ମନୋରଞ୍ଜନ

ପୂର୍ବରୁ ମିସ ଇଣ୍ଡିଆ ରହି ସାରିଛନ୍ତି ପରେଶ ରାୱଲଙ୍କ ପତ୍ନୀ, ଗଛ ତଳେ ଏମିତି କରିଥିଲେ ବିବାହ, ଜାଣନ୍ତୁ କିପରି ଥିଲା ଏମାନଙ୍କ ପ୍ରେମ କାହାଣୀ

ବଲିଉଡର ଟ୍ୟାଲେଣ୍ଟେଡ ଆକ୍ଟର ପରେଶ ରାୱଲ ୩୦ ମେ ରେ ନିଜର ୬୫ ତମ ଜନ୍ମଦିନ ପାଳନ କରିଥିଲେ । ୧୯୫୫ ରେ ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ ପରେଶ ରାୱଲ ହିନ୍ଦୀ ସିନେମାରେ ଅନେକ ଭଲ ଫିଲ୍ମ କରୁଛନ୍ତି । ତାଙ୍କୁ ପ୍ରଥମେ ଇଞ୍ଜିନୟରିଙ୍ଗ କରିବା ପାଇଁ ଇଚ୍ଛା ଥିଲା, କିନ୍ତୁ ଭାଗ୍ୟ ତାଙ୍କୁ ଆକ୍ଟର କରିବାକୁ ଚାହିଁଲା । ପରେଶ ଫିଲ୍ମରେ ଆସିଗଲେ ଓ ଏମିତି ଅଭିନୟ କଲେ କି ଯାହା ଦ୍ଵାରା ଲୋକଙ୍କ ମନରେ ସେ ସବୁ ଦିନପାଇଁ ରହିଗଲେ ।

ଫିଲ୍ମ ସହିତ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟୀବ ରହିଥାନ୍ତି । କିନ୍ତୁ ପରେଶ ରାୱଲଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ବହୁତ କମ ଦେଖିବାକୁ ମିଳି ଥାଆନ୍ତି । ଆଜି ତାଙ୍କର ଜନ୍ମଦିନ ସମୟରେ ଆମେ ଆପଣଙ୍କୁ କହିବୁ କି କିଏ ହେଉଛନ୍ତି ପରେଶ ରାୱଲଙ୍କ ସ୍ତ୍ରୀ ଓ କେମିତି ହେଇଥିଲା ତାଙ୍କର ବିବାହ ।

ଯେବେ ୧୬ ବର୍ଷୀୟ ଝିଅ ଉପରେ ମନ ଆସି ଯାଇଥିଲା

ପରେଶ ରାୱଲଙ୍କ ସ୍ତ୍ରୀ ସ୍ୱରୂପ ସଂପତ ପୂର୍ବରୁ ମିସ ଇଣ୍ଡିଆ ରହି ସାରିଛନ୍ତି । କିନ୍ତୁ ସେ ତାଙ୍କ ଜୀବନ ବହୁତ ହିଁ ସାଧାରଣ ରୁପରେ ବଞ୍ଚନ୍ତି । ଏକ ଇଣ୍ଟରଭ୍ୟୁ ଜରିଆରେ ପରେଶ୍ ନିଜେ କହିଥିଲେ କି ସ୍ୱରୂପଙ୍କ ବାପା ଇଣ୍ଡିଆନ ନେଶନାଲ ଥିଏଟରର ପ୍ରଡ୍ୟୁସର ଥିଲେ । ମୁଁ ଗୋଟେ ଥର ସାଙ୍ଗମାନଙ୍କ ସହିତ ଗୋଟେ ବଙ୍ଗଳା ଡ୍ରାମା ଦେଖିବାକୁ ଯାଇଥିଲି । ସେଇଠି ମୋର ନଜର ସ୍ୱରୂପଙ୍କ ଉପରେ ପଡ଼ିଥିଲା । ତାଙ୍କୁ ଦେଖିବା ମାତ୍ରେ ମୁଁ ମୋ ସାଙ୍ଗକୁ କହିଥିଲି କି ଏହି ଝିଅ ଦିନେ ମୋର ସ୍ତ୍ରୀ ହେବ ।

ସେ ମୋତେ ପଚାରିଥିଲେ ଜାଣିଛ ସିଏ କାହାର ଝିଅ ? ମୁଁ କହିଲି ସେସବୁ ମୋତେ ଜଣାନାହିଁ କିନ୍ତୁ ଇଏ ମୋ ସ୍ତ୍ରୀ ହେବ । ସେହି ସମୟରେ ସ୍ୱରୁପଙ୍କ ବୟସ ୧୬ ବର୍ଷ ଥିଲା । ଯେଉଁଠି ପରେଶ ସ୍ଵରୂପଙ୍କୁ ଦେଖି ତାଙ୍କ ଉପରେ ଫିଦା ହୋଇ ଯାଇଥିଲେ ସେଇଠି ସ୍ଵରୂପଙ୍କୁ ପରେଶ ମଧ୍ୟ ପସନ୍ଦ ଆସି ଯାଇଥିଲେ । ପରେଶ ଷ୍ଟେଜରେ ପର୍ଫୋମାଂସ ଦେଉଥିଲେ ସେହି ସମୟରେ ସ୍ୱରୂପ ତାଙ୍କୁ ଯେତେବେଳେ ଦେଖିଲେ ତେବେ ତାଙ୍କର ଫ୍ୟନ ହୋଇଗଲେ । ସେ ପରେଶଙ୍କୁ ପଚାରିଲେ ତୁମେ କିଏ ? ବହୁତ ଭଲ ଆକ୍ଟିଙ୍ଗ କରୁଛ । ଏହି ଦେଖା ପରେ କଥାବାର୍ତ୍ତା ଆଗକୁ ବଢ଼ିବାରେ ଲାଗିଲା ଓ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଗଲେ ।

ସାଧା ସିଧା ଭାବରେ ପୂର୍ବ ମିସ ଇଣ୍ଡିଆ ସହ କରିଲେ ବିବାହ

ଏହାପରେ ୧୯୮୭ ରେ ଦୁହେଁ ବହୁତ ସାଧାରଣ ରୁପରେ ବିବାହ କରିଥିଲେ । ସେହି ସମୟରେ ବହୁତ୍ କମ ହିଁ ଲୋକେ ଥିଲେ ଯିଏ ଏହି କଥା ଜାଣିଥିଲେ ଆମର ଅଫେୟର ଥିଲା ବୋଲି । ବିବାହ ମୁମ୍ବାଇର ଲକ୍ଷ୍ମୀ ନାରୟଣ ମନ୍ଦିରରେ ହେଇଥିଲା । ଏକ ଇଣ୍ଟରଭିୟୁରେ ପରେଶ ରାୱଲ କହିଲେ କି ସ୍ୱରୂପଙ୍କ ସହିତ ତାଙ୍କର ବିବାହ ଏକ ଗଛ ତଳେ ହେଇଥିଲା । ତାଙ୍କର ବିବାହରେ କିଛି ମଣ୍ଡପ ମଧ୍ୟ ନ ଥିଲା । ଗୋଟେ ପୁରୁଣା ଗଛ ମୂଳରେ ପଣ୍ଡିତ ମନ୍ତ୍ର ପଢୁଥିଲେ । ଏଇଠି ଦୁଇ ଜଣ ନିଜ ପରିବାରଙ୍କ ଆଗରେ ଭଗବାନଙ୍କୁ ସାକ୍ଷୀ ରଖି ସାତ ଫେରା ନେଲେ । ଆଜି ପରେଶ ଓ ସ୍ୱରୁପଙ୍କ ଦୁଇଟି ପୁଅ ଅଛନ୍ତି ଆଦିତ୍ୟ ଓ ଅନିରୁଦ୍ଧ ।

ପରେଶ ରାୱଲ ପରଦା ଉପରେ କେତେକ ପ୍ରକାରର ଅଭିନୟ କରିଛନ୍ତି କିନ୍ତୁ ପ୍ରକୃତ ଜୀବନରେ ସେ ବହୁତ ରୋମାଣ୍ଟିକ ରହିଛନ୍ତି । ସେ ତାଙ୍କ ଫିଲ୍ମ କ୍ୟାରିୟରରେ ନିଜ ଆକ୍ଟିଙ୍ଗର ଦମରେ ନିଜର ନା ବନେଇଛନ୍ତି । ସେ ପଜିଟିଭ , ନେଗେଟିଭ ସବୁ ପ୍ରକାରର ରୋଲ କରିଛନ୍ତି, କିନ୍ତୁ ହାସ୍ୟ କଳାକାର ରୂପରେ ତାଙ୍କୁ ସବୁଠୁ ଅଧିକ ପସନ୍ଦ କରାଗଲା । ପରେଶ ଅସଲ ଜୀବନରେ ବହୁତ ଖୁସ ମିଜାଜ ର ମଣିଷ ଅଟନ୍ତି ଓ ଏହାର ପ୍ରଭାବ ଫିଲ୍ମରେ ଦେଖିବାକୁ ମିଳିଥାଏ ।

ପରେଶ ହିନ୍ଦୀ ସିନେମାରେ କେତେ ହିଟ ଫିଲ୍ମ ଦେଇଛନ୍ତି । ଆଙ୍ଖେ, ଆୱାରା ପାଗଲ ଦିୱାନା , ହଲଚଲ , ହଙ୍ଗାମା, ମାଲାମାଲ ୱିକ୍ଲି, ଚୁପ ଚୁପ କେ , ଭାଗମ ଭାଗ, ମେରେ ବାପ ପେହେଲେ ଆପ , ରେଡି, ଖିଲାଡ଼ି ୭୮୬ , ସଞ୍ଜୁ ଓ ହେରାଫେରି ସିରିଜ ଇତ୍ୟାଦି । ଲକ୍ ଡାଉନ୍ ପରେ ତାଙ୍କର ଫିଲ୍ମ ଆସିବ ହଙ୍ଗାମା 2 , ତୁଫାନ , ଅଂଖ ମେ ଚୋଲି ଓ କୁଲି ନମ୍ବର ୧ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button