ଜୀବନଶୈଳୀ

ଲକଡାଉନ ସମୟରେ ଏହି ପୋଲିସ ବାଲା ଯାହା କଲେ, ତାହା ଆପଣଙ୍କୁ ହୃଦୟକୁ ଛୁଇଁଯିବ

ବର୍ତ୍ତମାନ ମହାମାରୀ ଭୂତାଣୁ ପାଇଁ ସାରା ବିଶ୍ଵରେ ଲକଡାଉନ ଚାଲିଛି । ମହାମାରୀ ପାଇଁ ଅନେକ ଲୋକଙ୍କର ଜୀବନ ଯାଇ ସାରିଲାଣି । ଏହି କାରଣରୁ ମହାମାରୀକୁ ରୋକିବା ପାଇଁ ସବୁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଛି । ଏହି ସମୟରେ ବହୁତ କିଛି ଜିନିଷ ପରିବର୍ତ୍ତନ ହୋଇ ଯାଇଛି । ସବୁ ସମସ୍ୟା ପାଇଁ ଲୋକମାନେ ପ୍ରଥମେ ପୋଲିସଙ୍କ କଥା ଭାବୁଛନ୍ତି । ଏହି ସବୁ ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋଟି ହାଇଦ୍ରାବାଦର ବେଗମପେଟ ଇଲାକାର ଅଟେ । ସେଠାକାର ଜଣେ ପୋଲିସକର୍ମୀ ଜଣେ ବୃଦ୍ଧା ମହିଳାଙ୍କୁ ନିଜ ହାତରେ ଟେକି ମହିଳାଙ୍କୁ ତାଙ୍କ ଘରେ ଛାଡି ଆସିବାର ଫଟୋ ଏଥିରେ ଦେଖିବାକୁ ମିଳିଛି । ଆମେ ସବୁବେଳେ ପୋଲିସଙ୍କର ନକରାତ୍ମକ ଫଟୋ ଦେଖି ଆସିଛେ କିନ୍ତୁ ମହାମାରୀ ଭୂତାଣୁ ପାଇଁ ଆମର ଏହି ଭାବନା ବଦଳି ଯାଇଛି । ବର୍ତ୍ତମାନ ସମୟରେ ପୋଲିସ ଲୋକମାନଙ୍କୁ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି । ସେଥିପାଇଁ ଲୋକ ମାନେ ପୋଲିସମାନଙ୍କୁ ଭଗବାନ ବୋଲି ଭାବୁଛନ୍ତି ।

ହାଇଦ୍ରାବାଦର ପୋଲିସ ଜଣେ ବୃଦ୍ଧ ମହିଳାଙ୍କୁ ରାସ୍ତାରେ ଯାଉ ଥିବାର ଦେଖିଲେ । ସେ ମହିଳାଙ୍କ ବୟସ ପ୍ରାୟ ୮୦ ପାଖାପାଖି ହେବ ଏବଂ ସେ ନିଜ ଘରର ରାସ୍ତା ଭୁଲି ଯାଇଥିଲେ । ସେହି ମହିଳା ବେମାର ଥିବା କାରଣରୁ ଠିକ ଭାବେ ଚାଲି ବି ପାରୁନଥିଲେ । ସେହି ମହିଳାଙ୍କୁ ଦେଖି ଜଣେ ପୋଲିସ ତାଙ୍କୁ ପଚାରିଲେ କୁଆଡେ ଯିବ ? କିନ୍ତୁ ମହିଳା ଜଣକ ଏହାର କୌଣସି ଉତ୍ତର ଦେଇ ପାରିଲେ ନାହିଁ

ଏହା ପରେ ସେହି ପୋଲିସକର୍ମୀ ମହିଳାଙ୍କୁ ନିଜ ସାଙ୍ଗରେ ନେଇ ସେଠାରେ ଥିବା ଆଖପାଖ ଲୋକଙ୍କୁ ପଚାରି ତାଙ୍କର ଘରର ଠିକଣା ପାଇଲେ ଏବଂ ସେ ସେହି ମହିଳାଙ୍କୁ ତାଙ୍କ ଘରକୁ ନେଇଗଲେ । ମହିଳା ଜଣକ ଠିକ ଭାବେ ଚାଲି ପାରୁ ନଥିବାରୁ ପୋଲିସ କର୍ମୀ ତାଙ୍କୁ ନିଜ ହାତରେ ଟେକି ନେଇ ଘରେ ଛାଡିଲେ । ଘରେ ପହଞ୍ଚିବା ପରେ ବୃଦ୍ଧ ମହିଳା ଜଣଙ୍କ ସେହି ପୋଲିସ କର୍ମୀଙ୍କୁ ବହୁତ ଆଶୀର୍ବାଦ ଦେଲେ । ସତରେ ସେହି ପୋଲିସ କର୍ମୀ ହୃଦୟକୁ ଛୁଇଂବା ଭଳି କାମଟିଏ କଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button