କରୋନା

କରୁଛନ୍ତି ACର ବ୍ୟବହାର ତ ଜାଣି ନିଅନ୍ତୁ ଏହି ଜରୁରୀ କଥା

ବର୍ତ୍ତମାନ ସମୟରେ ମହାମାରୀ ଭୂତାଣୁକୁ ନେଇ ଯେତିକି ଠିକ ଖବର ସୋସିଆଲ ମିଡିଆରେ ଦେଖାଯାଉ ନାହିଁ, ତାହା ଠାରୁ ଅଧିକ ଭୁଲ ଖବର ଦେଖା ଯାଉଛି । ସୋସିଆଲ ମିଡିଆରେ ମହାମାରୀ ଭୂତାଣୁକୁ ନେଇ ବିଭିନ୍ନ ପ୍ରକାରର ମିଛି ଖବର ବ୍ୟାପିଛି । ହୋଇପାରେ କି ଆପଣଙ୍କ ପାଖକୁ ବି କିଛି ମ୍ୟାସେଜ ଆସିଥିବ ଯେଉଁଥିରେ ମହାମାରୀର ଚିକିତ୍ସା ବିଷୟରେ କୁହାଯାଇଥିବ କିମ୍ବା ପୁଣି ଏମିତି କୌଣସି ମ୍ୟାସେଜ ଆସିଥିବ ଯେଉଁଥିରେ ମହାମାରୀକୁ ନେଇ କିଛି ଅଧିକ ହିଁ ଭୟଭୀତ ହୋଇଯାଉଥିବା କଥା କୁହାଯାଇଥିବ ।

ଏହିଭଳି ହିଁ କିଛି ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମ୍ୟାସେଜ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି କି ACର ବ୍ୟବହାର କରିବା ଦ୍ଵାରା ମହାମାରୀ ଭୂତାଣୁ ବ୍ୟାପିପାରେ । ତେବେ ବର୍ତ୍ତମାନ ଆପଣ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଥିବକି କଣ ଏହା ସତ ଅଟେ କି ACର ବ୍ୟବହାର କରିବା ଭୟାନକ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା ।

ପ୍ରେସ ଇନଫର୍ମେଶନ ବ୍ୟୁରୋ (ପୀଆଈବୀ)ର ଫ୍ୟାକ୍ଟ ଚେକ ଅନୁସାରେ ଏହି ମ୍ୟାସେଜ ପୂରାପୂରି ସତ ନୁହେଁ କି AC ବ୍ୟବହାର କରିବା ଦ୍ଵାରା ସଂକ୍ରମଣ ବ୍ୟାପିଥାଏ । ପିଆଇବି ଏକ ଭିଡିଓକୁ ଟ୍ୱୀଟ କରି କହିଲେକି ୱିଣ୍ଡୋ ଏସିର ବ୍ୟବହାର କରିବା ଦ୍ଵାରା କୌଣସି ବି ଅସୁବିଧା ନାହିଁ, କିନ୍ତୁ ସେଣ୍ଟ୍ରାଲ ଏସି ଅସୁବିଧା ହୋଇପାରେ ।

ଅର୍ଥାତ ଯଦି ଆପଣ ନିଜ ଘରେ ୱିଣ୍ଡୋ ଏସି ବ୍ୟବହାର କରୁଛନ୍ତି ତେବେ କୌଣସି ଅସୁବିଧା ନାହିଁ । କିନ୍ତୁ ଯଦି ଆପଣ ଅଫିସ କିମ୍ବା ହସ୍ପିଟାଲରେ ସେଣ୍ଟ୍ରାଲ ଏସି ବ୍ୟବହାର କରୁଛନ୍ତି ଓ ଯଦି କେହି ମହାମାରୀ ସଂକ୍ରମିତ ଅଛି ତେବେ ପୁରା ଅଫିସ ଓ ହସ୍ପିଟାଲକୁ ମହାମାରୀ ସଂକ୍ରମଣ ବ୍ୟାପିପାରେ । ଏହା ପୂର୍ବରୁ ସୋସିଆଲ ମିଡିଆ ଉପରେ ଏମିତି ବି କୁହାଯାଉ ଥିଲା କି ଗରମ ବଢିବା ସହିତ ମହାମାରୀ ଭୂତାଣୁ ଶେଷ ହୋଇଯିବ, ଯେତେବେଳେ କି ଏହା ସତ ନୁହେଁ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥାର କୌଣସି ସଠିକ ପ୍ରମାଣ ନାହିଁ ଓ ଏହି କଥାର କୌଣସି ରିସର୍ଚ ବି ସାମ୍ନାକୁ ଆସି ନାହିଁ ।

ଯାହା ଏହି କଥାକୁ ପ୍ରମାଣ କରି ପାରିବ କି ଗରମ ମହାମାରୀ ଭୂତାଣୁକୁ ନଷ୍ଟ କରିଥାଏ । ତେବେ ଏହା ଜାଣି ନିଅନ୍ତୁ କି ଗରମ ଦ୍ଵାରା ମହାମାରୀ ଶେଷ ହୁଏ ନାହିଁ ଓ କୌଣସି ବି ପ୍ରକାରରେ ଏହି ମହାମାରୀ ଭୂତାଣୁ ବ୍ୟାପିପାରେ । ତେବେ ଆପଣଙ୍କ ପାଇଁ ଏହା ଉଚିତ ଅଟେ କି ଘରେ ରୁହନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ । ଏହା ସହିତ ସୋସିଆଲ ମିଡିଆରେ ଚାଲୁଥିବା ଖବର ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button