ଆପଣ ଏସବିଆଇ ରୁ ଲୋନ ଆଣିଛନ୍ତି କି, ଆପଣଙ୍କ ପାଇଁ ଖୁସି ଖବର, ନିଶ୍ଚୟ ଥରେ ପଢନ୍ତୁ ଏହି ରିପୋର୍ଟ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସୋମବାର ଦିନ ନିଜର ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର ଘୋଷଣା କରିଛି । ବ୍ୟାଙ୍କ ସବୁ ଅବଧିର ମାର୍ଜିନାଲ ମୂଲ୍ୟ ଆଧାରିତ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହା ସହିତ ମଧ୍ୟ ବ୍ୟାଙ୍କର ଏକ ବର୍ଷର MCLR ୭.୨୫ ପ୍ରତିଶତ ରୁ ହ୍ରାସ ପାଇ ୭ ପ୍ରତିଶତ ହୋଇ ଯାଇଛି । ସୁଧ ହାରରେ କରାଯାଇ ଥିବା ଏହି ହ୍ରାସ ରୁ କାର୍ଯ୍ୟକାରୀ ହେବ ।

ବ୍ୟାଙ୍କ MCLR ରେ ଲଗାତାର ୧୩ ଥର ହ୍ରାସ କରାଇଛି । ବ୍ୟାଙ୍କ ବେସ ରେଟରେ ମଧ୍ୟ ୦.୭୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହା ସହିତ ବ୍ୟାଙ୍କର ବେସ ରେଟ ୮.୧୫ ପ୍ରତିଶତ ରୁ ହ୍ରାସ ପାଇ ୭.୪୦ ପ୍ରତିଶତ ରହିଛି । ଏହି ହ୍ରାସ ମଧ୍ୟ ଠାରୁ ଲାଗୁ ହେବ । ଏହା ବ୍ୟତୀତ ବ୍ୟାଙ୍କ ଏକ୍ସଟରନାଲ ବେଞ୍ଚମାର୍କ ଲିଙ୍କ୍ଦ ଲ୍ୟାଣ୍ଡିଂ ରେଟ (EBR) ଉପରେ ବି ସୁଧ ହାରରେ ୦.୪୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ବ୍ୟାଙ୍କ ରେପୋ ଲିଙ୍କ୍ଦ ଲ୍ୟାଣ୍ଡିଂ ରେଟ ରେ ମଧ୍ୟ ୦.୪୦ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଏହି ପ୍ରକାର ବ୍ୟାଙ୍କ ରିଜର୍ବ ବ୍ୟାଙ୍କ ଦ୍ଵାରା ରେପୋ ରେଟ ରେ କରାଯାଇ ଥିବା ୦.୪୦ ପ୍ରତିଶତ ହ୍ରାସର ସମ୍ପୂର୍ଣ ଲାଭ ନିଜର ଗ୍ରାହକଙ୍କୁ ଦେବା ପାଇଁ ଘୋଷଣା କରିଛି ।

ଏହି ହ୍ରାସ ପରେ ବ୍ୟାଙ୍କର ଇବିଆର ୭.୦୫ ପ୍ରତିଶତରୁ ହ୍ରାସ ପାଇ ୬.୬୫ ପ୍ରତିଶତ ହୋଇ ଯାଇଛି । ଏହି ପରିବର୍ତ୍ତନ ରୁ ଆରମ୍ଭ ହେବ । ସେହିପରି ଆରଏଲଏଲଆର ୬.୬୫ ପ୍ରତିଶତରୁ କମି ୬.୨୫ ପ୍ରତିଶତ ହୋଇ ଯାଇଛି । ଏହା ଲାଗୁ ହୋଇଛି ।
ଏତେ କମ ହୋଇଯିବ EMI ର ବୋଝ
ବ୍ୟାଙ୍କ ଦ୍ଵାରା ସୁଧ ହାରରେ କରାଯାଇ ଥିବା ଏହି ହ୍ରାସ ସହିତ ଲୋକଙ୍କ ଇଏମଆଇ ବୋଝରେ ଯଥେଷ୍ଟ ହ୍ରାସ ଆସିବ । ବ୍ୟାଙ୍କ କହିଛି କି ୩୦ ବର୍ଷର ଅବଧିର ୨୫ ଲକ୍ଷ ଟଙ୍କାର MCLR ଆଧାରିତ ହୋମ ଲୋନ ର EMI ରେ ୪୨୧ଟଙ୍କା ହ୍ରାସ ପାଇବ । ସେହିପରି EBR ଏବଂ RLLR ଆଧାରିତ ଏହି ଅବଧିର ସମାନ ରାଶିର ହୋମ ଲୋନ ଉପରେ ଇଏମଆଇରେ ୬୬୦ ଟଙ୍କା ହ୍ରାସ ପାଇବ ।



