, ଡୋମିନିକନ ଗଣରାଜ୍ୟ

ଭାରତ ପାଖରେ କେତେ ହାଇଡ୍ରୋକ୍ସିକ୍ଳୋରୋକ୍ୟୁଇନ ଅଛି ?

ବର୍ତମାନ ପର୍ଯ୍ୟନ୍ତ ଆମ ପାଖରେ ୩.୨୮ କୋଟି ହାଇଡ୍ରୋକ୍ସିକ୍ଳୋରୋକ୍ୟୁଇନ ଅଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଅତିରିକ୍ତ ଆପୁର୍ତିର ବ୍ୟବସ୍ଥା କରାଯାଇଛି । ନିଜ କ୍ଷେତ୍ରରେ ୨ କୋଟି ବଟିକା ଅଛି ଯାହା ପରାମର୍ଶ ପରେ ଦିଆଯିବ ।

ଗର୍ଭନମେଣ୍ଟ ନେଲେ ହାଇଡ୍ରୋକ୍ସିକ୍ଳୋରୋକ୍ଵିଇନ ରପ୍ତାନି କରିବାର ନିଷ୍ପତ୍ତି

ବିଦେଶ ମନ୍ତ୍ରାଳୟ ରୁ ସୂଚନା ମିଳିଛି କି କେତେକ ଦେଶ HCQ ଦେବା ପାଇଁ ଅନୁରୋଧ କରିଛନ୍ତି ସେଥିପାଇଁ ଗର୍ଭନମେଣ୍ଟ ଔଷଧ ରପ୍ତାନି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯାହାର ପ୍ରକ୍ରିୟା ଜାରି ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button